ନ୍ୟୁ ମେକ୍ସିକୋରେ 18 ବର୍ଷୀୟ ଆକ୍ରମଣକାରୀ ଗୁଳିରେ 3 ଜଣଙ୍କ ମୃତ୍ୟୁ, 6 ଜଣ ଆହତ

ନ୍ୟୁ ମେକ୍ସିକୋର ଫାର୍ମିଙ୍ଗଟନରେ ଗୁଳିକାଣ୍ଡ ଖବର ଆସିଛି । ଏହି ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି । ପୋଲିସ କହିଛି ଯେ 18 ବର୍ଷୀୟ ଆକ୍ରମଣକାରୀ ତିନି ଜଣଙ୍କୁ ଗୁଳି କରି ହତ୍ୟା କରିଛି । ଏହି ଆକ୍ରମଣରେ 6 ଜଣ ଆହତ ହୋଇଛନ୍ତି ।
ନ୍ୟୁ ମେକ୍ସିକୋ ଟାଉନରେ ପୋଲିସ କହିଛି ଯେ ଆକ୍ରମଣକାରୀଙ୍କୁ ଚର୍ଚ୍ଚ ବାହାରେ ହତ୍ୟା କରାଯାଇଛି । ଫାର୍ମିଙ୍ଗଟନର ଏକ ଆବାସିକ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଥିଲା । ତେବେ ଏହି ଆକ୍ରମଣ ପଛରେ ଆକ୍ରମଣକାରୀଙ୍କ ଉଦ୍ଦେଶ୍ୟ କ'ଣ ତାହା ସ୍ପଷ୍ଟ ହୋଇନାହିଁ ।
ଏହି ମାସରେ ଆମେରିକାରେ ଗୁଳିକାଣ୍ଡର ଏହା ହେଉଛି ତୃତୀୟ ଘଟଣା । ଏହି ମାସ ଆରମ୍ଭରେ ଫ୍ଲୋରିଡା ଏବଂ ଲାସ୍ ଭେଗାସ୍ ରେ ମଧ୍ୟ ସମାନ ଘଟଣା ଘଟିଥିଲା । ଆମେରିକାରେ ଲଗାତାର ଗୁଳିକାଣ୍ଡକୁ ନେଇ ଯେପରି ଖବର ଆସୁଛି, ଏହା ପରେ ଦେଶରେ ବନ୍ଧୁକ ସଂସ୍କୃତିକୁ ନେଇ ପ୍ରଶ୍ନ ଉଠିଛି ।












Click it and Unblock the Notifications