Get Updates
Get notified of breaking news, exclusive insights, and must-see stories!

ଝରକା କଡ଼ରେ ଏକୁଟିଆ ଟ୍ରମ୍ପ : ପଢନ୍ତୁ ହ୍ୱାଇଟ୍ ହାଉସର ଭିତିରି କଥା

ହ୍ୱାଇଟ ହାଉସରେ ଉପସ୍ଥିତ ଥିବା ଲୋକଙ୍କ ଅନୁଯାୟୀ ଟ୍ରମ୍ପଙ୍କ ପଦବୀ ଯିବା ସମୟରେ କାର୍ଯ୍ୟକାଳର ଶେଷ ସପ୍ତାହରେ ରାଷ୍ଟ୍ରପତି ଥିବାବେଳେ ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ତାଙ୍କର ଅନେକ ସହକର୍ମୀ ଏବଂ ପରାମର୍ଶଦାତା ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ୱାଶିଂଟନ୍ ଡିସି : ଜାନୁଆରୀ 20ରେ ଶେଷ ହେବ ଡୋନାଲ୍ଡ ଚ୍ରମ୍ପଙ୍କ ଶାସନ କାଳ । ହାତରୁ ଚାଲିଯିବ ଶାସନ ଗାଦି । ଦେଶର ସର୍ବବୃହତ୍ ଶକ୍ତିଶାଳୀ ରାଷ୍ଟ୍ରଭାବେ ପରିଗଣିତ ଯୁକ୍ତରାଷ୍ଟ୍ର ଆମେରିକାର ନୂଆ ରାଷ୍ଚ୍ରପତି ତଥା ଶାସକ ଭାବେ ଦାୟିତ୍ୱ ଭାର ଗ୍ରହଣ କରିବେ ଆମେରିକାର ସଦ୍ୟତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ । ସେ ଆସନ୍ତା ଜାନୁଆରୀ 20 ତାରିଖରେ ଶପଥ ଗ୍ରହଣ କରିବେ । କିନ୍ତୁ ଶାସନ ଗାଦି ଛାଡ଼ୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର କାର୍ଯ୍ୟକଳାପ ଯୋଗୁଁ ବର୍ତ୍ତମାନ ଏକୁଟିଆ ପଡ଼ିଯାଇଛନ୍ତି ।

ଗତ ଚାରିବର୍ଷର ଶାସନ କାଳ ମଧ୍ୟରେ ଡୋନାଲ୍ଡ ସବୁବେଳେ ସମ୍ବାଦ ପୃଷ୍ଠା ତଥା ଗଣମାଧ୍ୟରେ ଚର୍ଚ୍ଚାରେ ରହିଆସିଛନ୍ତି । ଇରାନ୍ ଓ ଚୀନ ସମ୍ପର୍କରେ ବୈଦେଶିକ ନୀତିକୁ ନେଇ ତ କେତେବେଳେ ନିଜର ବିବାଦୀୟ ବୟାନ ପାଇଁ ସେ ସର୍ବଦା ଖବରରେ ରହିଆସୁଥିଲେ । ସାରା ବିଶ୍ୱର ନଜର ରହୁଥିଲା ତାଙ୍କ ଉପରେ । ଗଣମାଧ୍ୟମର କ୍ୟାମେରା ପ୍ଲାସ୍ ସବୁବେଳେ ତାଙ୍କ ଉପରେ ଫୋକସ୍ ରହୁଥିବା ସହ ସମର୍ଥକମାନେ ତାଙ୍କୁ ଘେରି ରହୁଥିଲେ । ପ୍ରତ୍ୟକ ଦିନ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଆସୁଥିଲା ଭିନ୍ନ ଭିନ୍ନ ଟ୍ୱିଟ୍, ଯାହାକି ବିଶ୍ୱ ଉପରେ ପ୍ରଭାବ ପକାଇବା ସହ ଗଣମାଧ୍ୟମକୁ ଯୋଗାଉଥିଲା ଖବରର ଖୋରାକ୍ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଟ୍ୱିଟର ସମେତ ଅନେକ ସୋଶାଲ୍ ମିଡ଼ିଆ ତାଙ୍କ ଉପରେ ରୋକ୍ ଲଗାଇବା ସହ ତାଙ୍କ ଆକାଉଣ୍ଚକୁ ବ୍ଲକ କରିଦେଇଛନ୍ତି । ସେ ରହୁଥିବା ହ୍ୱାଇଟ୍ ହାଉସରେ କେତେକ ସୁରକ୍ଷା କର୍ମୀଙ୍କ ସମେତ ଅଳ୍ପ କେତେକ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସହକର୍ମୀ ତାଙ୍କ ହାତ ଛାଡ଼ି ଦେଇଛନ୍ତି । ଅର୍ଥାତ୍ ଡୋନାଲ୍ଡ ହ୍ୱାଇଟ ହାଉସରେ ଏବେ ଏକାକୀ ହୋଇପଡ଼ିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶର ରାଷ୍ଟ୍ରପତି ଭାବେ ଚର୍ଚ୍ଚାରେ ଥିବା ଟ୍ରମ୍ପ ପଦବୀରୁ ହଟିବା ପରେ ସାଧାରଣ ଆମେରିକୀୟ ହୋଇ ଟ୍ରମ୍ପ କଣ କରିବେ ତାହା ବର୍ତ୍ତମାନ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।

