Get Updates
Get notified of breaking news, exclusive insights, and must-see stories!

'ମହସା ଅମିନୀଙ୍କୁ ହେପାଜତରେ ହତ୍ୟା କରାଯାଇ ନାହିଁ', ଭାରତ ଗସ୍ତରେ ଆସି କହିଲେ ଇରାନ ମନ୍ତ୍ରୀ

ଇରାନର ଉପ ବୈଦେଶିକମନ୍ତ୍ରୀ କହିଛନ୍ତି ଯେ 22 ବର୍ଷୀୟ ମହସା ଅମିନୀଙ୍କୁ ପୋଲିସ ହତ୍ୟା କରିନାହିଁ, ବରଂ ତାଙ୍କର ଦେହାନ୍ତ ହୋଇଛି । ସେପ୍ଟେମ୍ବରରୁ ଇରାନରେ ଚାଲିଥିବା ତୀବ୍ର ପ୍ରତିବାଦ ସଂପର୍କରେ ଇରାନର ବୈଦେଶିକ ମନ୍ତ୍ରୀ ମଧ୍ୟ ତାଙ୍କ ସରକାରକୁ ରକ୍ଷା କରିଛନ୍ତି ।

ନୂଆଦିଲ୍ଲୀ : ଚଳିତ ବର୍ଷ ସେପ୍ଟେମ୍ବରରେ ଇରାନ ପୋଲିସର ହେପାଜତରେ ମହସା ଅମିନୀଙ୍କ ସନ୍ଦେହଜନକ ମୃତ୍ୟୁ ସମ୍ପର୍କରେ ବୟାନ ରଖିଛନ୍ତି ଭାରତ ଗସ୍ତରେ ଥିବା ଇରାନର ବୈଦେଶିକ ମନ୍ତ୍ରୀ । ଇରାନର ଉପ ବୈଦେଶିକମନ୍ତ୍ରୀ କହିଛନ୍ତି ଯେ 22 ବର୍ଷୀୟ ମହସା ଅମିନୀଙ୍କୁ ପୋଲିସ ହତ୍ୟା କରିନାହିଁ, ବରଂ ତାଙ୍କର ଦେହାନ୍ତ ହୋଇଛି । ଏହା ସହିତ ସେପ୍ଟେମ୍ବରରୁ ଇରାନରେ ଚାଲିଥିବା ତୀବ୍ର ପ୍ରତିବାଦ ସଂପର୍କରେ ଇରାନର ବୈଦେଶିକ ମନ୍ତ୍ରୀ ମଧ୍ୟ ତାଙ୍କ ସରକାରକୁ ରକ୍ଷା କରିଛନ୍ତି ।

Ali Bagheri

ଚଳିତ ବର୍ଷ ସେପ୍ଟେମ୍ବରରେ 22 ବର୍ଷିୟ ମହସା ଅମିନୀଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ଇରାନର ଉପ ବୈଦେଶିକ ମନ୍ତ୍ରୀ ଅଲି ବାଘେରୀ ତାଙ୍କ ସରକାରକୁ ରକ୍ଷା କରିଛନ୍ତି । ବର୍ତ୍ତମାନ ଦେଶରେ ହିଜାବକୁ ବିରୋଧ କରି ପ୍ରବଳ ପ୍ରଦର୍ଶନ ଜାରି ରହିଛି । ଦେଶର ରାଜନୈତିକ ବ୍ୟାପାର ମନ୍ତ୍ରୀ ଅଲି ବାଘେରୀ ଭାରତ ଗସ୍ତ ସମୟରେ କହିଛନ୍ତି ଯେ ମହସା ଅମିନୀଙ୍କୁ ହତ୍ୟା କରାଯାଇ ନାହିଁ, କିନ୍ତୁ ତାଙ୍କର ଦେହାନ୍ତ ହୋଇଛି । ଏଥିସହ ସେ ପାଶ୍ଚାତ୍ୟ ଦେଶର ଗଣମାଧ୍ୟମକୁ ସମାଲୋଚନା କରି କହିଛନ୍ତି ଯେ ଗଣମାଧ୍ୟମରେ ପ୍ରସଙ୍ଗଗୁଡ଼ିକୁ ଅତ୍ୟଧିକ ମାତ୍ରାରେ ବଢାଇ କୁହାଯାଉଛି ।

ଏହା ସହିତ ଇରାନର ଉପ ବୈଦେଶିକ ମନ୍ତ୍ରୀ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଇରାନବାସୀଙ୍କ ମାନବିକ ଅଧିକାରର ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ପାଶ୍ଚାତ୍ୟ ଶକ୍ତିମାନେ ଆଫଗାନିସ୍ତାନ, ପାଲେଷ୍ଟାଇନ କିମ୍ବା ୟେମେନର ଲୋକଙ୍କ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ । ସେମାନେ ଏହି କାର୍ଯ୍ୟକୁ ନିନ୍ଦା କରନ୍ତି ନାହିଁ । ଏହି ଲୋକମାନଙ୍କର ପ୍ରକୃତ ହତ୍ୟାକାରୀ କିଏ ?"

ରାଜନୈତିକ ପରାମର୍ଶ ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଇରାନର ମନ୍ତ୍ରୀ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶର ଗଣମାଧ୍ୟମ ଏହି ଦେଶରେ ଘଟିଥିବା ତଥା ଘଟୁଥିବା ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ କଥାବାର୍ତ୍ତା କରେ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ ଚଳିତ ବର୍ଷ ସେପ୍ଟେମ୍ବର 13 ରେ ଇରାନର ଧାର୍ମିକ ପୋଲିସର ହେପାଜତରେ ମହସା ଅମିନୀଙ୍କ ଦେହାନ୍ତ ହୋଇଥିଲା । ହିଜାବକୁ ଠିକ୍ ଭାବରେ ପିନ୍ଧି ନ ଥିବାରୁ ମହସା ଅମିନୀଙ୍କୁ ଗିରଫ କରାଯାଇଥିଲା । ଡାକ୍ତରୀ ରିପୋର୍ଟରେ ମହସା ଅମିନୀଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଏଥି ସହିତ, ମହସା ଅମିନୀଙ୍କ ମୃତ୍ୟୁ ପରେ ଗତ 24 ଘଣ୍ଟା ମଧ୍ୟରେ ଇରାନରେ ଚାଲିଥିବା ବିକ୍ଷୋଭରେ 70 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 14,000 ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+