Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରେ 'ସର୍ଜିକାଲ ଷ୍ଟ୍ରାଇକ୍' ଜାରି ରଖିବ ଭାରତ, UNSC ରେ ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ବର୍ଷିଲା ଭାରତ

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ କହିଛି ଯେ ବର୍ତ୍ତମାନ ସମଗ୍ର ବିଶ୍ୱ ଜାଣେ ଏବଂ ବୁଝିପାରୁଛି ଯେ ପାକିସ୍ତାନ ହେଉଛି ଏକ ଦେଶ ଯିଏ ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରେ ଏବଂ ସେମାନେ UNSC ଫୋରମ୍ ବ୍ୟବହାର କରି ଭାରତ ବିରୁଦ୍ଧରେ ଅପପ୍ରଚାର କରନ୍ତି ।

ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ପାକିସ୍ତାନ ଉପରେ ଚାପ ପକାଇ ତୁରନ୍ତ ପାକିସ୍ତାନ ଅଧୃକୃତ କାଶ୍ମୀରକୁ (PoK) ଖାଲି କରିବାକୁ କହିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ କହିଛି ଯେ ବର୍ତ୍ତମାନ ସମଗ୍ର ବିଶ୍ୱ ଜାଣେ ଏବଂ ବୁଝିପାରୁଛି ଯେ ପାକିସ୍ତାନ ହେଉଛି ଏକ ଦେଶ ଯିଏ ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରେ ଏବଂ ସେମାନେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଫୋରମ୍ ବ୍ୟବହାର କରି ଭାରତ ବିରୁଦ୍ଧରେ ପ୍ରଚାର ପ୍ରସାର କରନ୍ତି ।

kajal Bhat

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଦୃଢୋକ୍ତି ପ୍ରକାଶ କରିଛି ଯେ ପାକିସ୍ତାନ ସର୍ବଦା ଜାତିସଂଘର ଫୋରମ୍ ବ୍ୟବହାର କରି ଭାରତ ବିରୁଦ୍ଧରେ ଅପପ୍ରଚାର କରୁଛି । ଏହା ସହିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ଭାରତ ଇସଲାମାବାଦକୁ ନିନ୍ଦା କରିବା ସହ ଜମ୍ମୁ-କଶ୍ମୀରର ସମସ୍ତ ଅଧିକୃତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ କହଛି । ମିଳିତ ଜାତିସଂଘରେ ସ୍ଥାୟୀ ମିଶନର ଭାରତର ପରାମର୍ଶଦାତା ଡକ୍ଟର କାଜଲ ଭଟ୍ଟ କହିଛନ୍ତି ଯେ "ମୁଁ ଭାରତର ଆଭିମୁଖ୍ୟ ବିଷୟରେ ସ୍ପଷ୍ଟ କରିବାକୁ ଚାହୁଁଛି, ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ସବୁବେଳେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏଥିରେ ପାକିସ୍ତାନର ବେଆଇନ ଦଖଲରେ ଥିବା ଅଞ୍ଚଳ ଅନ୍ତର୍ଭୂକ୍ତ ହୋଇଛି । ଆମେ ଦାବି କରୁଛୁ ଯେ ପାକିସ୍ତାନ ଦ୍ୱାରା ବେଆଇନ ଭାବେ କବଜା ହୋଇଥିବା ଅଞ୍ଚଳ ଗୁଡିକ ତୁରନ୍ତ ଖାଲି କରାଯାଉ ।"

ମିଳିତ ଜାତିସଂଘରେ ସ୍ଥାୟୀ ମିଶନ ଅଫ୍ ଇଣ୍ଡିଆର ପରାମର୍ଶଦାତା ଡକ୍ଟର କାଜଲ ଭଟ୍ଟ କହିଛନ୍ତି ଯେ ପ୍ରଚାର ପ୍ରସାର ପାଇଁ ପାକିସ୍ତାନ ସର୍ବଦା ମିଳିତ ଜାତିସଂଘର ଏହି ଫୋରମ୍ ବ୍ୟବହାର କରିଆସୁଛି ଏବଂ ସେଥିପାଇଁ ଏହାର ଉତ୍ତର ଦେବାକୁ ଭାରତକୁ ପୁଣି ଥରେ ଏହି ପ୍ଲାଟଫର୍ମକୁ ଆସିବାକୁ ପଡିଲା । ଭାରତ କହିଛି ଯେ ୟୁଏଏସି ଫୋରମରେ ପାକିସ୍ତାନର ପ୍ରତିନିଧୀ ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି । ଭାରତୀୟ ପ୍ରତିନିଧୀ କହିଛନ୍ତି ଯେ ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନର ପ୍ରତିନିଧୀ ମିଳିତ ଜାତିସଂଘ ଦ୍ୱାରା ପ୍ରଦତ୍ତ ପ୍ଲାଟଫର୍ମକୁ ଭାରତ ବିରୁଦ୍ଧରେ ଅପ ପ୍ରଚାର ପାଇଁ ଅପବ୍ୟବହାର କରିଛନ୍ତି । କାଜଲ ଭଟ କହିଛନ୍ତି ଯେ ପାକିସ୍ତାନର ପ୍ରତିନିଧୀମାନେ "ଦେଶର ଦୁଃଖଦ ସ୍ଥିତିରୁ ବିଶ୍ୱର ଦୃଷ୍ଟି ହଟାଇବାକୁ ବୃଥା ଚେଷ୍ଟା କରିଛନ୍ତି, ଯେଉଁଠାରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ଜୀବନ ସହ ଖେଳନ୍ତି, ବିଶେଷ କରି ଯେଉଁଠାରେ ସଂଖ୍ୟାଲଘୁଙ୍କ ପ୍ରତି ଖରାପ ବ୍ୟବହାର କରାଯାଏ ।"

