ୟୁଏନଜିଏରେ ରୁଷ କୁ ଝଟକା ଦେଲା ଭାରତ, ପୁଟିନଙ୍କ ପ୍ରସ୍ତାବ ବିରୋଧରେ ଦେଲା ଭୋଟ୍
ୟୁକ୍ରେନରେ ପୁଟିନଙ୍କ ସବୁଠୁ ବଡ ମିଶନ ପାଇଁ ଭାରତ ବଡ଼ ଝଟକା ଦେଇଛି । ମିଳିତ ଜାତିସଂଘର ସାଧାରଣ ସଭାରେ, ୟୁକ୍ରେନର ଚାରୋଟି ଅଞ୍ଚଳକୁ ରୁଷ ସହିତ ମିଶ୍ରଣ ବିରୋଧରେ ଭାରତ ଭୋଟ୍ ଦେଇଛି ।
ରୁଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନରେ ପୁଟିନଙ୍କ ସବୁଠୁ ବଡ ମିଶନ ପାଇଁ ଭାରତ ବଡ଼ ଝଟକା ଦେଇଛି । ମିଳିତ ଜାତିସଂଘର ସାଧାରଣ ସଭାରେ, ୟୁକ୍ରେନର ଚାରୋଟି ଅଞ୍ଚଳକୁ ରୁଷ ସହିତ ମିଶ୍ରଣ ବିରୋଧରେ ଭାରତ ଭୋଟ୍ ଦେଇଛି । ନିକଟରେ ୟୁକ୍ରେନର ଚାରିଟି ପ୍ରଦେଶରେ ରୁଷ ଜନମତ ସଂଗ୍ରହ କରିବା ପରେ ରୁଷ ସହ ଏବୁ ବିଲୟ କରିବାକୁ ଘୋଷଣା କରିଥିଲା । ଏହାକୁ ମିଳିତ ଜାତିସଂଘରେ ବେଆଇନ ଦଖଲକୁ ନିନ୍ଦା କରିବା ପାଇଁ ଏକ ଡ୍ରାଫ୍ଟ ରିଜୋଲ୍ୟୁସନ୍ ପ୍ରଣୟନ କରାଯାଇଥିଲା ଯେଉଁଥିରେ ରୁଷ ଗୁପ୍ତ ମତଦାନ କରିବାକୁ ଦାବି କରିଥିଲା । ଏଥିରେ ଭାରତ ରୁଷକୁ ଝଟକା ଦେଇ ଏହା ବିରୋଧରେ ଭୋଟ୍ ଦେଇଥିଲା । 100 ରୁ ଅଧିକ ଦେଶ ସହିତ ଭାରତ ସାର୍ବଜନୀନ ମତଦାନକୁ ସମର୍ଥନ କରୁଥିବାବେଳେ ରୁଷ ଗୁପ୍ତ ମତଦାନ ଚାହୁଁଥିଲା ।

ମିଳିତ ଜାତିସଂଘର ସାଧାରଣ ସଭାର 193 ସଦସ୍ୟ ରାଷ୍ଟ୍ର ସୋମବାର ଦିନ ଆଲବାନିଆର ସଂକଳ୍ପ ଉପରେ ଭୋଟ୍ ଦେଇଛନ୍ତି ଯାହା ୟୁକ୍ରେନର ଚାରିଟି ପ୍ରଦେଶକୁ ରୁଷରେ ଜବରଦସ୍ତ ବିଲୟ କରିବାକୁ ହୋଇଥିବା ଜନମତ ସଂଗ୍ରହକୁ ନିନ୍ଦା କରିଛି ।
ଆପଣଙ୍କୁ କହିରଖୁଛୁ ଯେ, ଗତ ମାସରେ ୟୁକ୍ରେନର ଚାରୋଟି ଅଞ୍ଚଳ ଡୋନେଟସ୍କ, ଖେରସନ, ଲୁହାନସ୍କ ଏବଂ ଜାପୋରିଜିୟା ଅଞ୍ଚଳରେ ଜନମତ ସଂଗ୍ରହ କରିବା ପରେ ଏହାକୁ ରୁଷରେ ବିଲୟ କରିବାକୁ ଘୋଷଣା କରିଥିଲା । ରୁଷର ଏହି କାର୍ଯ୍ୟାନୁଷ୍ଠାନକୁ UNGA ରେ ନିନ୍ଦା କରାଯାଇଥିଲା । ଗୁପ୍ତ ମତଦାନ ଦ୍ୱାରା ଏହି ସଂକଳ୍ପ ଭୋଟ୍ ଦିଆଯାଉ ବୋଲି ରୁଷ ଦାବି କରିଥିଲା, କିନ୍ତୁ ରୁଷର ଗୁପ୍ତ ମତଦାନ ବିରୋଧରେ ଭାରତ ଭୋଟ୍ ଦେଇଛି । ଏହି ଭୋଟ୍ ସମୟରେ ଭାରତ ସମେତ 107 ଟି ଦେଶ ରୁଷ ବିରୋଧରେ ଭୋଟ୍ ଦେଇଛନ୍ତି । ସଂଖ୍ୟାଗରିଷ୍ଠତା ହେତୁ ରୁଷର ଗୁପ୍ତ ମତଦାନ ଦାବିକୁ ଖାରଜ କରାଯାଇଛି ।
