Get Updates
Get notified of breaking news, exclusive insights, and must-see stories!

ସିଞ୍ଜୋ ଆବେଙ୍କୁ ଗୁଳି ମାରିଥିବା ସନ୍ଦିଗ୍ଧ ବ୍ୟକ୍ତି ଗିରଫ, ବନ୍ଧୁକ ଜବତ କରିଛି ପୋଲିସ୍

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଗୁଳିମାଡ଼ ହୋଇଛି । ସେ ନିର୍ବାଚନ ଭାଷଣ ଦେଉଥିବା ବେଳେ ତାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ । ପୋଲିସ କହିଛି ଯେ ସେମାନେ 41 ବର୍ଷିୟ ଟେଟସୁୟା ୟାମାଗାମୀଙ୍କୁ ଅଟକ ରଖିଛନ୍ତି ।

କୁଆଲାଲମ୍ପୁର : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଗୁଳିମାଡ଼ ହୋଇଛି । ସେ ନିର୍ବାଚନ ଭାଷଣ ଦେଉଥିବା ବେଳେ ତାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ । ପୋଲିସ କହିଛି ଯେ ସେମାନେ 41 ବର୍ଷିୟ ଟେଟସୁୟା ୟାମାଗାମୀଙ୍କୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ସୁରକ୍ଷା କର୍ମୀମାନେ ୟାମାଗାମୀଙ୍କୁ ଗିରଫ କରିଥିଲେ । ଯେଉଁଠାରେ ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇଥିଲା ସେହି ସ୍ଥାନରୁ ପୋଲିସ ବନ୍ଧୁକ ଜବତ କରିଛି । ଖବର ଅନୁଯାୟୀ, ସିଞ୍ଜୋ ଆବେଙ୍କୁ ବନ୍ଧୁକ ସାହାଯ୍ୟରେ ପଛରୁ ଗୁଳି କରାଯାଇଥିଲା ।

Shinzo Abe

ଅଧିକାରୀ କହିଛନ୍ତି ଯେ ଆବେଙ୍କୁ ଡାକ୍ତରଖାନା ନିଆଯାଇଛି, ଅଗ୍ନିଶମ ବିଭାଗ କହିଛି ଯେ ଆବେ ବର୍ତ୍ତମାନ କୌଣସି ପ୍ରକାର ପ୍ରତିକ୍ରିୟା ଦେଉନାହାଁନ୍ତି ।
ଆପଣଙ୍କୁ କହି ରଖୁଛୁ ଆବେ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରୁଥିଲେ, ଏହି ସମୟରେ ଭାଷଣ ଦେବା ସମୟରେ ତାଙ୍କୁ କେହି ଗୁଳି କରିଥିଲେ । NHK ର ଜଣେ ସାମ୍ବାଦିକ କହିଛନ୍ତି ଯେ ଗୁଳି ବାଜିବା ପରେ ଆବେଙ୍କ ଶରୀରରୁ ରକ୍ତସ୍ରାବ ହେଉଥିଲା । ରିପୋର୍ଟରେ କୁହାଯାଇଛି ଯେ ସେ ଦୁଇଥର ଏହି ଶବ୍ଦ ଶୁଣିଥିଲେ, ଯାହା ବନ୍ଧୁକରୁ ଗୁଳି ପରି ଶବ୍ଦ ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ସିଞ୍ଜୋ ଆବେଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର । ଏହି ସମଗ୍ର ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଆବେ ଭାଷଣ ଦେଉଥିବାବେଳେ ପଛରୁ ଗୁଳିର ଶବ୍ଦ ଶୁଣାଯାଉଛି ଏବଂ ଧୂଆଁ ଉଠୁଛି ଏବଂ ସିଞ୍ଜୋ ଆବେ ତଳେ ପଡ଼ିଯାଇଛନ୍ତି । ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁଯାୟୀ, ଆକ୍ରମଣକାରୀ ପ୍ରାୟ 15-20 ଫୁଟ ଦୂରରୁ ଗୁଳି ଚଳାଇଛନ୍ତି ।

ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର ଅଧିକାରୀ କହିଛନ୍ତି ଯେ ଆବେଙ୍କ ଛାତିରେ ଗୁଳି ବାଜିଥିଲା, ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ଆବେଙ୍କୁ ନାରା ମେଡିକାଲ ୟୁନିଭରସିଟିରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି । ରିପୋର୍ଟ ଅନୁଯାୟୀ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ।

ସୂଚନାଯୋଗ୍ୟ, ସିଞ୍ଜୋ ଆବେ ଜାପାନର ଦୀର୍ଘତମ ସେବା କରିଥିବା ପ୍ରଧାନମନ୍ତ୍ରୀ । ସେ 2006 ରୁ 2007 ପର୍ଯ୍ୟନ୍ତ ଏବଂ ପରେ 2012 ରୁ 2020 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+