ଜାପାନରେ 7.2 ତୀବ୍ରତା ଭୂକମ୍ପ, ସୁନାମି ଚେତାବନୀ ଜାରି

ଗତ ଏକ ବର୍ଷ ଧରି ପୃଥିବୀର ଗତିବିଧିରେ ଅସ୍ଥିରତା ଦେଖିବାକୁ ମିଳୁଛି । ଏହି ସମୟରେ, ଜାପାନର ରାଜଧାନୀ ଟୋକିଓରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି । ରିକିଟର ସ୍କେଲରେ ଏହାର ତୀବ୍ରତା 7.2 ମ୍ୟାଗ୍ନିଚ୍ୟୁଡ୍ ରହିଛି ।

ନୂଆଦିଲ୍ଲୀ : ଗତ ଏକ ବର୍ଷ ଧରି ପୃଥିବୀର ଗତିବିଧିରେ ଅସ୍ଥିରତା ଦେଖିବାକୁ ମିଳୁଛି । ଏହି ସମୟରେ, ଜାପାନର ରାଜଧାନୀ ଟୋକିଓରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି । ରିକିଟର ସ୍କେଲରେ ଏହାର ତୀବ୍ରତା 7.2 ମ୍ୟାଗ୍ନିଚ୍ୟୁଡ୍ ରହିଛି । ଏହା ପରେ ଏହାକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ସୁନାମି ଚେତାବନୀ ଦେଇଛି । ଏହି ସମୟରେ ଲୋକଙ୍କୁ ସମୁଦ୍ର କୂଳରୁ ହଟାଯାଉଛି ।

earth-quake

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଟୋକିଓ ଏବଂ ଏହାର ଆଖପାଖ ଅଞ୍ଚଳରେ ହଠାତ୍ ଭୂକମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ଭୟଭୀତ ହୋଇ ବାହରକୁ ପଳାଇଆସିଥିଲେ । ଏହି ସମୟରେ ଭୂକମ୍ପର ତୀବ୍ରତା 7.2 ରେ ମାପ କରାଯାଇଥିଲା, ଯାହା ସାଧାରଣତଃ ବହୁତ ଅଧିକ । କିଛି ସମୟ ପରେ ଜାପାନର ପାଣିପାଗ କେନ୍ଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରିଛି । ଏଥି ସହିତ ଏଥିରେ ଧନଜୀବନ ହାନୀ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଏହି ଭୂକମ୍ପ ଇଶିନୋମାକିଠାରୁ 34କିଲୋମିଟର ପୂର୍ବରେ 60କିଲୋମିଟର ଗଭୀରରେ ଅନୁଭୂତ ହୋଇଛି । ତେବେ ତୀବ୍ରତା ଅଧିକ ଥିବାରୁ ସୁନାମି ଆସିବାର ଆଶଙ୍କା ଅଧିକ ବଢ଼ିଯାଇଛି । ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯିବା ସହ ଦେଶର ଉତ୍ତର-ପୂର୍ବ ଉପକୂଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+