ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ ଉପରେ ଉଡ଼ିଲା ଡ୍ରୋନ୍, ପାକିସ୍ତାନକୁ ତାଗିଦ କଲା ଭାରତ
କିଛି ଦିନ ଧରି ସୀମାରେ ଡ୍ରୋନ୍ ଉଡ଼ାଇବା ଏବଂ ଜାମ୍ମୁ ଏୟାରବେସ୍ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବା ପରେ ଆଜି ଇସଲାମାବାଦରେ ଥିବା ଭାରତୀୟ ଦୂତବାସ ଉପରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି ।
ଇସ୍ଲାମାବାଦ : କିଛି ଦିନ ଧରି ସୀମାରେ ଡ୍ରୋନ୍ ଉଡ଼ାଇବା ଏବଂ ଜାମ୍ମୁ ଏୟାରବେସ୍ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବା ପରେ ଆଜି ଇସଲାମାବାଦରେ ଥିବା ଭାରତୀୟ ଦୂତବାସ ଉପରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ପାକିସ୍ତାନ ଡ୍ରୋନ୍ ମାଧ୍ୟମରେ ଭାରତକୁ ହଇରାଣ କରିବାକୁ ଚେଷ୍ଟା କରୁଛି । ଯେଉଁଥିପାଇଁ ଭାରତ ପାକିସ୍ତାନକୁ ତୀବ୍ର ନିନ୍ଦା କରିଛି ।

ଡ୍ରୋନ୍ ପ୍ରସଙ୍ଗରେ ଭାରତ ସରକାର ପାକିସ୍ତାନକୁ ତାଗିଦ୍ କରି ଏହାକୁ ଭାରତୀୟ ହାଇ କମିଶନଙ୍କ ସୁରକ୍ଷାରେ ସମସ୍ୟା ବୋଲି କହିଛନ୍ତି । ଆଜି ସକାଳେ ଜାମ୍ମୁ କାଶ୍ମୀରର ଆର୍ନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଏକ ଡ୍ରୋନ୍ ମଧ୍ୟ ଦେଖିବାକୁ ମିଳିଥିଲା । ଏଥି ସହିତ କୁହାଯାଇଛି ଯେ ଏଥର ଭାରତୀୟ ହାଇ କମିଶନ ଅର୍ଥାତ୍ ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ ଉପରେ ପାକିସ୍ତାନ ଏକ ଡ୍ରୋନ୍ ପଠାଇଛି, ଯାହାକୁ ଭାରତ ସରକାର ଗୁରୁତର ସହ ନେଇ ପାକିସ୍ତାନ ଉପରେ ତୀବ୍ର ଆପତ୍ତି ଉଠାଇଛନ୍ତି ।
ଗତ 30 ତାରିଖରେ ଜାମ୍ମୁରେ ଦ୍ୱିତୀୟ ଥର ପାଇଁ ଡ୍ରୋନ୍ ଉଡ଼ିଥିଲା । ବାୟୁସେନା ଏୟାରବେସ୍ ଉପରେ 3ଟି ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । କିଛିଦିନ ହେଲା ଏହି ଅଞ୍ଚଳରେ ପ୍ରାୟ 8ଟି ଡ୍ରୋନ୍ ଦେଖାଗଲାଣି । ମିଲିଟାରୀ ବେସ୍ ଓ ମିଲିଟାରୀ ଷ୍ଟେସନ ନିକଟରେ ବାରମ୍ବାର ଡ୍ରୋନ୍ ଦେଖାଯିବା ପରେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢିଯାଇଛି ।
ଏଥି ସହିତ ସୂତ୍ରରୁ ପ୍ରକାଶ ଯେ ଭାରତୀୟ ଦୂତାବାସକୁ ଡ୍ରୋନ୍ ପଠାଇବା ସମ୍ପର୍କରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏକ ବିବୃତ୍ତି ଦେଇପାରେ ।












Click it and Unblock the Notifications