Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନ ଅଧିକୃତ କାଶ୍ମୀରର ଗଣ ଦୁଷ୍କର୍ମ ପୀଡ଼ିତା ଲୋଡିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାହାଯ୍ୟ

ପାକିସ୍ତାନ ଅଧିକୃତ କାଶ୍ମୀରର ଗଣ ଦୁଷ୍କର୍ମ ପୀଡ଼ିତା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି । ମହିଳା ଜଣକ ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ସଂଗ୍ରାମ କରିଆସୁଛନ୍ତି, ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ସେ ଗତ ସାତ ବର୍ଷ ଧରି ଲଢୁଛନ୍ତି

ମୁଜାଫରବାଦ : ପାକିସ୍ତାନ ଅଧିକୃତ କାଶ୍ମୀରର ଗଣ ଦୁଷ୍କର୍ମ ପୀଡ଼ିତା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି । ମହିଳା ଜଣକ ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ସଂଗ୍ରାମ କରିଆସୁଛନ୍ତି, ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ସେ ଗତ ସାତ ବର୍ଷ ଧରି ଲଢିଆସୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ । ବର୍ତ୍ତମାନ ଶେଷରେ ପୀଡିତା ସହାୟତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି । ମହିଳାଙ୍କୁ ଆଶ୍ରୟ ଓ ସୁରକ୍ଷା ଦିଆଯିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି । ମହିଳା ଜଣକ କହିଛନ୍ତି ଯେ ମୋ ଜୀବନ ଏବଂ ମୋ ପିଲାମାନଙ୍କ ପାଇଁ ବିପଦ ଅଛି ।

pok lady

ମହିଳା ଜଣକ ସାହାଯ୍ୟ ପାଇଁ ନିବେଦନ କରୁଥିବା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓ ସେୟାର କରି ମହିଳା ଲେଖିଛନ୍ତି, "ମୁଁ ଗଣ ଦୁଷ୍କର୍ମ ପୀଡ଼ିତା ଏବଂ ଗତ 7 ବର୍ଷ ଧରି ନ୍ୟାୟ ପାଇଁ ଲଢୁଛି । ପାକିସ୍ତାନ ଅଧିକୃତ କାଶ୍ମୀର ପୋଲିସ୍, ସରକାର ଏବଂ ନ୍ୟାୟପାଳିକା ମୋତେ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଏହି ଭିଡିଓ ମାଧ୍ୟମରେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରୁଛି ଯେ ମୋତେ ଭାରତ ଆସିବାକୁ ଦିଅନ୍ତୁ । ମୋ ପିଲାମାନଙ୍କ ଜୀବନ ପ୍ରତି ବିପଦରେ ଅଛି । ସ୍ଥାନୀୟ ପୋଲିସ ଏବଂ ବରିଷ୍ଠ ନେତା ଚୌଧୁରୀ ତାରିଖ ଫାରୁକ୍ ମୋତେ ଏବଂ ମୋ ପିଲାକୁ ଯେକୌଣସି ସମୟରେ ହତ୍ୟା କରିପାରନ୍ତି । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରୁଛି ଯେ ମୋତେ ଭାରତ ଆସିବାକୁ ଅନୁମତି ଦିଅନ୍ତୁ ଏବଂ ମତେ ତାଙ୍କ ଦେଶରେ ଆଶ୍ରୟ ଦିଅନ୍ତୁ ।

ସୂଚନାଯୋଗ୍ୟ ଯେ ଗଣ ଦୁଷ୍କର୍ମ ପୀଡିତା ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ନିବେଦନ କରିଆସୁଛନ୍ତି, ସେ 2015 ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହାପୂର୍ବରୁ ମହିଳା ଜଣକ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ମହିଳା ଜଣକ ପୁରା ଘଟଣା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ମହିଳା ଜଣକ କହିଛନ୍ତି ଯେ ହାରୁନ୍ ରସିଦ୍, ମମୁନ୍ ରସିଦ୍, ଜମିଲ୍ ଶାଫି, ୱକାସ୍ ଅଶରଫ୍, ସନମ ହାରୁନ୍ ଏବଂ ଅନ୍ୟ ତିନିଜଣ ମୋ ସହ ଏହି ଜଘନ୍ୟ ଅପରାଧ କରିଛନ୍ତି । ମହିଳା ନ୍ୟାୟ ପାଇଁ ସ୍ଥାନୀୟ ପୋଲିସ ଏବଂ ରାଜନେତାଙ୍କ ନିକଟରେ ନିବେଦନ କରିଥିଲେ । ସେ ପିଓକେର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ, କିନ୍ତୁ ମହିଳା ଜଣକୁ ଜବାବ ମିଳିଥିଲା ଆପଣ ଜଣେ ବିବାହିତ ମହିଳା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+