ଚୀନରେ ବଡ଼ ଧରଣର ଭୂ-କମ୍ପ, 111 ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଚୀନରେ ବଡ଼ ଧରଣର ଭୂ-କମ୍ପ ଅନୁଭୂତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଭୂ କମ୍ପରେ ପ୍ରାୟ 111 ଜଣଙ୍କର ମୃତ୍ୟୁ ହୋଇଛି । ଗାଂସୁ ପାନ୍ତରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.2 ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର 11.59 ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି ।

ଫଳରେ ଅନେକ ବଡ ବଡ କୋଠା ଭୁଶୁଡ଼ି ପଡ଼ିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗାଂସୁ ଏବଂ କିଂଘଇ ପ୍ରାନ୍ତରେ 6.2 ତୀବ୍ରତାର ଭୂକମ୍ପ ଝଟକାରେ 111 ଜଣଙ୍କର ମୃତ୍ୟୁ ଘଟିଲାଣି । ଶତାଧିକ ଲୋକ ଆହତ ହୋଇଛନ୍ତି । ଏହି ଅଞ୍ଚଳରେ ଉଦ୍ଧାର କାମ ଜୋରଦାର ଚାଲିଛି । ତେବେ ଅନ୍ଧାର ଯୋଗୁଁ ଉଦ୍ଧାର କାମରେ ସମସ୍ୟା ହେଉଥିଲା । ଆଜି ସକାଳୁ ସ୍ପଷ୍ଟ ଚିତ୍ର ଆସିବ ।
ପ୍ରାଥମିକ ରିପୋର୍ଟ ଅନୁସାରେ, କାଉଣ୍ଟି, ଡିୟାଓଜୀ ଏବଂ କିଘଂଇ ପ୍ରାନ୍ତରେ ଅନେକ ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ଯାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି ।
ରିପୋର୍ଟ ଅନୁସାରେ, ଭୂକମ୍ପର କେନ୍ଦ୍ର ବିନ୍ଦୁ 35.7 ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 102.79 ଡିଗ୍ରୀ ପୂର୍ବରେ 10 କିମି ଗଭୀରତାରେ ରହିଛି ।












Click it and Unblock the Notifications