Earth Hour 2024: ଘଣ୍ଟାଏ ହୋଇଯିବ ଘନ ଅନ୍ଧାର.. ଜାଣନ୍ତୁ, କଣ ଏହି ଦିବସ

Earth Hour 2024: ଆଜି ଆର୍ଥ ଆୱାର । ନିଜର ପ୍ରିୟ ପୃଥିବୀକୁ ଏକ ଘଣ୍ଟା ସମୟ ଦେବାର ଦିନ । ସାରା ବିଶ୍ୱ ପଳିବ ଏହି ଦିବସ । ବିଜୁଳି ଶକ୍ତି ଅପଚୟ ରୋକିବା, ପରିବେଶ ସୁରକ୍ଷା ବାର୍ତ୍ତା ଦେବ ସାରା ବିଶ୍ୱ ।

earth hour

ବିଶ୍ୱର ଛୋଟ ରୁ ବଡ଼ ଦେଶ ଆର୍ଥ ଆଓ୍ବାର ପାଳନ କରିଥାନ୍ତି । ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ହେଉଛି ଆର୍ଥ ଆଓ୍ବାର ଆହ୍ବାନ । ଏ ନେଇ ରାତି 8.30 ରୁ 9.30 ଯାଏଁ ଏହି ଆର୍ଥ ଆୱାର ପାଳିତ ହେବ । ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ । ବିଶ୍ବ ବନ୍ୟଜନ୍ତୁ ପାଣ୍ଠି ବା WWF ପକ୍ଷରୁ ଏହା ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ ।

ବିଶ୍ବର ପ୍ରାୟ 190 ଟି ରାଷ୍ଟ୍ରରେ ଆଜି ଏହି ଦିବସ ପାଳନ ହେବ । ଗତବର୍ଷ ଦେଶର 150 ଟି ସ୍ଥାନ, କୀର୍ତ୍ତିରାଜି, ସରକାରୀ କୋଠା, ଶିକ୍ଷା ପ୍ରତିଷ୍ଠାନ, କର୍ପୋରେଟ ଅଫିସରେ ଆର୍ଥ ଆଓ୍ବାର ପାଳିତ ହୋଇଥିଲା । ଡବ୍ଲୁ ଡବ୍ଲୁ ଏଫ-ଇଣ୍ଡିଆ ପକ୍ଷରୁ ଗତବର୍ଷ 12ଟି ସାଇକ୍ଲୋଥନ ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିବାବେଳେ 2ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ ।

କେଉଁଠୁ ହୋଇଥିଲା ଆରମ୍ଭ

ପ୍ରଥମେ 2007 ରେ ଅଷ୍ଟ୍ରେଲିଆ ସିଡନୀରେ ଏହାକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହା ପାଳନ ହେବା ଆରମ୍ଭ ହୋଇଥିଲା । ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ୟାସ ହ୍ରାସ ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ବନ୍ଦ ହୋଇଥାଏ । ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+