Get Updates
Get notified of breaking news, exclusive insights, and must-see stories!

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଏସବୁ ନେତା, ଦୌଡ଼ରେ ଅଛନ୍ତି ଏହି ଭାରତୀୟ ବଂଶୋଦ୍ଭବ

ପେନି ମର୍ଡାଣ୍ଟଙ୍କ ନାମ ଏହି ଦୌଡ଼ରେ ଆଗରେ ଅଛି । ଏହା ବ୍ୟତୀତ ପୂର୍ବତନ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ, ଭାରତୀୟ ବଂଶୋଦ୍ଭବ ଋେଷି ସୁନକ ଏବଂ ଲୋକପ୍ରିୟ ରାଜନେତା ଜର୍ମି ହଣ୍ଟଙ୍କ ନାମ ମଧ୍ୟ ଏହି ଦୌଡ଼ରେ ଅଛି ।

ଲଣ୍ଡନ : ବୋରିସ୍ ଜନସନ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ କଳ୍ପାନାଜଳ୍ପା ଲାଗି ରହି।ଛି । ଏବେ ଦେଶର କମାଣ କିଏ ସମ୍ଭାଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବର୍ତ୍ତମାନ ଏହି ଦୌଡ଼ରେ ଅନେକ ନାମ ସାମିଲ ହୋଇଛି । ଏପରିକି ଏହି ଦୌଡ଼ରେ ଜଣେ ଭାରତୀୟ ବଂଶୋଦ୍ଭବ ରହିଛନ୍ତି ।

Rishi Sunak

ପେନି ମର୍ଡାଣ୍ଟଙ୍କ ନାମ ଏହି ଦୌଡ଼ରେ ଆଗରେ ଅଛି । ଏହା ବ୍ୟତୀତ ପୂର୍ବତନ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ, ଭାରତୀୟ ବଂଶୋଦ୍ଭବ ଋେଷି ସୁନକ ଏବଂ ଲୋକପ୍ରିୟ ରାଜନେତା ଜର୍ମି ହଣ୍ଟଙ୍କ ନାମ ମଧ୍ୟ ଏହି ଦୌଡ଼ରେ ଅଛି । ଅକ୍ଟୋବରରେ ଦଳ ସମ୍ମିଳନୀରେ ନୂତନ ପ୍ରଧାନମନ୍ତ୍ରୀ ଘୋଷଣା କରାଯିବ । ସେ ପର୍ଯ୍ୟନ୍ତ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦରେ ରହିବେ ।

ପ୍ରଧାନମନ୍ତ୍ରୀ ହେବା ପାଇଁ ପେନି ମର୍ଡାଣ୍ଟ ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି । ମର୍ଡାଣ୍ଟ ଏକ ଶକ୍ତିଶାଳୀ ବକ୍ତା ଭାବରେ ଜଣାଶୁଣା । ତାଙ୍କ ବିଷୟରେ ସବୁଠାରୁ ସକରାତ୍ମକ କଥା ହେଉଛି ଯେ ସେ ଭାଙ୍ଗିଯାଇଥିବା କଂଜରଭେଟିଭ୍ ପାର୍ଟିକୁ ଏକାଠି ରଖିବାରେ ସଫଳ ହୋଇପାରିବେ । କିନ୍ତୁ ତାଙ୍କର ସବୁଠାରୁ ବଡ ଖରାପ କଥା ହେଉଛି ସେ ଭୋଟରଙ୍କ ମଧ୍ୟରେ ପ୍ରସିଦ୍ଧ ନୁହଁନ୍ତି ।

ଲିଜ୍ ଟ୍ରସ୍ ବ୍ରିଟେନର ବୈଦେଶିକ ମନ୍ତ୍ରୀ ରହିଛନ୍ତି । ବୋରିସ୍ ଜନସନଙ୍କ ଇସ୍ତଫା ନେଇ 50 ରୁ ଅଧିକ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଲିଜ ଏବେବି ରହିଛନ୍ତି । ସେ ଦଳର ଜଣେ ଲୋକପ୍ରିୟ ନେତା । ଅନେକ ଦଳର ସାଂସଦ ବିଶ୍ୱାସ କରନ୍ତି ଯେ ସେ ଲୋକଙ୍କ ସହ ଜଡ଼ିତ । ଯେତେବେଳେ ଦଳର ୱେବସାଇଟରୁ କୌଣସି ସର୍ଭେ ହୁଏ, ଲିଜ୍ ସବୁବେଳେ ଶୀର୍ଷରେ ରହିଥାନ୍ତି ।

ଦେଶର ପୂର୍ବତନ ବୈଦେଶିକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ 55 ବର୍ଷିୟ ଜର୍ମି ହଣ୍ଟ 2019 ରେ ଜନସନ କ୍ୟାବିନେଟରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ଜଣେ ଗମ୍ଭୀର ଏବଂ କମ୍ ବିବାଦୀୟ ନେତା ଭାବେ ଜଣାଶୁଣା । ଏହା ତାଙ୍କ ପାଇଁ ଏକ ପ୍ଲସ୍ ପଏଣ୍ଟ । ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଅଭିଳାଷ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ବୋଲି ସେ ଚଳିତ ବର୍ଷ ଆରମ୍ଭରେ କହିଥିଲେ । ଗତ ମାସରେ ହୋଇଥିବା ଭୋଟରେ ଜନସନଙ୍କ ବିପକ୍ଷରେ ହୋଇଥିବା ନେତାଙ୍କ ମଧ୍ୟରେ ହଣ୍ଟ ଥିଲେ ।

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାମ ମଧ୍ୟ ରହିଛି । ଯଦି ଏପରି ହୁଏତ ତେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାରେ ଋଷି ପ୍ରଥମ ଭାରତୀୟ ହେବେ । ସୁନକ ରାଜକୋଷର ଚାନସେଲର୍ ଭାବେ କାର୍ଯ୍ୟ କରୁଥିଲେ । ବ୍ରିଟେନକୁ କୋଭିଡ ସଙ୍କଟରୁ ବାହାରିବାରେ ଋଷିଙ୍କ ଅବଦାନ ମହତ୍ୱପୂର୍ଣ୍ଣ ଥିଲା । ଏହା ପରେ ସେ ବ୍ରିଟେନରେ ଲୋକପ୍ରିୟ ହୋଇଥିଲେ । ସୁନକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରୋଜଗାର କାର୍ଯ୍ୟକ୍ରମ ଅଧୀନରେ ଲୋକମାନେ 514 ବିଲିୟନ ଡ଼ଲାର ପର୍ଯ୍ୟନ୍ତ ସହାୟତା ପାଇଲେ । ସେ ହେଉଛନ୍ତି ଭାରତର ଅଗ୍ରଣୀ କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣମୁର୍ମିଙ୍କ ଜ୍ୱାଇଁ । କିନ୍ତୁ ସେ ପତ୍ନୀଙ୍କ ଟିକସ୍ ଫାଙ୍କିବା ଅଭିଯୋଗର୍ ଛନ୍ଦି ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+