ରୁଷ-ୟୁକ୍ରେନ ବିବାଦ : ଛାତ୍ର ଏବଂ ନାଗରିକମାନଙ୍କୁ ଅସ୍ଥାୟୀ ଭାବରେ ୟୁକ୍ରେନ ଛାଡିବାକୁ କହିଛି ଭାରତୀୟ ଦୂତାବାସ
ୟୁକ୍ରେନର ରାଜଧାନୀ କ୍ୱିଭ୍ ରେ ଥିବା ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ, ବିଶେଷକରି ଛାତ୍ରମାନଙ୍କୁ ସାମ୍ପ୍ରତିକ ସ୍ଥିତିର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବରେ ୟୁକ୍ରେନ ଛାଡିବାକୁ କହିଛି ।
କ୍ୱିଭ୍ : ଗତ କିଛି ଦିନ ହେବ ସମଗ୍ର ବିଶ୍ୱର ଆଖି ୟୁକ୍ରେନ ଉପରେ ରହିଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଶଙ୍କା ବଢିବାରେ ଲାଗିଛି । ରୁଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି ।
ଏଭଳି ପରିସ୍ଥିତିରେ, ୟୁକ୍ରେନର ରାଜଧାନୀ କ୍ୱିଭ୍ ରେ ଥିବା ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ, ବିଶେଷକରି ଛାତ୍ରମାନଙ୍କୁ ସାମ୍ପ୍ରତିକ ସ୍ଥିତିର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବରେ ୟୁକ୍ରେନ ଛାଡିବାକୁ କହିଛି ।

ଭାରତୀୟ ଦୂତବାସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରନରେ ରହୁଥିବା ଭାରତୀୟ ନାଗରିକ ବିଶେଷ କରି ଛାତ୍ରମାନେ ଅସ୍ଥାୟୀ ରୂପେ ୟୁକ୍ରେନ ଛାଡ଼ି ଦିଅନ୍ତୁ । ଏହା ବ୍ୟତୀତ ଅନାବ୍ୟଶକ ଭାବେ ୟୁକ୍ରେନକୁ ଆସିବା କିମ୍ବା ୟୁକ୍ରେନ ମଧ୍ୟରେ ଯାତାୟତ ନ କରିବାକୁ ଭାରତୀୟ ଦୂତାବାସ ସତର୍କ କରାଇଛି ।
ସେହିପରି ୟୁକ୍ରେନରେ ରହିଥିବା ଭାରତୀୟ ସେମାନଙ୍କ ଠିକଣା ଭାରତୀୟ ଦୂତାବାସ ନିକଟରେ ଦାଖଲ କରିବା ସହ ନିରନ୍ତର ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି । ଫଳରୋ କୌଣସି ଅପ୍ରୀତିକର ପରିସ୍ଥିତିରେ ଦୂତାବାସ ପକ୍ଷରୁ ସାହାଯ୍ୟ କରାଯାଇ ପାରିବ ବୋଲି କହିଛି ୟୁକ୍ରେନର ଭାରତୀୟ ଦୂତାବାସ ।
Embassy of India in Kyiv asks Indians, particularly students whose stay is not essential, to leave Ukraine temporarily in view of uncertainties of the current situation pic.twitter.com/U15EoGu89g
— ANI (@ANI) February 15, 2022
ପେବୃଆରୀ 16 ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ନେଇ ଖବର ପ୍ରସାରିତ ହେବା ପରେ ସାଠାକାର ପରିସ୍ଥିତିକୁ ଦେଖି ସମସ୍ତ ଦେଶ ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନକୁ ରୁଷ ତିନି ପାର୍ଶ୍ୱରୁ ଘେରି ରହିଛି । ଏହା ସହିତ ରୁଷ ଏହାର 1 ଲକ୍ଷ 30 ହଜାର ସୈନ୍ୟବଳ ସମେତ ଟ୍ୟାଙ୍କର ଏବଂ କ୍ଷେପଣାସ୍ତ୍ର ନିୟୋଜିତ କରିଛି ।












Click it and Unblock the Notifications