ଜାପାନର ପୂର୍ବତନ ପ୍ରଧାମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ ହୋଇଛି । ଆଜି ସକାଳେ ଆବେ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରୁଥିଲେ, ଏହି ସମୟରେ ଭାଷଣ ଦେବା ସମୟରେ ତାଙ୍କୁ କେହି ଗୁଳି କରିଥିଲେ ।
ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ ହୋଇଛି । ଆଜି ସକାଳେ ଆବେ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରୁଥିଲେ, ଏହି ସମୟରେ ଭାଷଣ ଦେବା ସମୟରେ ତାଙ୍କୁ କେହି ଗୁଳି କରିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା ।

ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ଦେହାନ୍ତ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ସିଞ୍ଜୋ ଆବେଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଏହି ସମଗ୍ର ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଆବେ ଭାଷଣ ଦେଉଥିବାବେଳେ ପଛରୁ ଗୁଳିର ଶବ୍ଦ ଶୁଣାଯାଉଛି ଏବଂ ଧୂଆଁ ଉଠୁଛି ଏବଂ ସିଞ୍ଜୋ ଆବେ ତଳେ ପଡ଼ିଯାଇଛନ୍ତି । ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁଯାୟୀ, ଆକ୍ରମଣକାରୀ ପ୍ରାୟ 15-20 ଫୁଟ ଦୂରରୁ ଗୁଳି ଚଳାଇଛି ।
ପୋଲିସ କହିଛି ଯେ ସେମାନେ 41 ବର୍ଷିୟ ଟେଟସୁୟା ୟାମାଗାମୀଙ୍କୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ସୁରକ୍ଷା କର୍ମୀମାନେ ୟାମାଗାମୀଙ୍କୁ ଗିରଫ କରିଥିଲେ । ଯେଉଁଠାରେ ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇଥିଲା ସେହି ସ୍ଥାନରୁ ପୋଲିସ ବନ୍ଧୁକ ଜବତ କରିଛି ।
ସୂଚନାଯୋଗ୍ୟ, ସିଞ୍ଜୋ ଆବେ ଜାପାନର ଦୀର୍ଘତମ ସେବା କରିଥିବା ପ୍ରଧାନମନ୍ତ୍ରୀ । ସେ 2006 ରୁ 2007 ପର୍ଯ୍ୟନ୍ତ ଏବଂ ପରେ 2012 ରୁ 2020 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।












Click it and Unblock the Notifications