Get Updates
Get notified of breaking news, exclusive insights, and must-see stories!

ଟ୍ୱିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ, ଏଲନ୍ ମସ୍କଙ୍କ ଘୋଷଣା ପରେ ପୁନଃ ସ୍ଥାପିତ ହେଲା ଆକାଉଣ୍ଟ

ଟ୍ୱିଟରକୁ ଫେରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଲୋନ୍ ମସ୍କଙ୍କ ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ପୁଣି ଟ୍ୱିଟରରେ ଫେରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଏଲନ୍ ପୁନଃ ସକ୍ରିୟ କରିଛନ୍ତି ।

ୱାସିଙ୍ଗଟନ୍ ଡିସି: ଟ୍ୱିଟରକୁ ଫେରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଲନ୍ ମସ୍କଙ୍କ ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ପୁଣି ଟ୍ୱିଟରରେ ଫେରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଏଲନ୍ ପୁନଃ ସକ୍ରିୟ କରିଛନ୍ତି । ଏକ ସର୍ଭେ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ସ୍ଥାପିତ ହେବା ନେଇ ଏଲନ୍ ମସ୍କ କହିଥିଲେ । ପ୍ରାୟ 22 ମାସ ପରେ ଡୋନାଲ୍ଡ ଟ୍ରମ୍ପ ପୁଣି ଟ୍ୱିଟରରେ ଫେରିଛନ୍ତି ।

Donald Trump

ବର୍ତ୍ତମାନ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲ ପୁଣି ସକ୍ରିୟ ଅଛି । ମତାମତ ସଂଗ୍ରହ ପରେ ଏଲନ୍ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଟ୍ୱିଟର୍ ମାଲିକ ଏଲନ୍ ମସ୍କ ଏକ ସର୍ଭେ କରିଥିଲେ ଯେଉଁଥିରେ ସେ ପଚାରିଥିଲେ ଯେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ସ୍ଥାପିତ ହେବା ଉଚିତ କି ? ଏହି ସର୍ଭେରେ ଅଧିକାଂଶ ଲୋକ ଟ୍ରମ୍ପଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ଏଲନ୍ ମସ୍କ ଟ୍ୱିଟରରେ ଏକ ସର୍ଭେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲୋକଙ୍କୁ ପଚାରିଥିଲେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରରେ ପୁନଃ ସ୍ଥାପିତ କରାଯିବା ଉଚିତ କି ନୁହେଁ ? ଏଥିପାଇଁ ଏଲନ୍ ମସ୍କ ମଧ୍ୟ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କଙ୍କ ସର୍ଭେରେ ପ୍ରାୟ 15 ନିୟୁତ ଲୋକ 'ହଁ' ଉତ୍ତର ଦେଇଛନ୍ତି । ପ୍ରାୟ 55 ରୁ 60 ପ୍ରତିଶତ କହିଛନ୍ତି ଯେ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣି ଚାଲୁ କରିବା ଉଚିତ୍ ଏବଂ 45 ପ୍ରତିଶତ ଲୋକ ଏହାକୁ ବିରୋଧ କରିଥିଲେ ।

ରବିବାର (ନଭେମ୍ବର 20) ରେ ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ଲୋକମାନେ କହିଛନ୍ତି, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ସକ୍ରିୟ କରାଯାଉ । ଏଲନ୍ ଙ୍କ ଟ୍ୱିଟର କିଛି ସମୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସକ୍ରିୟ ହୋଇଥିଲା ।

ୋଆପଣଙ୍କୁ କହି ରଖୁଛୁ 2021 ମସିହାରେ ହିଂସା ତଥା ଉତ୍ତେଜନାମୂଳକ ଚିପ୍ପଣୀ ଅଭିଯୋଗରେ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ସ୍ଥାୟୀ ଭାବରେ ନିଷିଦ୍ଧ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+