Get Updates
Get notified of breaking news, exclusive insights, and must-see stories!

ଟ୍ରମ୍ପଙ୍କ ଯିବା ସମୟର ଫଟୋ ଦେଇ କଟାକ୍ଷ କଲେ ଗ୍ରେଟା ଥନବର୍ଗ : 'ଦେଖି ବହୁତ ଖୁସି ଲାଗୁଛି'

ଏକ ଫଟୋ ସହିତ ଟ୍ୱିଟ୍ କରି ସେ ଲେଖିଛନ୍ତି, "ଟ୍ରମ୍ପ ଜଣେ ଖୁସି ଥିବା ବୃଦ୍ଧ ପରି ଦେଖାଯାଉଛନ୍ତି, ଯିଏକି ଉଜ୍ୱଳ ଭବିଷ୍ୟତକୁ ଦେଖୁଛନ୍ତି । ଏହା ଦେଖି ବହୁତ ଖୁସି ଲାଗୁଛି !"

ଓ୍ୱାସିଙ୍ଗଟନ୍ : ଗତକାଲି ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ହାତରୁ ସମସ୍ତ ପଦପଦବୀ ଚାଲିଗଲା ପରେ ସେ ହ୍ୱାଇଟ୍ ହାଉସ୍ ଛାଡ଼ିଛନ୍ତି । ସେ ଯିବା ସମୟରେ ତାଙ୍କ ପ୍ରଶଂସକ ଓ ଅନୁଗାମୀଙ୍କୁ ହାତ ହଲାଇ ବିଦାୟ ନେଇଥିଲେ । ଏହି ସମୟକୁ କଟାକ୍ଷ କରିବାର ସୁଯୋଗକୁ ହାତ ଛଡ଼ା କରିନଥିଲେ ସ୍ୱଦିଶ୍ ଜଳବାୟୁ ଉପରେ କାର୍ଯ୍ୟ କରୁଥିବା ସମାଜସେବୀ ଗ୍ରେଟା ଥନବର୍ଗ । ଏହି ସମୟର ଏକ ଫଟୋ ସହିତ ଟ୍ୱିଟ୍ କରି ସେ ଲେଖିଛନ୍ତି, "ଟ୍ରମ୍ପ ଜଣେ ଖୁସି ଥିବା ବୃଦ୍ଧ ପରି ଦେଖାଯାଉଛନ୍ତି, ଯିଏକି ଉଜ୍ୱଳ ଭବିଷ୍ୟତକୁ ଦେଖୁଛନ୍ତି । ଏହା ଦେଖି ବହୁତ ଖୁସି ଲାଗୁଛି !"

ଏଥିସହିତ ଗ୍ରେଟା ଏକ ମାସ୍କ ପିନ୍ଧିଥିବାର ଫଟୋ ଦେଇଛନ୍ତି, ଯେଉଁଥିରେ 'day for future' ଅର୍ଥାତ୍ 'ଭବିଷ୍ୟତ ପାଇଁ ଦିନଟିଏ' ।

greta-thunberg

ଗ୍ରେଟାଙ୍କର ଏପରି କଟାକ୍ଷ ପଛରେ ରହିଛି ଏକ ପୁରୁଣା କଥା । ଜାତିସଂଘର ଜଳବାୟୁ ଆକ୍ସନ୍ ସମ୍ମିଳନୀ 2019 ରେ ଗ୍ରେଟାଙ୍କ ଭାଷଣ 'How dare you'ତାଙ୍କୁ ବିଶ୍ୱ ସ୍ତରରେ ଖ୍ୟାତି କରାଇଥିଲା । ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ କଟାକ୍ଷ କରି ଟ୍ୱିଟ୍ କରି ଲେଖିଥିଲେ, "ସେ ଖୁବ୍ ଖୁସି ଥିବା ଜଣେ ଯୁବତୀ ପରି ଦେଖାଯାଉଛନ୍ତି, ଯିଏକି ତାଙ୍କର ଉଜ୍ୱଳ ଓ ଚମତ୍କାର ଭବିଷ୍ୟତକୁ ଦେଖୁଛନ୍ତି । ଏହା ଦେଖି ବହୁତ ଖୁସି ଲାଗୁଛି !"

ଟ୍ରମ୍ପଙ୍କର ଏହି କଟାକ୍ଷ ଟ୍ୱିଟ୍ ପରେ ଉଭୟଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ଲାଗି ରହିଥିଲା । ସମୟ ସମୟରେ ପରସ୍ପରକୁ ଟ୍ୱିଟ୍ କରି କଟାକ୍ଷ କରିବାର ସୁଯୋଗକୁ କେହି ବି ହାତ ଛଡ଼ା କରିବାକୁ ଚାହୁଁ ନଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+