Get Updates
Get notified of breaking news, exclusive insights, and must-see stories!

କିଛି ସମୟ ମଧ୍ୟରେ ହାଇକୋର୍ଟରେ ହାଜର ହେବେ ଇମରାନ୍ ଖାନ, ଜାମିନ ପାଇବା ପ୍ରାୟ ନିଶ୍ଚିତ

Imran Khan

ଇସଲାମାବାଦ : ଅଲ-କାଦିର ଟ୍ରଷ୍ଟ ମାମଲାରେ ଇମରାନ୍ ଖାନ କିଛି ସମୟ ପରେ ଇସଲାମାବାଦ ହାଇକୋର୍ଟ (ଆଇଏଚସି) ରେ ହାଜର ହେବାକୁ ଯାଉଛନ୍ତି । ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିବାର ସମସ୍ତ ସମ୍ଭାବନା ରହିଛି । ଏହା ପରେ ଇମରାନ୍ ଖାନ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବେ ।

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଏହାର ସମର୍ଥକଙ୍କୁ ଫେଡେରାଲ ରାଜଧାନୀ ଇସଲାମାବାଦକୁ ଡାକିଛି । ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ତାଙ୍କ ସମର୍ଥକଙ୍କ ମଧ୍ୟରେ ଭାଷଣ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଖବର ଅନୁଯାୟୀ, କୋର୍ଟରେ ହାଜର ହେବା ପରେ ଯଦି ତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆ ନ ଯାଏ, ତେବେ ଇମରାନ୍ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି ।

ପିଟିଆଇ ଏହାର ଅଫିସିଆଲ୍ ହ୍ୟାଣ୍ଡେଲରୁ ଟ୍ୱିଟ କରି କହିଛି ଯେ ପିଟିଆଇ ଚେୟାରମ୍ୟାନ୍ ଇମରାନ୍ ଙ୍କ ସହ ସମର୍ଥନ ବ୍ୟକ୍ତ କରିବା ପାଇଁ ଦେଶର ହଜାର ହଜାର ଶାନ୍ତିପୂର୍ଣ୍ଣ ପାକିସ୍ତାନୀ ଆଜି ସକାଳେ ଶ୍ରୀନଗର ରାଜପଥ ଜି -13 ଇସଲାମାବାଦରେ ଏକାଠି ହେବେ । ଏହି ଟ୍ୱିଟରେ ଆହୁରି ମଧ୍ୟ କୁହାଯାଇଛି ଯେ IHC ରେ ହାଜର ହେବା ପରେ ଇମରାନ ଖାନ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବେ ।

ତେବେ କେତେକ ରିପୋର୍ଟରେ କୁହାଯାଇଛି ଯେ ଇସଲାମାବାଦ ହାଇକୋର୍ଟ ସେନା ର ଚାପରେ ଇମରାନ୍ ଖାନଙ୍କ ଜାମିନକୁ ବାତିଲ କରିପାରେ । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେନା ଏବଂ ଶେହବାଜ ସରିଫ ସରକାରକୁ ବଡ଼ ଝଟକା ଲାଗିଛି ।

ଅଲ-କାଦିର ଟ୍ରଷ୍ଟ ମାମଲାର ଶୁଣାଣି ପାଇଁ ଇମରାନ୍ ଖାନ ହାଇକୋର୍ଟରେ ହାଜର ହେବେ । ଯେଉଁଥିରେ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଇମରାନ ଖାନଙ୍କୁ ଗିରଫ କରିଥିଲା, ଯାହା ସାରା ଦେଶରେ ହିଂସା ପ୍ରଦର୍ଶନ କରିଥିଲା ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ଦିନ ଇମରାନ ଖାନ ସୁପ୍ରିମକୋର୍ଟରେ ଏକ ବିରାଟ ବିଜୟ ହାସଲ କରିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ଏକ ଉଦାହରଣ ଦେଇଛନ୍ତି ଯେ କୋର୍ଟ ପରିସରରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+