Get Updates
Get notified of breaking news, exclusive insights, and must-see stories!

ତାଲିବାନ ସହ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କଲେ ବାରତ ସରକାର, ଦୋହାରେ ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ଆଫଗାନିସ୍ତାନରୁ ଆମେରିକା ଯିବା ପରେ ଭାରତ ତାଲିବାନ ସହ ଆନୁଷ୍ଠାନିକ କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ କରିଛି । ଏହି କ୍ରମରେ, କତାରରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଆଜି ତାଲିବାନ ନେତା ଷ୍ଟାନେକଜାଇଙ୍କୁ ଭେଟିଛନ୍ତି ।

ଦୋହା : ଆଫଗାନିସ୍ତାନରୁ ଆମେରିକା ଯିବା ପରେ ଭାରତ ତାଲିବାନ ସହ ଆନୁଷ୍ଠାନିକ କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ କରିଛି । ଏହି କ୍ରମରେ, କତାରରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଆଜି ତାଲିବାନ ନେତା ଷ୍ଟାନେକଜାଇଙ୍କୁ ଭେଟିଛନ୍ତି । ଦୋହାସ୍ଥିତ ଭାରତୀୟ ଦୂତାବାସରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ପାଇଁ ତାଲିବାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ଭାରତ ଆଫଗାନିସ୍ତାନରେ ଭାରତୀୟ ଏବଂ ସଂଖ୍ୟାଲଘୁ ଆଫଗାନିସ୍ତାନ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛି ।

Deepak Mital

ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କତାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଆଜି ଦୋହାରେ ତାଲିବାନର ରାଜନୀତିକ ଅଫିସର ମୁଖ୍ୟ ଶେର ମହମ୍ମଦ ଆବ୍ବାସ ଷ୍ଟାନେକଜାଇଙ୍କୁ ଭେଟିଛନ୍ତି ।
ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଓ ଶୀଘ୍ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସେ ତାଲିବାନ ନେତା ଷ୍ଟାନେକଜାଇଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଆଫଗାନିସ୍ତାନର ମାଟି ଯେମିତି ଭାରତ ବିରୋଧରେ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସପକ୍ଷରେ ବ୍ୟବହାର ନ ହେବେ, ସେ ସମ୍ପର୍କରେ ମଧ୍ୟ ଶ୍ରୀ ମିତ୍ତଲ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ।
ସବୁ କଥା ଶୁଣିବା ପରେ ଏହି ପ୍ରସଙ୍ଗକୁ ସକାରାତ୍ମକ ଦୃଷ୍ଟି କୋଣରେ ବିଚାର କରାଯିବ ବୋଲି ତାଲିବାନର ପ୍ରତିନିଧି ଭାରତୀୟ ରାଷ୍ଟ୍ରଦୂତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଆଫଗାନରେ ଫସିଥିବା ଭାରତୀୟ ଶୀଘ୍ର ଉଦ୍ଧାର ହେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+