ରୁଷ - ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ମଧ୍ୟସ୍ଥତା କରିବ ଭାରତ ! ଜୟଶଙ୍କରଙ୍କୁ ଭେଟିବେ ରୁଷର ଉପ ପ୍ରଧାନମନ୍ତ୍ରୀ
ୟୁକ୍ରେନ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ମଧ୍ୟସ୍ଥତା କରିପାରେ । ଭାରତର ହସ୍ତକ୍ଷେପ ପରେ ରୁଷ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାକୁ ପ୍ରସ୍ତୁତ ହୋଇପାରେ ।
ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ସାମରିକ ବିବାଦ ଥମିବାର ନାଁ ନେଉନାହିଁ । ଏଥି ମଧ୍ୟରେ ଅନେକ ରିପୋର୍ଟ ଦାବି କରିଛି ଯେ ୟୁକ୍ରେନ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ମଧ୍ୟସ୍ଥତା କରିପାରେ । ଭାରତର ହସ୍ତକ୍ଷେପ ପରେ ରୁଷ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାକୁ ପ୍ରସ୍ତୁତ ହୋଇପାରେ । ଏଥି ସହିତ ବିଦେଶ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି ଯେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ରୁଷ ଗସ୍ତ କେବଳ ମଧ୍ୟସ୍ଥତା ପାଇଁ ହେଉଛି । ଏହି ସମୟରେ ଜୟଶଙ୍କର ଆଜି ରୁଷର ଉପପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ ଏବଂ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭଙ୍କୁ ଭେଟିବେ ।

ସୂଚନାଯୋଗ୍ୟ, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଜୟଶଙ୍କରଙ୍କ ଏହା ପ୍ରଥମ ରୁଷ ଗସ୍ତ । ଏପରିକି ଆମେରିକାର ଅନେକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜୟଶଙ୍କରଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଏଥି ସହିତ ଦ ହିନ୍ଦୁ ରିପୋର୍ଟ ଅନୁଯାୟୀ ଡକ୍ଟର ଜୟଶଙ୍କରଙ୍କ ରୁଷର ଉପପ୍ରଧାନମନ୍ତ୍ରୀ ମଣ୍ଟୁରୋଭଙ୍କ ସହ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି ଯେଉଁ ସମୟରେ ଆମେରିକାର ଚାପ ସତ୍ତ୍ୱେ ମଧ୍ୟ ରୁଷ ଏବଂ ଭାରତ ବାଣିଜ୍ୟିକ ସହଯୋଗୀ ହୋଇପାରିଛନ୍ତି । ଭାରତ-ରୁଷ ଦ୍ୱିପାକ୍ଷିକ ବାଣିଜ୍ୟରେ ତିନି ଗୁଣ ବୃଦ୍ଧି ଘଟିଛି ଏବଂ ଗତ ବର୍ଷ ରୁଷର ତେଲର ଭାରତୀୟ ଆମଦାନୀ 20 ଗୁଣ ଅଧିକ ହୋଇଛି । ଏହି ବୈଠକରେ ଦୁଇ ନେତା ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ।
ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ରୁଷର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏସ୍ ଜୟଶଙ୍କର ଏବଂ ତାଙ୍କ ରୁଷର ପ୍ରତିପକ୍ଷଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଉପରେ ଆଧାରିତ ହେବ ଯେଉଁଥିରେ ପରିବହନ, ଲଜିଷ୍ଟିକ୍ସ, ପାରସ୍ପରିକ ବାଣିଜ୍ୟରେ ସ୍ଥାନୀୟ ମୁଦ୍ରାର ବ୍ୟବହାର, ଶକ୍ତି କ୍ଷେତ୍ରରେ ପ୍ରକଳ୍ପ, ବିଶେଷ କରି ଆର୍କଟିକରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳିପକୁ ନେଇ ବୈଠକ ଅନୁଷ୍ଠିତ ହେବ ।
ରୁଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭଙ୍କ ସହ ଦ୍ୱିପାକ୍ଷିକ ବୈଠକ ବେଳେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିବା ବ୍ୟତୀତ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ହିଂସାକୁ ନେଇ ଭାରତର ଆଭିମୁଖ୍ୟ ରଖିବେ । ଏହା ସହିତ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ମଧ୍ୟରେ ଖାଦ୍ୟ ଏବଂ ଇନ୍ଧନ ଅଭାବକୁ ନେଇ ଭାରତ ମଧ୍ୟ ରୁଷ ନିକଟରେ ମତ ରଖିପାରେ । କିନ୍ତୁ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାରେ ଭାରତର ସମ୍ଭାବ୍ୟ ଭୂମିକା ବିଷୟରେ ସବୁଠାରୁ କଳ୍ପନାଜଳ୍ପନା । ନ୍ୟୁୟର୍କ ଟାଇମ୍ସ ଏବଂ ୱାଶିଂଟନ୍ ପୋଷ୍ଟ ଦାବି କରିଛି ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ମଧ୍ୟସ୍ଥତା କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏଥି ସହିତ, ୟୁକ୍ରେନକୁ ବାଇଡେନ ପ୍ରଶାସନ ପକ୍ଷରୁ ସଙ୍କେତ ପାଇଁ ଆଲୋଚନା ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି । ଆମେରିକା ବିଶ୍ୱାସ କରେ ଯେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ହୋଇପାରିବ ।
କଣ କହୁଛି ଭାରତ ?
ମଧ୍ୟସ୍ଥତା ବିଷୟରେ ଏକ ପ୍ରଶ୍ନ ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, "ୟୁକ୍ରେନ ବିବାଦ ଉପରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଆମେ ସବୁବେଳେ କଥାବାର୍ତ୍ତା ଏବଂ କୂଟନୈତିକ ଦିଗକୁ ଫେରିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛୁ । ମୋର ବିଶ୍ୱାସ ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହା କରିବେ । ନିଶ୍ଚିତ ଭାବରେ ଏହାକୁ ପୁନରାବୃତ୍ତି କରିବେ । କିନ୍ତୁ ଏହା ବାହାରେ, ସେମାନେ କ'ଣ ଆଲୋଚନା କରିବେ କି ନାହିଁ ମୁଁ କହି ପାରିବି ନାହିଁ ।"












Click it and Unblock the Notifications