ସୂର୍ଯ୍ୟ ଠାରୁ 40 ଲକ୍ଷ ଗୁଣ ବଡ ଏହି ‘ବ୍ଲାକ୍ ହୋଲ୍', ଜାଣନ୍ତୁ ଏ ନେଇ ବିଶେଷ ତଥ୍ୟ
ଜ୍ୟୋତିର୍ବିଜ୍ଞାନୀମାନେ ‘ସୌଜିଟରିୟସ୍' ନାମକ ଏକ ବ୍ଲାକ୍ ହୋଲ୍ ର ଚିତ୍ର ପ୍ରକାଶ କରିଛନ୍ତି, ଯାହାକି ସୂର୍ଯ୍ୟର ପ୍ରାୟ 40 ଲକ୍ଷ ଗୁଣ ଏବଂ ଏହା ମାତ୍ର କିଛି ସେକେଣ୍ଡ ପାଇଁ ଦୃଶ୍ୟମାନ ହେଉଛି ।
ନ୍ୟୁୟର୍କ : ମହାକାଶରେ ଅନେକ ଅଜଣା ରହସ୍ୟ ଲୁଚି ରହିଛି । ଏହା ଉପରେ ଏନେକ ଗବେଷମା କରି ବୈଜ୍ଞାନିକମାନେ କେତେକ କୌତୁହଳ ତଥ୍ୟ ସାମ୍ନାକୁ ଆଣୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ, ଜ୍ୟୋତିର୍ବିଜ୍ଞାନୀମାନେ 'ସୌଜିଟରିୟସ୍' ନାମକ ଏକ ବ୍ଲାକ୍ ହୋଲ୍ ର ଚିତ୍ର ପ୍ରକାଶ କରିଛନ୍ତି, ଯାହାକି ସୂର୍ଯ୍ୟର ପ୍ରାୟ 40 ଲକ୍ଷ ଗୁଣ ଏବଂ ଏହା ମାତ୍ର କିଛି ସେକେଣ୍ଡ ପାଇଁ ଦୃଶ୍ୟମାନ ହେଉଛି । ଇଭେଣ୍ଟ ହୋରିଜନ୍ ଟେଲିସ୍କୋପ୍ (EHT) କାଲିବ୍ରେସନ୍ ଦଳ ଦ୍ୱାରା ଏହି ପ୍ରତିଛବି ପ୍ରକାଶ ପାଇଛି, ଯାହା ବିଶ୍ୱର ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଛି ।

ଏହି ଫଟୋକୁ ଅତି ନିକଟରୁ ନିଆଯାଇଛି । ଫଟୋରେ ଆପଣ ଘନ ଆଲୋକ ମଝିରେ ଏକ କଳା ରଙ୍ଗର ବିନ୍ଦୁ ଦେଖିବାକୁ ପାଇବେ, ଏହି ବିନ୍ଦୁଟି ହେଉଛି ବ୍ଲାକ୍ ହୋଲ୍ । ଯଦିଓ ଏହି ଗର୍ତ୍ତଟି ଆମ ସୌର ପ୍ରଣାଳୀଠାରୁ ପ୍ରାୟ 26,000 ଆଲୋକ-ବର୍ଷ ଦୂରରେ ଅବସ୍ଥିତ, ତେଣୁ ଏହା ବିପଦପୂର୍ଣ୍ଣ ବିଷୟ ନୁହେଁ ବୋଲି କୁହାଯାଇଛି ।
ସୌଜିଟାରିୟସ୍ ଏ ଦ୍ୱିତୀୟ ବ୍ଲାକ୍ ହୋଲର ଫଟୋ । 2019 ରେ ପ୍ରଥମ ବ୍ଲାକ ହୋଲର ଫଟୋ ପ୍ରକାଶ ପାଇଥିଲା । ପ୍ରଥମ ବ୍ଲାକହୋଲର ଫଟୋ M87 ର ଥିଲା । M87 ସୂର୍ଯ୍ୟର 6.5 ବିଲିୟନ ଗୁଣରୁ ଏକ ହଜାର ଗୁଣ ବଡ ଥିଲା ।

କ'ଣ ଏହି ବ୍ଲାକ ହୋଲ ?
ବାସ୍ତବରେ, ବ୍ଲାକ୍ ହୋଲ୍ ସ୍ପେସ୍ ଭିତରେ ଏକ ସ୍ଥାନ, ଯେଉଁଠାରେ ପଦାର୍ଥ ବିଜ୍ଞାନର କୌଣସି ନିୟମ କାମ କରେ ନାହିଁ ଏବଂ ଯଦି କୌଣସି ଜିନିଷ ଏହା ମଧ୍ୟକୁ ଚାଲିଯାଏ, ତେବେ ତାହା ଆଉ ଫେରି ନଥାଏ । ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ 1916 ମସିହାରେ ଏହା ଉପରେ ବର୍ଣ୍ଣନା କରିଥିଲେ । ଏହା ମଧ୍ୟରେ ଅନେକ ତାରକା ଏକତ୍ର ଫିଟ୍ ହୋଇପାରନ୍ତି । ଏକ ତାରା ଶେଷ ହେବା ପରେ ବ୍ଲାକ୍ ହୋଲ ସୃଷ୍ଟି ହୁଏ ବୋଲି କୁହାଯାଏ । ଏହା ଉପରେ ପଡୁଥିବା ସମସ୍ତ ଆଲୋକକୁ ମଧ୍ୟ ଏହା ଗ୍ରହଣ କରିନେଇଥାଏ ଏବଂ ଏଠାରୁ ଆଲୋକର ପ୍ରତ୍ୟାବର୍ତ୍ତନ ହୁଏ ନାହିଁ ।












Click it and Unblock the Notifications