ଭାରତ ପୁଟିନଙ୍କୁ ଅଟକାଇ ରଖିଛି, ନହେଲେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ହୋଇସାରନ୍ତାଣି - ଆଣ୍ଟୋନୀ ବ୍ଲିଙ୍କେନ
ବ୍ଲିଙ୍କେନ୍ କହିଛନ୍ତି, 'ଅନ୍ୟ ଦେଶ ଅପେକ୍ଷା ରୁଷ ସହିତ ଭାରତର ଅଧିକ ପ୍ରତ୍ୟକ୍ଷ ଯୋଗଦାନ ରହିଛି । ନୂଆଦିଲ୍ଲୀ ମସ୍କୋକୁ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାରୁ ବାରଣ କରି ରଖିଛି ।'

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଏକ ବର୍ଷ ପୁରି ସାରିଛି । କିନ୍ତୁ ଏହା ଥମିବାର ନାଁ ନେଉଥ ନଥିବା ବେଳେ କେବେ ଏହି ଯୁଦ୍ଧ ଶେଷ ହେବ ସେ ନେଇ କିଛି ଆଶା କରାଯାଇପାରୁନାହିଁ । ତଥାପି ଏଭିଳ ସମୟରେ ରୁଷ-ୟୁକ୍ରେନ୍ ଯୁଦ୍ଧ ସଂପର୍କରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ୍ ଉପରେ ରୁଷ କେବେ ଠାରୁ ପରମାଣୁ ଆକ୍ରମଣ କରିସାରନ୍ତାଣି । ଭାରତ ଯୋଗୁଁ ରୁଷ ଏହି ପଦକ୍ଷେପ ନେଇପାରୁନାହିଁ ।
ବ୍ଲିଙ୍କେନ୍ କହିଛନ୍ତି, 'ଅନ୍ୟ ଦେଶ ଅପେକ୍ଷା ରୁଷ ସହିତ ଭାରତର ଅଧିକ ପ୍ରତ୍ୟକ୍ଷ ଯୋଗଦାନ ରହିଛି । ନୂଆଦିଲ୍ଲୀ ମସ୍କୋକୁ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାରୁ ବାରଣ କରି ରଖିଛି ।'
ବ୍ଲିଙ୍କେନ୍ କହିଛନ୍ତି, ଆମେ ସମସ୍ତ ଦେଶକୁ ଏହି ଯୁଦ୍ଧ ଶେଷ କରିବାକୁ ଆହ୍ୱାନ କରୁଛୁ ଯେଉଁମାନଙ୍କର ସମ୍ପର୍କ ଭଲ ରହିଛି । ଏଥିରେ ଚୀନ୍ ଏବଂ ଭାରତ ମଧ୍ୟ ସାମିଲ । ଏମାନଙ୍କର ପ୍ରଭାବ ପଡିଛି । ଉଭୟ ଦେଶ ରୁଷକୁ ୟୁକ୍ରେନ ଉପରେ ଆଣବିକ ଆକ୍ରମଣରୁ ରୋକିବାରେ ସଫଳ ହୋଇଛନ୍ତି ।
ବ୍ଲିଙ୍କେନ୍ କହିଛନ୍ତି ଯେ ରୁଷ ସହିତ ବର୍ଷ ବର୍ଷ ଧରି ସମ୍ପର୍କ ରଖିଥିବା ଦେଶମାନଙ୍କ ପାଇଁ ଗୋଟିଏ ଷ୍ଟ୍ରୋକରେ ଅଲଗା ହେବା ଏକ ବଡ଼ ଆହ୍ୱାନ । ଆମେ ଜାଣୁ ଯେ ଦଶନ୍ଧି ଧରି ଭାରତ ରୁଷର ସାମରିକ ଉପକରଣ କିଣୁଛି କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମେ ଯାହା ଦେଖିଛୁ ତାହା ରୁଷ ଉପରେ ବିଶ୍ୱାସ ହରାଉଛି । ରୁଷ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଉଛି ଏବଂ ଫ୍ରାନ୍ସ ଏବଂ ଆମେରିକା ଭଳି ଦେଶ ସହ ଭାରତ ସମ୍ପର୍କ ବୃଦ୍ଧି କରୁଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications