Get Updates
Get notified of breaking news, exclusive insights, and must-see stories!

Earth Quake: ଇଣ୍ଡୋନେସିଆରେ ପ୍ରବଳ ଭୂକମ୍ପ, ରିଚ୍ଟର ସ୍କେଲରେ 6.7 ତୀବ୍ରତା ରେକର୍ଡ

Earth Quake: ଇଣ୍ଡୋନେସିଆରେ ପ୍ରବଳ ଭୂ କମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ସକାଳେ ଇଣ୍ଡୋନେସିଆର ତଲାଦ ଦ୍ୱୀପରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ କମ୍ପର ତୀବ୍ରତା 6.7 ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି ।

earthquake

ଜାନୁଆରୀ 9 ରେ 02:18:47 ISTରେ 80 କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଅକ୍ଷାଂଶ: 4.75 ଏବଂ ଦ୍ରାଘିମା: 126.38 ରେ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଭୂ କମ୍ପରେ କୌଣସି ଆହତ କିମ୍ବା ଧନହାନିର ଖବର ନାହିଁ ।
ଉଲ୍ଲେଖଥାଉକି, ଗତ ସପ୍ତାହରେ, ନୂଆ ବର୍ଷ ଦିନ, ଜାପାନରେ ଏକ ବଡ଼ ଧରଣର ଭୂ କମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ 7.6 ତୀବ୍ରତା ରେକର୍ଡ ହୋଇଥିବା ଭୂ କମ୍ପରେ ଅନେକ ଜୀବନ ଏବଂ ଧନହାନୀ ହୋଇଥିଲା । ପ୍ରାୟ ଆଠ ବର୍ଷ ମଧ୍ୟରେ ଦେଶର ଘାତକ ଭୂକମ୍ପରେ ଅତି କମରେ 100 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 200 ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+