ତ୍ରିରଙ୍ଗା ଉପରେ ଖାଲିସ୍ତାନ ସମର୍ଥକଙ୍କ ଆକ୍ରମଣ ପରେ ଲଣ୍ଡନ ହାଇ କମିଶନରେ ଲାଗିଲା ବିରାଟ ତ୍ରିରଙ୍ଗା
ରବିବାର ଅପରାହ୍ନରେ ଖାଲିସ୍ତାନୀ ସମର୍ଥକ ଭାରତର ଜାତୀୟ ପତାକା ହଟାଇବା ପରେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ଏକ ବିରାଟ ତ୍ରିରଙ୍ଗା ଲଗାଇଛନ୍ତି । ବ

ନୂଆଦିଲ୍ଲୀ : ରବିବାର ଅପରାହ୍ନରେ ଖାଲିସ୍ତାନୀ ସମର୍ଥକ ଭାରତର ଜାତୀୟ ପତାକା ହଟାଇବା ପରେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ଏକ ବିରାଟ ତ୍ରିରଙ୍ଗା ଲଗାଇଛନ୍ତି । ବହୁଳ ଭାବରେ ପ୍ରସାରିତ ସୋଶାଲ ମିଡିଆ ଭିଡିଓରେ ଭାରତୀୟ ଉଚ୍ଚ ଆୟୋଗର ଜଣେ ପ୍ରତିନିଧୀ ଉଗ୍ର ବିକ୍ଷୋଭକାରୀଙ୍କଠାରୁ ତ୍ରିରଙ୍ଗା ନେଇ ଖଲିସ୍ତାନୀ ପତାକାକୁ ଫିଙ୍ଗିଥିବାର ନଜର ଆସିଥିଲେ ।
କମିଶନ ଅଧିକାରୀଙ୍କ କହିବାନୁସାରେ, ଆକ୍ରମଣକୁ ବନ୍ଦ କରାଯାଇଛି, ବର୍ତ୍ତମାନ ତ୍ରରଙ୍ଗା ଉଚ୍ଚରେ ଉଡ଼ୁଛି । ପ୍ରଥମ ମହଲାରେ ଜଣେ ପ୍ରଦର୍ଶନକାରୀ ଧରିଥିବା ଖାଲିସ୍ତାନୀ ବ୍ୟାନକୁ ଫୋପାଡ଼ି ଦିଆଯାଇଛି ।
ଲଣ୍ଡନରେ ଭାରତୀୟ ହାଇ କମିଶରେ ଥିବା ତ୍ରିରଙ୍ଗାକୁ ଓହ୍ଲାଇ ଖଲିସ୍ତାନୀ ପତାକା ଲଗାଇ ରବିବାର ଦିନ ଖାଲିସ୍ତାନୀ ସମର୍ଥକ ସ୍ଲୋଗାନ ଦେଇଥିଲେ । ଏହା ପରେ ଭାରତରେ ଅସନ୍ତୋଷ ଦେଖିଦେଇଥିଲା ।
Our Tiranga stands tall and high on the soil of London.
Those who have done the misadventure, they will be hunted soon ,very very soon.
Jai Hind pic.twitter.com/c2d1sHWdd1
— Akshit Singh 🇮🇳 (@IndianSinghh) March 19, 2023
ରବିବାର ରାତିରେ ଭାରତ ବ୍ରିଟିଶ ଡେପୁଟି ହାଇ କମିଶନରଙ୍କୁ ଲଣ୍ଡନରେ ଭାରତୀୟ କମିଶନରେ ଭାରତୀୟ ପତାକା ଓହ୍ଲାଇବାର ଭିଡିଓ କୁ ନେଇ "ସୁରକ୍ଷା ଅନୁପସ୍ଥିତି" ଉପରେ ସ୍ପଷ୍ଟୀକରଣ ମାଗିଥିଲା ।
ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ବ୍ରିଟେନର ଭାରତୀୟ କୂଟନୈତିକ ପରିସର ତଥା କର୍ମଚାରୀଙ୍କ ସୁରକ୍ଷା ପ୍ରତି ବ୍ରିଟେନ ସରକାରଙ୍କ ଉଦାସୀନତା ଭାରତ ଗ୍ରହଣୀୟ ନୁହେଁ ।ରବିବାର ଦିନ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ଏବଂ ଦୋଷୀ ସାବ୍ୟସ୍ତ କରିବା ପାଇଁ ତଥା ବ୍ରିଟିଶ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଭାରତ ଆଶା କରୁଥିବା ନେଇ ବିଦେଶ ମନ୍ତ୍ରଣାଳୟ କହିଛି ।
ଉଲ୍ଲେଖଯୋଗ୍ୟ, ଖଲିସ୍ତାନ ସମର୍ଥକ ଅମୃତ ପାଲ ସିଂହ ଏବଂ ତାର ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଞ୍ଜାବ ପୋଲିସ ଅମୃତପାଲ ସିଂହକୁ ପଳାତକ ଅପରାଧୀ ଘୋଷିତ କରିଛି ।
ମାର୍ଚ୍ଚ 19 ରେ ପୋଲିସ ଏହାର 34 ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅମୃତପାଲର ମୋଟ 112 ସହଯୋଗୀଙ୍କୁ ଗିରଫ କରାଯାଇଛି । ରବିବାର ଦିନ ପୋଲିସ ସାରା ପଞ୍ଜାବରେ ଫ୍ଲାଗ୍ ମାର୍ଚ୍ଚ ଏବଂ ସର୍ଚ୍ଚ କରିଥିଲା । ଆସାମରେ ଅମୃତପାଲର କିଛି ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି ।












Click it and Unblock the Notifications