ଶ୍ରୀଲଙ୍କାରେ ଜରୁରୀକାଳୀନ ଘୋଷଣା, ଅର୍ଥନୈତିକ ସଙ୍କଟ ଯୋଗୁଁ ଜାରି ରହିଛି ହିଂସାତ୍ମକ ପ୍ରଦର୍ଶନ
ଅର୍ଥନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଅବସ୍ଥା ଆହୁରି ବିଗିଡିବାରେ ଲାଗିଛି । ଏଥି ମଧ୍ୟରେ ରାଷ୍ଟ୍ରପତି ଗୋଟାଭାୟା ରାଜପକ୍ଷେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
କଲମ୍ବୋ : ଅର୍ଥନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଅବସ୍ଥା ଆହୁରି ବିଗିଡିବାରେ ଲାଗିଛି । ଏଥି ମଧ୍ୟରେ ରାଷ୍ଟ୍ରପତି ଗୋଟାଭାୟା ରାଜପକ୍ଷେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ଏହି ଘୋଷଣା ପରେ ଅପ୍ରେଲ ପହିଲାରୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ରାଜପକ୍ଷେ ଏହି ଘୋଷଣା କରିଛନ୍ତି ।

ଶ୍ରୀଲଙ୍କା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ଏକ ହିଂସା ଘଟଣାରେ ଏକ ଉଗ୍ରବାଦୀ ଗୋଷ୍ଠୀ ସମ୍ପୃକ୍ତ ଥିଲା । ଏହି ହିଂସା ପ୍ରଦର୍ଶନ ପାଇଁ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ପରିସ୍ଥିତିର ଗମ୍ଭାରତାକୁ ଅନୁଭବ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ଆପଣଙ୍କୁ କହି ରଖୁଛୁ ଶ୍ରୀଲଙ୍କା ଏହି ସମୟରେ ଏକ ବୃହତ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଇନ୍ଧନ ସହିତ ଦେଶରେ ଅନେକ ଜରୁରୀ ଜିନିଷର ବହୁତ ଅଭାବ ରହିଛି । ଶ୍ରୀଲଙ୍କାରେ ବର୍ତ୍ତମାନ ଅନେକ ଘଣ୍ଟା ପାଇଁ ବିଦ୍ୟୁତ କାଟ ହୋଇଛି । ଦେଶର ପରିସ୍ଥିତି ଏପରି ଯେ କାଗଜର ଅଭାବ ହେତୁ ସମସ୍ତ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡିଛି ।
ଅପରପକ୍ଷରେ ଅର୍ଥନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ କରାଯାଇଛି । ଗୁରୁବାର ଦିନ ଏହି ପ୍ରଦର୍ଶନ ଏକ ହିଂସାତ୍ମକ ରୂପ ନେଇଥିଲା ଏବଂ ରାଷ୍ଟ୍ରପତିଙ୍କ ବାସଭବନ ପର୍ଯ୍ୟନ୍ତ ବିକ୍ଷୋଭକାରୀମାନେ ବିରୋଧ ଆରମ୍ଭ କରିଥିଲେ । ଗୁରୁବାର ଦିନ ଶତାଧିକ ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ହିଂସା ପ୍ରଦର୍ଶନ କରିଥିଲେ । କେବଳ ରାଷ୍ଟ୍ରପତିଙ୍କ ବିଫଳତା ହେତୁ ଆର୍ଥିକ ସଙ୍କଟ ଉପୁଜିଛି ବୋଲି ଏହି ବିରୋଧକାରୀମାନେ ଦାବି କରିଛନ୍ତି । ତେଣୁ ସେ ଇସ୍ତଫା ଦେବା ଉଚିତ୍ ।
ଏହି ଦାବିରେ ବିକ୍ଷୋଭକାରୀଙ୍କ ବିରୋଧ ବୃଦ୍ଧି ପାଇଲା ଏବଂ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ହିଂସାତ୍ମକ ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ଅନେକ ଗାଡି ଜାଳି ଦେଇଥିଲେ । ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ଏକ ଇସ୍ପାତ ବ୍ୟାରିକେଡ୍ ଟପିଯିବା ପରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସ ଏବଂ ପାଣି ବନ୍ଧୁକ ମାଡ଼ କରିଥିଲା । ଏହି ସମୟ ମଧ୍ୟରେ ଅନେକ ଗିରଫ ମଧ୍ୟ ହୋଇଥିଲେ । କଲମ୍ବୋ ସହରର ଅଧିକାଂଶ ଅଞ୍ଚଳରେ କିଛି ସମୟ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications