ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ, 14 ମୃତ, ଶତାଧିକ ଆହତ
ବାଂଲାଦେଶର ରାଜଧାନୀ ଢାକାରେ ଏକ ସାତ ମହଲା କୋଠାରେ ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ 14 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 100 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।

ନୂଆଦିଲ୍ଲୀ : ବାଂଲାଦେଶର ରାଜଧାନୀ ଢାକାରେ ଏକ ସାତ ମହଲା କୋଠାରେ ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ 14 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 100 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ହଠାତ୍ ବିସ୍ଫୋରଣ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ବାଂଲାଦେଶୀ ଅଧିକାରୀ କହିଛନ୍ତି ଯେ ଏକ ବ୍ୟସ୍ତବହୁଳ ବଜାରରେ ଏହି ବିସ୍ଫୋରଣ ଘଟିଛି ।
ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଗୁଲିସ୍ତାନ ଅଞ୍ଚଳରେ ଏକ ବ୍ୟବସାୟିକ କୋଠାର ଚତୁର୍ଥ ଏବଂ ପଞ୍ଚମ ମହଲାରେ ବିସ୍ଫୋରଣ ଘଟିଛି । ଗୁଲିସ୍ତାନ ବିଆରଟିସି ବସ୍ କାଉଣ୍ଟରର ଦକ୍ଷିଣ ପାର୍ଶ୍ୱରେ ଥିବା ଏକ ପାଞ୍ଚ ମହଲା କୋଠା, ତଳ ମହଲାର ସାନିଟାରୀ ଦୋକାନ, ବ୍ୟାଙ୍କ କାର୍ଯ୍ୟାଳୟ ଏହି ବିସ୍ଫୋରଣରେ ପ୍ରଭାବିତ ହୋଇଛି । ତେବେ କୌଣସି କୋଠା ଭୁଶୁଡ଼ିବାର ଖବର ନାହିଁ ।
At least 7 people killed, over 70 people injured in an explosion at a building in Bangladesh's Dhaka: Local media
— ANI (@ANI) March 7, 2023
ଅଗ୍ନିଶମ ବାହିନୀ ସେବା ସହ ସଂଯୁକ୍ତ ଅଧିକାରୀ ରସିଦ ବିନ୍ ଖାଲିଦ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର 11 ଟି ୟୁନିଟ୍ କାର୍ଯ୍ୟ କରୁଛନ୍ତି ।












Click it and Unblock the Notifications