ଆମେରିକାର ଅଲାସ୍କାରେ 8.2 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ, ସୁନାମୀ ଚେତାବନୀ

ବୁଧବାର ବିଳମ୍ବିତ ରାତିରେ ଆମେରିକାର ଅଲାସ୍କା ଉପଦ୍ୱୀପରେ ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା 8.2 ରେ ରେକର୍ଡ କରାଯାଇଛି ।

ଅଲାସ୍କା : ବୁଧବାର ବିଳମ୍ବିତ ରାତିରେ ଆମେରିକାର ଅଲାସ୍କା ଉପଦ୍ୱୀପରେ ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା 8.2 ରେ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି । ଆମେରିକୀୟ ଜିଓଲୋଜିକାଲ୍ ସର୍ଭେ (USGS) ଏହି ସୂଚନା ଦେଇଛି ।

earth-quake

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଅଲାସ୍କା ଉପଦ୍ୱୀପରେ ପେରେଭିଲ୍ ଟାଉନ୍ ଠାରୁ 91 କିଲୋମିଟର ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂକମ୍ପ ଯୋଗୁଁ ଅଲାସ୍କାର ରାସ୍ତା ଭାଙ୍ଗିଯାଇଛି ଏବଂ ଏଥିରେ ବହୁ କ୍ଷୟକ୍ଷତି ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା 35 କିଲୋମିଟର ତଳେ ଥିଲା । ଭୂକମ୍ପ ପରେ ଆମେରିକାର ପ୍ରଶାନ୍ତ କ୍ଷେତ୍ର ଗୁଆମ ଏବଂ ଉତ୍ତର ମାରିଆନା ଦ୍ୱୀପପୁଞ୍ଜର ଅଞ୍ଚଳ ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+