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଫୋରମରେ ପାକିସ୍ତାନକୁ ପ୍ରକାଶ କରି ଭାରତୀୟ ପ୍ରତିନିଧୀ କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ର ଜାଣିଛନ୍ତି ଯେ ପାକିସ୍ତାନର ଏକ ପ୍ରତିଷ୍ଠିତ ଇତିହାସ ରହିଛି ଏବଂ ଆତଙ୍କବାଦୀଙ୍କୁ ଲୁଚାଇବା, ସାହାଯ୍ୟ କରିବା ତଥା ସେମାନଙ୍କୁ ସହଯୋଗ କରିବାରେ ସକ୍ରିୟ ଅଛନ୍ତି । କାଜଲ ଭଟ କହିଛନ୍ତି, "ଏହା ହେଉଛି ଏକ ଦେଶ ଯାହା ରାଜ୍ୟ ନୀତି ଅନୁଯାୟୀ ଖୋଲାଖୋଲି ଭାବେ ସମର୍ଥନ, ତାଲିମ, ଆର୍ଥିକ ତଥା ସଶସ୍ତ୍ର ଆତଙ୍କବାଦୀଙ୍କୁ ସମର୍ଥନ କରିଛି ।" ଭାରତୀୟ କାଉନସିଲର ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ୟୁଏନଏସସି ଦ୍ୱାରା ନିଷିଦ୍ଧ ଆତଙ୍କବାଦୀଙ୍କୁ ହୋଷ୍ଟ କରିବାରେ ପାକିସ୍ତାନ ଅତ୍ୟଧିକ ଅପମାନଜନକ ରେକର୍ଡ ରଖିଛି ।

ୟୁଏନଏସସି ଫୋରମରେ ଭାରତୀୟ ପ୍ରତିନିଧୀ ପାକିସ୍ତାନ ଉପରେ ବର୍ଷିବା ସହ କହିଛନ୍ତି ଯେ ପାକିସ୍ତାନ ସମେତ ପଡୋଶୀ ଦେଶ ସହ ଭାରତ ସ୍ୱାଭାବିକ ସମ୍ପର୍କ ଚାହୁଁଛି ଏବଂ "ଶିମଲା ଚୁକ୍ତିନାମା ଏବଂ ଲାହୋର ଘୋଷଣାନାମା" ଅନୁଯାୟୀ ଭାରତ ଦ୍ୱିପାକ୍ଷିକ ତଥା ଶାନ୍ତି ସହ ଆଲୋଚନା କରିବାକୁ ଚାହୁଁଛି । କିନ୍ତୁ ଯେତେବେଳେ 'ପରିବେଶ ଆତଙ୍କ ଏବଂ ହିଂସା ମୁକ୍ତ' ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ଅର୍ଥପୂର୍ଣ୍ଣ ଆଲୋଚନା ହୋଇପାରିବ ନାହିଁ । ଭାରତୀୟ ପ୍ରତିନିଧୀ ଜୋର ଦେଇଛନ୍ତି ଯେ ଏଭଳି ଅନୁକୂଳ ପରିବେଶ ସୃଷ୍ଟି କରିବାର ଦାୟିତ୍ୱ ପାକିସ୍ତାନ ଉପରେ ରହିଛି । ସେ କହିଛନ୍ତି, ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାବର୍ତ୍ତୀ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଜାରି ରଖିବ, ସେପର୍ଯ୍ୟନ୍ତ ଭାରତ ସୀମା ଆତଙ୍କବାଦକୁ ଜବାବ ଦେବା ପାଇଁ ଦୃଢ ଏବଂ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+