ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା, ତାଲିବାନର ହାତ ଥିବା ସନ୍ଦେହ

ଆଫଗାନିସ୍ତାନରେ ରିପୋର୍ଟିଂ କରୁଥିବା ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । କୁହାଯାଉଛି ଯେ ଦାନିଶ ସିଦ୍ଦିକିଙ୍କ ହତ୍ୟା ପଛରେ ତାଲିବାନ ଆତଙ୍କବାଦୀଙ୍କ ହାତ ରହିଛି ।

କାବୁଲ : ଆଫଗାନିସ୍ତାନରେ ରିପୋର୍ଟିଂ କରୁଥିବା ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । କୁହାଯାଉଛି ଯେ ଦାନିଶ ସିଦ୍ଦିକିଙ୍କ ହତ୍ୟା ପଛରେ ତାଲିବାନ ଆତଙ୍କବାଦୀଙ୍କ ହାତ ରହିଛି । ସେ ଦୀର୍ଘ ଦିନ ଧରି ଆଫଗାନିସ୍ତାନରେ ରିପୋର୍ଟିଂ କରୁଥିଲେ । ଫଟୋଗ୍ରାଫି ପାଇଁ ଦାନିଶ୍ ସିଦ୍ଦିକି ପୁଲିତ୍ଜର ପୁରସ୍କାର ଲାଭ କରିଥିଲେ ।

Danish Seddiqi

ଆଫଗାନିସ୍ତାନର ଅଗ୍ରଣୀ ଟିଭି ଚ୍ୟାନେଲ ଟୋଲୋ ନ୍ୟୁଜର ସଂପାଦକ ଲୋତଫୁଲ୍ଲା ନାଜାଫିଡା ଟ୍ୱିଟରରେ ଦାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ଦାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନିଶ୍ଚିତ କରି ସେ ଟ୍ୱିଟରରେ ଲେଖିଛନ୍ତି ଯେ, 'କାନ୍ଦାହାରରେ ମୋର ଭାରତୀୟ ବନ୍ଧୁ ପୁଲିତ୍ଜର ପୁରସ୍କାର ବିଜେତା ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି ବୋଲି ଶୁଣି ମୁଁ ମର୍ମାହତ । ସେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଥିଲେ । ଗତ ସପ୍ତାହରେ ଆମେ ଭେଟିଥିଲୁ ଏବଂ ସେ ମୋତେ ତାଙ୍କ ପରିବାର ଏବଂ ତାଙ୍କ ପିଲାମାନଙ୍କ ବିଷୟରେ କହିଥିଲେ । ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଭାରତରେ କରୋନା ମହାମାରୀ ସମୟରେ ସେ ବହୁତ ଭଲ କାମ କରିଥିଲେ ।'

ଫଟୋଗ୍ରାଫି ପାଇଁ ହୋଇଥିଲେ ପୁରସ୍କୃତ

ଦାନିଶ ସିଦ୍ଦିକି ଏକ ଆନ୍ତର୍ଜାତୀୟ ସମ୍ବାଦ ଏଜେନ୍ସି ସହିତ ଜଡିତ ଥିଲେ ଏବଂ ଆଫଗାନିସ୍ତାନ ସମସ୍ୟାକୁ ନେଇ ଦୀର୍ଘ ସମୟ ଧରି ଖବର ସଂଗ୍ରହ କରୁଥିଲେ । ସେ କ୍ରମାଗତ ଭାବରେ ଟ୍ୱିଟରରେ ସକ୍ରିୟ ଥିଲେ ଏବଂ ଆଫଗାନିସ୍ତାନ ବିଷୟରେ ସୂଚନା ସେୟାର କରୁଥିଲେ । କିନ୍ତୁ, ତାଙ୍କ ମୃତ୍ୟୁକୁ ନେଇ ଭାରତୀୟ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ଫଟୋଗ୍ରାଫି ପାଇଁ ଦାନିଶ ସିଦ୍ଦିକି ବିଶ୍ୱର ସମ୍ମାନଜନକ ପୁଲିତ୍ଜର ପୁରସ୍କାର ପାଇଥିଲେ ।

ହତ୍ୟା କାରଣ ଅସ୍ପଷ୍ଟ

ଦାନିଶ ସିଦ୍ଦିକିଙ୍କ ହତ୍ୟା ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରି ନାହିଁ, କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ସେ କାନ୍ଦାହାରରେ ଖବର ସଂଗ୍ରହ କରୁଥିବା ସମୟରେ ତାଲିବାନ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି ।

ଆପଣଙ୍କୁ କହିରଖୁଛୁ, ପାକିସ୍ତାନର କାନ୍ଦାହାର ପ୍ରଦେଶର ଅଧିକାଂଶ ଅଂଶ ତାଲିବାନ ଦଖଲ କରିଛି ଏବଂ ଆଫଗାନିସ୍ତାନ ସେନା କାନ୍ଦାହାରକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି । ଏଥି ସହିତ ଆଫଗାନିସ୍ତାନରେ ଭାରତର ରାଷ୍ଟ୍ରଦୂତ ତାଙ୍କ ହତ୍ୟାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+