For Quick Alerts
Turn On Notification  
For Daily Alerts
Oneindia App Download

ଆଫଗାନିସ୍ତାନରେ 6.1 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ, 255 ଜଣଙ୍କର ମୃତ୍ୟୁ

ଆଫଗାନିସ୍ତାନ ଏବଂ ପାକିସ୍ଥାନର ଅଧିକ ଜନବହୁଳ ଅଞ୍ଚଳରେ ଭୂ କମ୍ପ ଅନୁଭୂତ ହୋଇଛି । ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ 255 ଜଣ ପ୍ରାଣ ହରାଇଛନ୍ତି ।

|

ନୂଆଦିଲ୍ଲୀ : ଆଫଗାନିସ୍ତାନ ଏବଂ ପାକିସ୍ଥାନର ଅଧିକ ଜନବହୁଳ ଅଞ୍ଚଳରେ ଭୂ କମ୍ପ ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଏହି ସୂଚନା ଦେଇଛି । ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ 255 ଜଣ ପ୍ରାଣ ହରାଇଛନ୍ତି । ଭୂକମ୍ପ ପରେ ଉଦ୍ଧାର କାମ ଚାଲିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

earth quake

ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ଖୋସ୍ତ ସହରଠାରୁ ପ୍ରାୟ 44 କିଲୋମିଟର ଦୂରରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ପାକିସ୍ତାନ ବିଷୟରେ କହିବାକୁ ଗଲେ ଏଠାରେ ରାତି ପ୍ରାୟ 2.24 ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ ହୋଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ପାକିସ୍ତାନର ରାଜଧାନୀ ଇସଲାମାବାଦରେ କମ୍ପନ ଅନୁଭୂତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଭୂକମ୍ପ ବହୁତ ଶକ୍ତିଶାଳୀ ଥିଲା ବୋଲି କୁହାଯାଇଛି ।

ଆଫଗାନିସ୍ତାନର ନ୍ୟୁଜ୍ ଏଜେନ୍ସିର ଖବର ଅନୁଯାୟୀ ସେଠାରେ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଛି । ତାଲିବାନ ସରକାରଙ୍କ ମୁଖପାତ୍ର ବିଲାଲ କରୀମୀ କହିଛନ୍ତି ଯେ ପାକଟୀକା ପ୍ରଦେଶର ଚାରୋଟି ଜିଲ୍ଲାରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି । ଏହି ଭୂକମ୍ପରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଘର ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି । ଆଫଗାନିସ୍ତାନ ସରକାରଙ୍କ ମୁଖପାତ୍ର ଆବେଦନ କରିଛନ୍ତି ଯେ ଆମେ ସମସ୍ତ ସହାୟକ ଏଜେନ୍ସିମାନଙ୍କୁ ସେମାନଙ୍କ ଦଳ ପଠାଇବାକୁ ଅନୁରୋଧ କରୁଛୁ, ଯାହା ଦ୍ୱାରା ବଡ଼ ଧ୍ୱଂସକୁ ଏଡାଯାଇପାରିବ ।

ପାକିସ୍ତାନ ବିଷୟରେ କହିବାକୁ ଗଲେ ଏଠାରେ ମଧ୍ୟ ଭୟଙ୍କର ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଖୈବର ପାଖ୍ତୁନମ୍ବା ପ୍ରଦେଶରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ଭୂକମ୍ପରେ କମ୍ପନ ହେତୁ ଗୋଟିଏ ଘରର ଛାତ ଭୁଶୁଡି ପଡିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ରାତି 1.54 ରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଲାହୋର, ଇସଲାମାବାଦ, ପେଶୱାର ରେ ମଧ୍ୟ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି । ଏଥି ସହିତ ଭାରତର କିଛି ଅଞ୍ଚଳରେ ଭୂକମ୍ପର ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Earthquake In Afghanistan : More than 255 People Dead
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X