Get Updates
Get notified of breaking news, exclusive insights, and must-see stories!

ମିଳିତ ଜାତିସଂଘରେ, ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭୋଟ୍ ଦେବାରୁ ନିବୃତ୍ତ ରହିଲେ ଭାରତ ଏବଂ ଚୀନ୍

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ଭାରତ ଏବଂ ଚୀନ୍ ନିନ୍ଦା କରିଛନ୍ତି । କିନ୍ତୁ ସୁରକ୍ଷା ପରିଷଦରେ ଭୋଟ୍ ଦେବାରୁ ନିବୃତ୍ତ ରହିଛନ୍ତି ।

ଜେନେଭା : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ଭାରତ ଏବଂ ଚୀନ୍ ନିନ୍ଦା କରିଛନ୍ତି । କିନ୍ତୁ ସୁରକ୍ଷା ପରିଷଦରେ ଭୋଟ୍ ଦେବାରୁ ନିବୃତ୍ତ ରହିଛନ୍ତି । ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରୁଥିବା ଏକ ସଂକଳ୍ପ ଉପରେ ଭୋଟ୍ ଦେବା ପାଇଁ ୟୁଏନ୍ଏସ୍ସିର ଏକ ଜରୁରୀକାଳୀନ ଅଧିବେଶନ ଚାଲିଛି । ଯେଉଁଥିରେ ଉଭୟ ଚୀନ୍ ଏବଂ ଭାରତ ଭୋଟ୍ ଦେବାକୁ ବାରଣ କରିଛନ୍ତି । ୟୁକ୍ରେନ ଉପରେ ୟୁଏନଏସସି ବୈଠକରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟିଏସ ତିରୁମୁର୍ତି କହିଛନ୍ତି ଯେ ୟୁକ୍ରେନରେ ହେଉଥିବା ଘଟଣାକୁ ନେଇ ଭାରତ ଗଭୀର ବିବ୍ରତ ହୋଇଛି । ହିଂସା ଏବଂ ଶତ୍ରୁତାକୁ ତୁରନ୍ତ ଶେଷ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉ ବୋଲି ଆମେ ଅନୁରୋଧ କରୁଛୁ । ମଣିଷ ଜୀବନର ମୂଲ୍ୟରେ କୌଣସି ସମାଧାନ କେବେ ମିଳିବ ନାହିଁ ବୋଲି ସେ କହିଛନ୍ତି ।

UNSC

ଟିଏସ ତିରୁମୂର୍ତ୍ତି ଆହୁରି କହିଛନ୍ତି, କୂଟନୈତିକ ପଥ ପରିତ୍ୟାଗ କରିଥିବାରୁ ଏହା ଦୁଃଖର ବିଷୟ । ଆମକୁ ସେହି ସ୍ଥାନକୁ ଫେରିବାକୁ ପଡିବ । ଏହି ସମସ୍ତ କାରଣ ପାଇଁ ଭାରତ ଏହି ପ୍ରସ୍ତାବରୁ ନିବୃତ୍ତ ରହିବାର ବିକଳ୍ପ ଚୟନ କରିଛି ।

ଟିଏସ ତିରୁମୁର୍ତ୍ତୀ ଏହା ମଧ୍ୟ କହିଛନ୍ତି ଯେ ଗଠନମୂଳକ ଢଙ୍ଗରେ ଆଗକୁ ବଢିବା ପାଇଁ ସମସ୍ତ ସଦସ୍ୟ ଦେଶ ଏହି ନୀତିଗୁଡିକୁ ସମ୍ମାନ କରିବା ଆବଶ୍ୟକ । ମତଭେଦ ଏବଂ ବିବାଦର ସମାଧାନ ପାଇଁ ଆଲୋଚନା ହେଉଛି ଏକମାତ୍ର ସମାଧାନ, ଯଦିଓ ଏହା ବର୍ତ୍ତମାନ ସମୟରେ କଷ୍ଟକର ମନେହେଉଛି ।

ଏଥି ସହିତ ଚାଇନା ମଧ୍ୟ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି । ମିଳିତ ଜାତିସଂଘରେ ଚୀନ୍‌ର ସ୍ଥାୟୀ ପ୍ରତିନିଧୀ ଝାଙ୍ଗ ଜୁନ୍ କହିଛନ୍ତି ଯେ ଆମେ ବିଶ୍ୱାସ କରୁ ଯେ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦିଆଯିବା ଉଚିତ ଏବଂ ମିଳିତ ଜାତିସଂଘର ଚାର୍ଟର ଉଦ୍ଦେଶ୍ୟ ଏବଂ ନୀତିକୁ ସମର୍ଥନ କରାଯିବା ଉଚିତ । ଅନ୍ୟ ଦେଶର ସୁରକ୍ଷାକୁ ଦୁର୍ବଳ କରିବା ମୂଲ୍ୟରେ ଗୋଟିଏ ଦେଶର ସୁରକ୍ଷା କରାଯାଇପାରିବ ନାହିଁ । ତେଣୁ ଚୀନ୍ ଏହି ଭୋଟରୁ ନିବୃତ୍ତ ରହିବ । ୟୁକ୍ରେନ କୁ ପୂର୍ବ ଏବଂ ପଶ୍ଚିମ ମଧ୍ୟରେ ଏକ ସେତୁ ନିର୍ମାଣ କରିବା ଜରୁରୀ ବୋଲି ଚୀନ୍ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+