ରୁଷ ପକ୍ଷରେ ଏହି ଦେଶ
ମିଳିତ ଜାତିସଂଘରେ କେବଳ 13 ଟି ଦେଶ ରୁଷର ଗୁପ୍ତ ମତଦାନ ଦାବି ସପକ୍ଷରେ ଭୋଟ୍ ଦେଇଥିବା ବେଳେ 39 ଦେଶ ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିନାହାଁନ୍ତି । ଭୋଟ୍ ଦେଇନଥିବା ଦେଶ ମଧ୍ୟରେ ରୁଷ ଏବଂ ଚୀନ୍ ରହିଥିଲେ । ଏଥି ସହିତ ମିଳିତ ଜାତିସଂଘରେ ହୋଇଥିବା ଭୋଟ୍ରେ ଏହାର ପ୍ରସ୍ତାବ ପ୍ରତ୍ୟାଖ୍ୟାନ ହେବା ପରେ ରୁଷ ସାଧାରଣ ସଭାର ସଭାପତିଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ କରିଛି ।
ୟୁଏନଜିଏରେ ରୁଷର ଆବେଦନ ଉପରେ ଏକ ରେକର୍ଡ ଭୋଟ୍ ଅନୁଷ୍ଠିତ ହୋଇଥିଲା ଏବଂ ମସ୍କୋଙ୍କ ଆବେଦନ ବିରୋଧରେ 100 ଟି ଦେଶ ମଧ୍ୟରେ ଭାରତ ଥିଲା । ଆବେଦନ ଖାରଜ ହେବା ପରେ ରୁଷିଆ ରେକର୍ଡ ହୋଇଥିବା ଭୋଟ୍ ପାଇଁ ଦାଖଲ ହୋଇଥିବା ପ୍ରସ୍ତାବକୁ ଗ୍ରହଣ କରିବାକୁ ଆଲବେନିଆର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଆହ୍ୱାନ ଦେଇଥିଲା । ରୁଷର ପୁନର୍ବିଚାର ଉପରେ ଭୋଟ୍ ଦେବା ସମୟରେ ଭାରତ ସମେତ 104 ଦେଶ ଏଭଳି ପୁନର୍ବିଚାର ବିରୋଧରେ ଭୋଟ୍ ଦେବା ପରେ ରିଜୋଲ୍ୟୁସନର ପୁନର୍ବିଚାର ନକରିବାକୁ ନିଷ୍ପତ୍ତି ନେଇଥିବାବେଳେ 16 ଟି ଦେଶ ସପକ୍ଷରେ ଭୋଟ୍ ଦେଇଛନ୍ତି ଏବଂ 34 ଟି ଦେଶ ଏହି ଭୋଟିଂରେ ଭାଗ ନେଇ ନାହାଁନ୍ତି ।
ରୁଷର ସ୍ଥାୟୀ ପ୍ରତିନିଧୀ ବସୀଲୀ ନେବେଞ୍ଜିଆ କହିଛନ୍ତି ଯେ ମିଳିତ ଜାତିସଂଘରେ ଆମ ପକ୍ଷକୁ ପ୍ରତିନିଧିତ୍ୱ କରିବା ପାଇଁ ଆମକୁ ଫ୍ଲୋର୍ ଦିଆଯାଇ ନାହିଁ (ଆମ ଆସନରେ ଥିବା ସୂଚକ ଆଲୋକ ଏବେବି ଅନ୍ ଅଛି) । ସେ କହିଛନ୍ତି ଯେ ଆମର ବିବୃତ୍ତିକୁ ବିକୃତ କରାଯାଇଛି ଏବଂ ବର୍ତ୍ତମାନ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କର ମୁକ୍ତ ଭାବରେ ନିଜର ମତ ପ୍ରକାଶ କରିବାର ଅଧିକାର ମଧ୍ୟ ଲୁଟ କରାଯାଉଛି । ସେ କହିଛନ୍ତି ଯେ, "ଏହା ଏକ ମାନିପୁଲେସନ୍ ଯାହା ସାଧାରଣ ସଭା ତଥା ମିଳିତ ଜାତିସଂଘର ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଅବଶ୍ୟ ଏଭଳି ପରିସ୍ଥିତିରେ ଆମେ ଭୋଟ୍ ରେ ଭାଗ ନ ନେବାକୁ ପସନ୍ଦ କରିଛୁ ।"












Click it and Unblock the Notifications