Get Updates
Get notified of breaking news, exclusive insights, and must-see stories!

‘କାଶ୍ମୀରର ସମଗ୍ର ଅଞ୍ଚଳ ଭାରତର ଅଟେ ଏବଂ ସର୍ବଦା ରହିବ ...', ଜାତିସଂଘରେ ଆତଙ୍କବାଦ ପାଇଁ ପାକିସ୍ତାନକୁ ତାଗିଦ୍ କଲା ଭାରତ

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ପାକିସ୍ତାନକୁ କଡା ଜବାବ ଦେଇ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ସମଗ୍ର ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ସର୍ବଦା ରହିବ ... ପାକିସ୍ତାନକୁ ସୀମା ପାର୍ ଆତଙ୍କବାଦ୍ ବନ୍ଦ କରିବାକୁ ଆହ୍ୱାନ କରୁଛୁ ।

ନୂଆଦିଲ୍ଲୀ : ଜାତିସଂଘର ସାଧାରଣ ସଭାର ବିତର୍କ ସମୟରେ ଭାରତ ପାକିସ୍ତାନକୁ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଉଠାଇବା ଏବଂ ଜାତିସଂଘରେ ରୁଷ ବିରୋଧରେ ଭୋଟ୍ ନଦେବା ନେଇ ପାକିସ୍ତାନକୁ ଜବାବ ଦେଇଛି । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ପାକିସ୍ତାନକୁ କଡା ଜବାବ ଦେଇ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ସମଗ୍ର ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ସର୍ବଦା ରହିବ ... ଆମେ ପାକିସ୍ତାନକୁ ସୀମା ପାର୍ ଆତଙ୍କବାଦ୍ ବନ୍ଦ କରିବାକୁ ଆହ୍ୱାନ କରୁଛୁ । ଯାହା ଫଳରେ ଆମର ନାଗରିକମାନେ ସେମାନଙ୍କର ଜୀବନ ଏବଂ ସ୍ୱାଧୀନତାର ଅଧିକାର ଉପଭୋଗ କରିପାରିବେ ।

india - pakistan

ରୁଚିରା କାମ୍ବୋଜ କହିଛନ୍ତି ଯେ ପାକିସ୍ତାନୀ କୂଟନୀତିଜ୍ଞ ମୁନିର ଅକରମ୍ ଦୁଇଟି ପରିସ୍ଥିତିକୁ ସମାନ ଭାବରେ ଦେଖାଇବାକୁ ଚେଷ୍ଟା କରିଛନ୍ତି, ସେ ପାକିସ୍ତାନ ପ୍ରସଙ୍ଗକୁ ବାରମ୍ବାର ଉଠାଉଛନ୍ତି । ଆମେ ଦେଖିଛୁ ଯେ ଏହି ପ୍ଲାଟଫର୍ମର ଅପବ୍ୟବହାର କରିବା ଏବଂ ମୋ ଦେଶ ବିରୁଦ୍ଧରେ ଭିତ୍ତିହୀନ ତଥା ଅର୍ଥହୀନ ମନ୍ତବ୍ୟ ଦେବା ପାଇଁ ଏକ ପ୍ରତିନିଧୀ ଦଳ (ପାକିସ୍ଥାନ) ସର୍ବଦା ଚେଷ୍ଟା କରିଆସୁଛି ।

ରୁଚିରା କାମ୍ବୋଜ କହିଛନ୍ତି ଯେ ବାରମ୍ବାର ଏପରି ବିବୃତ୍ତି ଦେବା ସେମାନଙ୍କର ମାନସିକତାକୁ ଦର୍ଶାଉଛି । ସେମାନେ ପ୍ରତ୍ୟେକ ଥର ଏକ ନୂଆ ମିଛ କହୁଛନ୍ତି । ଆତଙ୍କବାଦ ବନ୍ଦ କରିବାକୁ ଆମେ ସବୁବେଳେ ପାକିସ୍ତାନକୁ କହୁଛୁ ।

ରୁଷ-ୟୁକ୍ରେନ ଯୁଦ୍ଧ ସଂପର୍କରେ ୟୁଏନଜିଏରେ ଭୋଟ୍ ନଦେବା ପାଇଁ ସେ ଦେଇଥିବା ସ୍ପଷ୍ଟୀକରଣରେ ସେ କହିଛନ୍ତି, "ମୋର ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦୀ) ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା (ରୁଷ-ୟୁକ୍ରେନ ବିବାଦ) ଯୁଦ୍ଧର ଯୁଗ ନୁହେଁ ଏବଂ ହୋଇପାରିବ ନାହିଁ । ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ଆମେ ଏକ ଶାନ୍ତିପୂର୍ଣ୍ଣ ସମାଧାନରେ ବିଶ୍ୱାସ କରୁ । ଭାରତ ଏହି ନିଷ୍ଠା ସହିତ ଛିଡା ହୋଇଛି ତେଣୁ ଭାରତ ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇଛି ।

ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ରୁଚିରା କାମ୍ବୋଜ କହିଛନ୍ତି ଯେ ଏହି ବିବାଦର ପରିଣାମ ଇନ୍ଧନ, ଖାଦ୍ୟ ଏବଂ ସାର ଯୋଗାଣରେ ବିକାଶଶୀଳ ଦେଶମାନଙ୍କୁ ଭୋଗିବାକୁ ପଡ଼ୁଛି । ସେଥିପାଇଁ ସାଉଥ ଗ୍ଲୋବାଲର ଆବାଜ ଶୁଣିବା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ସମସ୍ୟାଗୁଡିକ ସଠିକ୍ ଭାବରେ ଶୁଣିବା ଏବଂ ସମାଧାନ କରାଯିବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+