ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍, ରାଲିରେ ଗୁଳିମାଡ଼
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ଼ ହୋଇଛି । ଏଥିରେ ଇମ୍ରାନ୍ ଖାନ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ଼ ହୋଇଛି । ଏଥିରେ ଇମ୍ରାନ୍ ଖାନ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହି ଗୁଳି ମାଡ଼ରେ ଚାରି ଜଣ ଆହତ ହୋଇଥିବା ଜଣାପଡ଼ିଛି । କୁହାଯାଉଛି ଯେ ଏହି ଆକ୍ରମଣରେ ସିନ୍ଧର ପୂର୍ବତନ ରାଜ୍ୟପାଳ ଇମ୍ରାନ ଇସମାଇଲ ମଧ୍ୟ ଆହତ ହୋଇଛନ୍ତି ।

କୁହାଯାଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଣ୍ଟେନର ନିକଟରେ ଏହି ଗୁଳି ବିନିମୟ ହୋଇଥିଲା । ପାକିସ୍ତାନର ୱାଜିରାବାଦ୍ରେରେ ରାଲି ଚାଲିଥିଲାବେଳେ ଘଟିଛି ଗୁଳିମାଡ । ଗୁଳିମାଡ କରିଥିବା ଅପରାଧିକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।
ଆଜି ଇମ୍ରାନ ଖାନଙ୍କ ରାଲିର ସପ୍ତମ ଦିନ ଥିଲା । ଏହି ପଦଯାତ୍ରା ଲାହୋରରୁ ରାଜଧାନୀ ଇସଲାମାବାଦକୁ ଯାଉଥିଲା । ଏହି ସମୟରେ ୱାଜିରାବାଦର ଇମ୍ରାନ ଖାନଙ୍କ କଣ୍ଟେନର ନିକଟରେ ଗୁଳି ବିନିମୟ ହୋଇଥିଲା । ଏହି ଆକ୍ରମଣରେ ପିଟିଆଇ ଦଳର ସଦସ୍ୟ ଫୈସଲ ଜାଭେଦ ମଧ୍ୟ ଆହତ ହୋଇଛନ୍ତି । ଏହି ମାମଲାରେ ପୋଲିସ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଅନ-ଗ୍ରାଉଣ୍ଡ ଦଳ ଦୋଷୀଙ୍କୁ ଗିରଫ କରିଛି ବୋଲି ପିଟିଆଇ ନେତା ଅଜହର ମଶୱାନୀ ଟ୍ୱିଟର ମାଧ୍ୟମରେ ନିଶ୍ଚିତ କରିଛନ୍ତି । ୱାଜିରାବାଦର ଆଲ୍ଲା ହୁ ଛକ ନିକଟରେ ଏହି ଘଟଣା ଘଟିଥିବା ସେ କହିଛନ୍ତି । ଏଥି ସହ ପିଟିଆଇ ନେତା ଫାରୁକ୍ ହବିବ କହିଛନ୍ତି ଯେ ଭୟଭୀତ ବ୍ୟକ୍ତିମାନେ ସେମାନଙ୍କର ପ୍ରକୃତ ଚେହେରା ଦେଖାଇଲେ ଯେଉଁଥିରେ ଇମ୍ରାନ ଖାନ ଆହତ ହୋଇଥିଲେ । ପିଟିଆଇ ମୁଖ୍ୟଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରି ହବିବ "ସମଗ୍ର ଦେଶ" କୁ ତାଙ୍କ ଜୀବନ ପାଇଁ ପ୍ରାର୍ଥନା କରିବାକୁ କହିଥିଲେ ।












Click it and Unblock the Notifications