donald-trump

ହାତରୁ ପଦବୀ ଯିବା ସମୟରେ ଟ୍ରମ୍ପଙ୍କ ଏକାନ୍ତବାସ

ହ୍ୱାଇଟ ହାଉସରେ ଉପସ୍ଥିତ ଥିବା ଲୋକଙ୍କ ଅନୁଯାୟୀ ଟ୍ରମ୍ପଙ୍କ ପଦବୀ ଯିବା ସମୟରେ କାର୍ଯ୍ୟକାଳର ଶେଷ ସପ୍ତାହରେ ରାଷ୍ଟ୍ରପତି ଥିବାବେଳେ ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ତାଙ୍କର ଅନେକ ସହକର୍ମୀ ଏବଂ ପରାମର୍ଶଦାତା ତାଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟକଳାପକୁ ନେଇ ବିରକ୍ତିଭାବ ପ୍ରକାଶ କରିବା ସହ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖବର ଅନୁଯାୟୀ, କିଛି ସହକର୍ମୀ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ନିକ୍ସନଙ୍କ ପରି ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ, ଯେଉଁଥିରେ ସେ କ୍ରୋଧିତ ହୋଇ ଇସ୍ତଫା ଦେବାକୁ ମନା କରିଦେଇଥିଲେ । ସିଏନ୍ଏନ୍ ଗଣମାଧ୍ୟମ ଅନୁୟାୟୀ, ଯେତେବେଳେ ଜଣେ ସହଯୋଗୀ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ନିକ୍ସନଙ୍କ ପରି ଇସ୍ତଫା ଦେବାକୁ କହିଥିଲେ, ଟ୍ରମ୍ପ ତାଙ୍କ ସହକର୍ମୀଙ୍କୁ ତାଗିଦ୍ କରିବା ସହ ଦ୍ୱିତୀୟ ଥର ଏପରି ନ କହିବାକୁ କହି ବିରକ୍ତ ହୋଇଥିଲେ ।

ହ୍ୱାଇଟ ହାଉସ୍ ଝରକା କଡ଼ରେ ବସି କଟୁଛି ଏକାକୀପଣ

ହ୍ୱାଇଟ ହାଉସରେ କାର୍ଯ୍ୟ କରୁଥିବା ଲୋକଙ୍କ ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ ସମ୍ପୂର୍ଣ୍ଣ ଏକୁଟିଆ ଅଛନ୍ତି । ସକାଳେ ସେ ତାଙ୍କ ବିଦାୟ ଖବର ଏବଂ ଜୋ ବାଇଡେନଙ୍କ ଶପଥ ଗ୍ରହଣ ଖବର କାଗଜରେ ପଢିଥିଲେ । ତା'ପରେ ଝରକା ନିକଟରେ ଏକାକୀ ନୀରବରେ ଠିଆ ହୋଇ ଦୀର୍ଘ ସମୟ ବାହାରକୁ ଚାହିଁ ରହିଥିଲେ । ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପରେ ଆଇନଗତ ଏବଂ ଆର୍ଥିକ ଦୃଷ୍ଟିରୁ ତାଙ୍କ ସମ୍ମୁଖରେ କେଉଁ ସମସ୍ୟା ଉପୁଜିବ ତାକୁ ନେଇ ସେ ବହୁ ଚିନ୍ତିତ ଥିବା କୁହାଯାଉଛି । କ୍ୟାପିଟାଲ୍ ହିଲ୍ ହିଂସା ପରେ ଅନେକ ବଡ଼ ବଡ଼ ବ୍ୟାଙ୍କ ତାଙ୍କ କମ୍ପାନୀ ସହିତ ସମ୍ପର୍କ ବିଚ୍ଛିନ୍ନ କରିଥିବାରୁ ସେ ଆର୍ଥିକ ଦୃଷ୍ଟିରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବ୍ୟାଙ୍କ ଗୁଡ଼ିକ ତାଙ୍କ କମ୍ପାନୀ ସହ ସମ୍ପର୍କ ତୁଟାଇବା ପରେ ତାଙ୍କର ବ୍ୟବସାୟ ବହୁତ ଖରାପ ଅବସ୍ଥା ଦେଇ ଗତି କରୁଛି । ହ୍ୱାଇଟହାଉସ୍ ରେ ଟ୍ରମ୍ପ ତାଙ୍କ ଓକିଲ ସହ ଆର୍ଥିକ ସ୍ଥିତି ସମ୍ପର୍କରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । 'କ୍ଷମା ପ୍ରାର୍ଥନା କରିବା ପରେ ପରିସ୍ଥିତି ଠିକ୍ ହୋଇ ପାରିବ କି ?' ବୋଲି ବିଚାରବିମର୍ଶ ହେଉଥିବା ନେଇ କର୍ମଚାରୀମାନେ କହିଛନ୍ତି । ଏପରିକି ଟ୍ରମ୍ପଙ୍କୁ ତାଙ୍କ ଦଳ ରିପବ୍ଲିକାନ୍ ପାର୍ଟିର ନେତାମାନେ ମଧ୍ୟ ଭେଟିବାକୁ ଆସୁନଥିବାରୁ ଡୋନାଲ୍ଡ କ୍ରୋଧ ପ୍ରକାଶ କରୁଥିବା ନେଇ କୁହାଯାଇଛି ।

