ଅଷ୍ଟ୍ରେଲିଆରେ ପୋଲିସ ଗୁଳିରେ ଭାରତୀୟ ନାଗରିକ ମୃତ
ଅହମ୍ମଦ ଜଣେ ସଫେଇ କର୍ମଚାରୀଙ୍କୁ ଛୁରୀଭୁଷି ହତ୍ୟା କରିବା ସହ ପୋଲିସକୁ ମଧ୍ୟ ଛୁରାମାଡ଼ କରିବାକୁ ଧମକ ଦେଇଥିଲେ । ଏହା ପରେ ପୋଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା ।

ନୂଆଦିଲ୍ଲୀ: ଭାରତୀୟ ନାଗରିକ ମହମ୍ମଦ ରହମୁତୁଲ୍ଲା ସୟଦ ଅହମ୍ମଦଙ୍କୁ ଅଷ୍ଟ୍ରେଲିଆରେ ପୋଲିସ ଗୁଳି କରି ହତ୍ୟା କରିଛି । ରିପୋର୍ଟ ଅନୁଯାୟୀ, ଅହମ୍ମଦ ଜଣେ ସଫେଇ କର୍ମଚାରୀଙ୍କୁ ଛୁରୀଭୁଷି ହତ୍ୟା କରିବା ସହ ପୋଲିସକୁ ମଧ୍ୟ ଛୁରାମାଡ଼ କରିବାକୁ ଧମକ ଦେଇଥିଲେ । ଏହା ପରେ ପୋଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା ।
ଅଷ୍ଟ୍ରେଲିଆରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ଏହି ଆକ୍ରମଣକାରୀ ଜଣେ ଭାରତୀୟ ବୋଲି ଚିହ୍ନଟ କରିଛି । ଅହମ୍ମଦ ତାମିଲନାଡୁର ମୂଳ ବାସିନ୍ଦା ଏବଂ ବ୍ରିଜ୍ ଭିସାରେ ଆରର୍ନରେ ରହୁଥିଲେ। ଅହମ୍ମଦଙ୍କ ମାନସିକ ଅବସ୍ଥା କିପରି ଥିଲା ତାହା ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି ।
ଅନୁସନ୍ଧାନକାରୀଙ୍କ କହିବାନୁସାରେ, ଅହମ୍ମଦ ସଫେଇ କର୍ମୀଙ୍କୁ ଛୁରାମାଡ଼ କରିଥିଲେ ଏବଂ ପରେ ପୋଲିସ ଅଧିକାରୀଙ୍କୁ ଧମକ ଦେଇଥିଲେ ଯେ ସେ ମଧ୍ୟ ତାଙ୍କୁ ଛୁରାମାଡ଼ କରିବେ । ଏହା ପରେ ଅଧିକାରୀ ତାଙ୍କ ଉପରକୁ ଗୁଳି ଚଳାଇବାରୁ ଅହମ୍ମଦଙ୍କ ମୃତ୍ୟୁ ହୋଇଥିଲା । 32 ବର୍ଷୀୟ ଅହମ୍ମଦ 28 ବର୍ଷୀୟ ସଫେଇ କର୍ମୀଙ୍କୁ ଛୁରାମାଡ଼ କରିଥିଲେ । ଏହି ଘଟଣା ରାତି 12.03 ରେ ଆବର୍ନ ରେଳ ଷ୍ଟେସନରେ ଘଟିଥିଲା । ଘଟଣାର ପାଞ୍ଚ ମିନିଟ ପରେ ପୋଲିସ ଏଠାରେ ପହଞ୍ଚିଥିଲା ।
ଭାରତୀୟ କନସୁଲେଟ୍ କହିଛି ଯେ ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ପୋଲିସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛୁ । ଛୁରୀ ଆକ୍ରମଣ ଘଟଣା ପରେ ଦୁଇଜଣ ପୋଲିସ କର୍ମଚାରୀ ପୋଲିସ ଷ୍ଟେସନରୁ ବାହାରକୁ ଯାଉଥିବାବେଳେ ପୋଲିସ କର୍ମଚାରୀମାନେ ଅହମ୍ମଦଙ୍କୁ ଭେଟିଥିଲେ । ଯେତେବେଳେ ଅହମ୍ମଦ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ, ସେତେବେଳେ ପୋଲିସ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା ଯାହା ସୟଦଙ୍କ ଛାତିରେ ବାଜିଥିଲା ।
ଗୁଳି ବାଜିବା ପରେ ଅହମ୍ମଦଙ୍କୁ ୱେଷ୍ଟମିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ରାତି 1.30 ସମୟରେ ମୃତ ଘୋଷଣା କରାଯାଇଥିଲା । ଏନଏସଡବ୍ଲୁ ପୋଲିସ ଆସିଷ୍ଟାଣ୍ଟ କମିଶନର ଷ୍ଟୁଆର୍ଟ ସ୍ମିଥ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅଧିକାରୀଙ୍କ ପାଖରେ ମାତ୍ର କିଛି ସେକେଣ୍ଡ ଥିଲା, ଯେଉଁଥିପାଇଁ ଗୁଳି ଚଳାଇବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନଥିଲା । ମୁଁ ଏହି ପୋଲିସ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି ।












Click it and Unblock the Notifications