Get Updates
Get notified of breaking news, exclusive insights, and must-see stories!

ନିର୍ବାଚନରେ ଜିତିଲେ ଇମାନୁଏଲ୍ ମାକ୍ରୋନ୍, ଦ୍ୱିତୀୟ ଥର ପାଇଁ ହେଲେ ଫ୍ରାନ୍ସର ରାଷ୍ଟ୍ରପତି

ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନରେ ଇମାନୁଏଲ ମାକ୍ରୋନ୍ ବିଜୟୀ ହୋଇଛନ୍ତି । ଲଗାତାର ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ମାକ୍ରନ୍ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମେରାଇନ୍ ଲେ ପେନ୍ ଙ୍କୁ ପରାସ୍ତ କରିଛନ୍ତି ।

ପ୍ୟାରିସ୍ : ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନରେ ଇମାନୁଏଲ ମାକ୍ରୋନ୍ ବିଜୟୀ ହୋଇଛନ୍ତି । ଲଗାତାର ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ମାକ୍ରନ୍ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମେରାଇନ୍ ଲେ ପେନ୍ ଙ୍କୁ ପରାସ୍ତ କରିଛନ୍ତି । ଫଳାଫଳ ପ୍ରକାଶ ପରେ ମାକ୍ରୋନଙ୍କ ସମର୍ଥକମାନେ ଅନେକ ସହରର ରାସ୍ତାରେ ବିଜୟ ଉତ୍ସବ ପାଳନ କରିଥିଲେ । 44 ବର୍ଷୀୟ ମାକ୍ରୋନ୍, ଫ୍ରାନ୍ସର ତୃତୀୟ ରାଷ୍ଟ୍ରପତି ଯିଏକି ଦ୍ୱିତୀୟ ଥର ପାଇଁ ଜିତିଛନ୍ତି ।

emmanuel macron

ଫ୍ରାନ୍ସରେ ରାଷ୍ଟ୍ରପତିଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ଯାହା ପରେ ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ମାକ୍ରୋନ୍ ବିଜୟ ଆଡକୁ ଯିବା ପରେ ଫ୍ରାନ୍ସର ଦକ୍ଷୀଣପନ୍ଥୀ ନେତା ମେରାଇନ୍ ଲେ ପେନ୍ ପରାଜୟର ସ୍ୱୀକାର କରିଛନ୍ତି ।

ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଇମାନୁଏଲ୍ ମାକ୍ରୋନ୍ 58 ପ୍ରତିଶତ ଭୋଟ୍ ପାଇଛନ୍ତି । ଅନ୍ୟପକ୍ଷରେ ନ୍ୟାସନାଲ ରାଲି ପାର୍ଟିର ନେତା ମାରିନ ଲେ ପେନ୍ ପ୍ରାୟ 42 ପ୍ରତିଶତ ଭୋଟ୍ ପାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମାକ୍ରୋନ୍ 28 ପ୍ରତିଶତ ଏବଂ ପେନ୍ 23 ପ୍ରତିଶତ ଭୋଟ୍ ପାଇଥିଲେ । ଏହାପୂର୍ବରୁ 2017 ନିର୍ବାଚନରେ ମାକ୍ରୋନ୍ 66 ପ୍ରତିଶତ ଏବଂ ଲେ ପେନ୍ 33.9 ପ୍ରତିଶତ ଭୋଟ୍ ପାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+