Donald-Trump

ବିଦାୟୀ ଭାଷଣ ଦେଇପାରନ୍ତି ଟ୍ରମ୍ପ

କିଛି ଅତି ନିକଟ ସହଯୋଗୀ ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଲାଇଭ୍ କିମ୍ବା ରେକର୍ଡ ବିଦାୟୀ ଭାଷଣ ଦେବାକୁ ନିବେଦନ କରିଥିଲେ । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଶେଷ ଭାଷଣ ଦେବାକୁ ପ୍ରସ୍ତୁତ ନଥିଲେ । ତେବେ ଆଶା କରାଯାଉଛି ଯେ, ଉପରାଷ୍ଟ୍ରପତି ମାଇକ ପେନ୍ସ ଶେଷ ଥର ପାଇଁ ତାଙ୍କୁ ଭେଟିବାକୁ ହ୍ୱାଇଟ ହାଉସକୁ ଆସିପାରନ୍ତି ଏବଂ ଟ୍ରମ୍ପ ତାଙ୍କର ବିଦାୟୀ ଭାଷ ଦେଇପାରନ୍ତି ।

ହ୍ୱାଇଟ୍ ହାଉସ୍ ଛାଡ଼ୁଛନ୍ତି ଟ୍ରମ୍ପଙ୍କ କର୍ମଚାରୀ

ଟ୍ରମ୍ପଙ୍କ କାର୍ଯ୍ୟକାଳ ମାତ୍ର ଗୋଟିଏ ସପ୍ତାହ ବାକି ଥିବାରୁ ଟ୍ରମ୍ପଙ୍କ ସହକର୍ମୀମାନେ ହ୍ୱାଇଟ ହାଉସ ଛାଡିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନେକ ଅଧିକାରୀ ହ୍ୱାଇଟ ହାଉସ ଛାଡ଼ି ସାରିଲେଣି । ହ୍ୱାଇଟ୍ ହାଉସ୍ ଛାଡ଼ୁଥିବା ଅଧିକାରୀଙ୍କ ଗାଡ଼ି ହ୍ୱାଇଟ ହାଉସକୁ ଯିବାଆସିବା କରୁଥିବାର ଦେଖିବାକୁ ମିଳୁଛି । ହ୍ୱାଇଟ ହାଉସର ଉପର ମହଲାରେ ଥିବା ପ୍ରେସ୍ ଗ୍ୟାଲେରୀ ବର୍ତ୍ତମାନ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଇଛି । ପ୍ରେସ ସେକ୍ରେଟାରୀଙ୍କ କ୍ୟାବିନ ସମ୍ମୁଖରେ ବସୁଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀ ହ୍ୱାଇଟ ହାଉସ୍ ଛାଡିସାରିଛନ୍ତି ଏବଂ ପ୍ରେସ୍ ସଚିବ Kayleigh McEnany ମଧ୍ୟ ଛାଡିବାର ପ୍ରସ୍ତୁତି କରିସାରିଲେଣି । ହ୍ୱାଇଟ ହାଉସର ଉପର କୋଠାରେ ଡେସ୍କ ଏବଂ କାଗଜପତ୍ର ବ୍ୟତୀତ କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳୁନାହିଁ । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କର କିଛି ନିକଟତମ ସହଯୋଗୀ ତାଙ୍କୁ ସମ୍ମାନ ରକ୍ଷା କରିବା ପାଇଁ ସୌଜନ୍ୟମୂଳକ ଭାବେ ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଟ୍ରମ୍ପ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏହି ସମସ୍ତ ପରିସ୍ଥିତି ମଧ୍ୟରେ ଏହା ବିଚାର କରାଯାଉଛି ଯେ କାର୍ଯ୍ୟକାଳର ଶେଷ ଦିନରେ ଅର୍ଥାତ୍ 20 ଜାନୁୟାରୀ ସକାଳେ ହ୍ୱାଇଟ ହାଉସରେ ଟ୍ରମ୍ପଙ୍କର କିଛି ସମର୍ଥକଙ୍କ ଭିଡ଼ ଜମା କରାଯିବ, ଯାହାଙ୍କ ସାମ୍ନାରେ ଟ୍ରମ୍ପ ତାଙ୍କ ହାତ ଦେଖାଇ ହ୍ୱାଇଟ ହାଉସରୁ ବିଦାୟ ନେଇପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+