Get Updates
Get notified of breaking news, exclusive insights, and must-see stories!

ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ସମସ୍ତ ଯାତ୍ରୀଙ୍କ ମୃତ୍ୟୁ

କାଠମାଣ୍ଡୁ : ନେପାଳର ମାଉଣ୍ଟ ଏଭରେଷ୍ଟ ଅଞ୍ଚଳରୁ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ମଙ୍ଗଳବାର ଦିନ ନିଖୋଜ ହୋଇଯାଇଛି । ବର୍ତ୍ତମାନ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ ଦେଖିବାକୁ ମିଳିଛି ।

helicopter

ନେପାଳର ସର୍ଚ୍ଚ ଟିମ୍ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଭଗ୍ନାବଶେଷ ଉଦ୍ଧାର କରିଛି । ଏଥି ସହ ସମସ୍ତ 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୋଶୀ ପ୍ରାନ୍ତ ପୋଲିସ୍ ଡିଆଇଜି ରାଜେଶନାଥ ବସ୍ତୋଲା କହିଛନ୍ତି ଯେ ଗ୍ରାମବାସୀ ପାଞ୍ଚଟି ମୃତଦେହ ଉଦ୍ଧାର କରିଛନ୍ତି ।

ପ୍ରାଥମିକ ଅନୁସନ୍ଧାନ ପରେ ହେଲିକପ୍ଟରଟି ପାହାଡ ଉପରେ ଥିବା ଏକ ଗଛରେ ପିଟି ହୋଇଥିବାର ଜଣାପଡିଛି ।

ଆପଣଙ୍କୁ କହିରଖୁଛୁ ଯେ ଏହି ହେଲିକପ୍ଟରଟି ପାଞ୍ଚଜଣ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ପୃଥିବୀର ସର୍ବୋଚ୍ଚ ଶିଖର ଏଭରେଷ୍ଟ ଅଭିମୁଖେ ଯାତ୍ରା କରୁଥିଲା ଏବଂ ମଙ୍ଗଳବାର ସକାଳେ ରାଜଧାନୀ କାଠମାଣ୍ଡୁକୁ ଫେରୁଥିଲା । ବିମାନବନ୍ଦର ଅଧିକାରୀ ସାଗର କାଡେଲ କହିଛନ୍ତି ଯେ ପାଣିପାଗ ପରିସ୍ଥିତି ହେତୁ ହେଲିକପ୍ଟରର ବିମାନ ପଥକୁ ପରିବର୍ତ୍ତନ କରିବାକୁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+