ଇରାନ ହିଜାବ ମାମଲା : ମହସା ଆମିନୀଙ୍କ ମୃତ୍ୟୁକୁ ବିରୋଧ କରି ହିଜାବ ଜାଳି, ଚୁଟି କାଟିଲେ ଇରାନୀୟ ମହିଳା
ଜେଲରେ ଥିବା ଯୁବତୀଙ୍କ ମୃତ୍ୟୁକୁ ବିରୋଧ କରି ମହିଳାମାନେ ସେମାନଙ୍କ ହିଜାବ୍ ଖୋଲି ଦେଇଥିଲେ । ଏପରିକି ମହିଳାମାନେ "ଅତ୍ୟାଚାରୀର ମୃତ୍ୟୁ !" ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା ।
ତେହେରାନ : ହିଜାବ ନିୟମରେ ପୋଲିସ ଦ୍ୱାରା ଗିରଫ ହୋଇ ପ୍ରାଣ ହରାଇଥିବା 22 ବର୍ଷୀୟ ମହସା ଆମିନୀଙ୍କ ଅନ୍ତିମ ସଂସ୍କାରରେ ପଶ୍ଚିମ ଇରାନରେ ବିରୋଧ ପ୍ରଦର୍ଶନ ହୋଇଛି ।
ଜେଲରେ ଥିବା ଯୁବତୀଙ୍କ ମୃତ୍ୟୁକୁ ବିରୋଧ କରି ମହିଳାମାନେ ସେମାନଙ୍କ ହିଜାବ୍ ଖୋଲି ଦେଇଥିଲେ । ଏପରିକି ମହିଳାମାନେ "ଅତ୍ୟାଚାରୀର ମୃତ୍ୟୁ !" ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା । କେତେକ ଭିଡିଓରେ, ସୁରକ୍ଷା କର୍ମୀମାନେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିବା ଦେଖଇବାକୁ ମିଳିଛି ।

କେତେକ ମହିଳା ମଧ୍ୟ ସାତ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ଇରାନ ସରକାରଙ୍କ ବାଧ୍ୟତାମୂଳକ ହିଜାବ ପିନ୍ଧିବା ନିୟମ ବିରୁଦ୍ଧରେ ପ୍ରଦର୍ଶନ କରି ସେମାନଙ୍କ କେଶ କାଟି ସେମାନଙ୍କ ହିଜାବରେ ନିଆଁ ଲଗାଇ ଦେଇଥିଲେ ।
କିଛି ମହିଳା ସେମାନଙ୍କ ଚୁଟି କାଟିବା ସହ ହିଜାବରେ ନିଆଁ ଲଗାଉଥିବାର ଭିଡ଼ିଓ ଇରାନର ସାମ୍ବାଦିକ ତଥା କାର୍ଯ୍ୟକର୍ତ୍ତା ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, "ଇରାନୀୟ ମହିଳାମାନେ କେଶ କାଟିବା ସହ ହିଜାବ ଜାଳି ପୋଲିସ ଦ୍ୱାରା ମହସା ଆମିନୀଙ୍କ ହତ୍ୟାକୁ ବିରୋଧ କରି ନିଜର କ୍ରୋଧ ପ୍ରଦର୍ଶନ କରୁଛନ୍ତି ।"
Iranian women show their anger by cutting their hair and burning their hijab to protest against the killing of #Mahsa_Amini by hijab police.
— Masih Alinejad 🏳️ (@AlinejadMasih) September 18, 2022
From the age of 7 if we don’t cover our hair we won’t be able to go to school or get a job. We are fed up with this gender apartheid regime pic.twitter.com/nqNSYL8dUb
ଏହା ବ୍ୟତୀତ ସରାକରଙ୍କ ଏହି ନିୟକୁ ବିରୋଧ କରି କେତେକ ଇରାନୀୟ ରାସ୍ତାରେ ବିରୋଧ ପ୍ରଦର୍ଶନ କରିବା ସହ ଅନ୍ୟ କେତେକ ବିକ୍ଷୋଭକାରୀ ଅନଲାଇନରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଦେଶର ହିଜାବ ନିୟମକୁ ଅବମାନନା କରିଥିବା ଅଭିଯୋଗରେ ମହସା ଆମିନୀଙ୍କୁ ଜେଲରେ ରଖାଯାଇଥିଲା । ଅନ୍ୟମାନଙ୍କ ସହ ଗିରଫ ହେବାପରେ ସେ ଅସୁସ୍ଥ ଥିଲେ ବୋଲି ପୋଲିସ କହିଛି ।












Click it and Unblock the Notifications