16 ତମ ମହଲାରୁ ପଡ଼ି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ

ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଅଧିକାରୀ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ମାରିନା ୟାନକିନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । 16 ତମ ମହଲାରୁ ଖସି ପଡ଼ିବା ପରେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି ।

 Marina Yankina

ନୂଆଦିଲ୍ଲୀ : ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଅଧିକାରୀ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ମାରିନା ୟାନକିନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । 16 ତମ ମହଲାରୁ ଖସି ପଡ଼ିବା ପରେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ମାରିନା ୟାନକିନା ପଶ୍ଚିମ ମିଲିଟାରୀ ଜିଲ୍ଲାର ଅର୍ଥ ନିର୍ଦ୍ଦେଶକ ଥିଲେ ଏବଂ ୟୁକ୍ରେନ ଯୁଦ୍ଧ ପାଇଁ ପାଣ୍ଠି ସଂଗ୍ରହ ଦାୟିତ୍ୱରେ ଥିଲେ । ତାଙ୍କୁ ରୁଷର ରାଷ୍ଟ୍ରପତିଙ୍କ ଏକ ବଡ ରହସ୍ୟ ଭାବରେ ବିବେଚନା କରାଯାଉଥିଲା ତେଣୁ ତାଙ୍କ ମୃତ୍ୟୁ ଅତ୍ୟନ୍ତ ସନ୍ଦେହଜନକ ବୋଲି ବିବେଚନା କରାଯାଉଛି ।

ମାରିନା ୟାନକିନା ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଥିଲେ । ସେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ଆର୍ଥିକ ସହାୟତା ବିଭାଗର ମୁଖ୍ୟ ଥିଲେ । ସେଣ୍ଟ ପିଟର୍ସବର୍ଗର 16 ମହଲା କୋଠାର ଝରକାରୁ ତଳେ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଆଞ୍ଚଳିକ ଗଣମାଧ୍ୟମ ଅନୁସାରେ ବୁଧବାର ଦିନ 8 ଟାରୁ ସେଣ୍ଟ ପିଟର୍ସବର୍ଗର କାଲିନିନସ୍କି ଜିଲ୍ଲାର ଏକ ଆବାସିକ କମ୍ପ୍ଲେକ୍ସର ରାସ୍ତାରେ ମାରିନା ୟାନକିନାଙ୍କ ମୃତଦେହ ପଡ଼ିଛି, ଯାହାକୁ ସ୍ଥାନୀୟ ବାସିନ୍ଦା ନୋଟିସ୍ କରି ପରେ ଅଧିକାରୀମାନଙ୍କୁ ଜଣାଇଥିଲେ । ମୃତ୍ୟୁ ବେଳକୁ ୟାନକିନାଙ୍କୁ 58 ବର୍ଷ ବୟସ ହୋଇଥିଲା । ୟୁକ୍ରେନ ଯୁଦ୍ଧ ପାଇଁ ଅନ୍ୟତମ ପ୍ରମୁଖ ପାଣ୍ଠି ସଂଗ୍ରହକାରୀ ଥିଲେ ସେ ।

ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଆପାର୍ଟମେଣ୍ଟର 16 ତମ ମହଲାରେ ରହିବା କଥା ନୁହେଁ, କାରଣ ସେ ସେଠାରେ ରହୁ ନଥିଲେ । ଏହି ଆପାର୍ଟମେଣ୍ଟ ପ୍ରକୃତରେ ତାଙ୍କ ସ୍ୱାମୀଙ୍କ ଫ୍ଲାଟ ଥିଲା । ପାଶ୍ଚାତ୍ୟ ମିଲିଟାରୀ ଜିଲ୍ଲା ନିଶ୍ଚିତ କରିଛି ଯେ ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ କହିଛି ଯେ ମାରିନା ୟାନକିନାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ମନ୍ତବ୍ୟ ନଦେବାକୁ ଅନୁସନ୍ଧାନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗତ ଏକ ବର୍ଷ ମଧ୍ୟରେ ରୁଷର ଅନେକ ଅଧିକାରୀ ଏବଂ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏହାପୂର୍ବରୁ ରୁଷର ମେଜର ଜେନେରାଲ ଭ୍ଲାଦିମିର ମାକାରୋଭ ମଧ୍ୟ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+