For Quick Alerts
Turn On Notification  
For Daily Alerts
Oneindia App Download

ଟ୍ୱିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ, ଏଲନ୍ ମସ୍କଙ୍କ ଘୋଷଣା ପରେ ପୁନଃ ସ୍ଥାପିତ ହେଲା ଆକାଉଣ୍ଟ

ଟ୍ୱିଟରକୁ ଫେରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଲୋନ୍ ମସ୍କଙ୍କ ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ପୁଣି ଟ୍ୱିଟରରେ ଫେରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଏଲନ୍ ପୁନଃ ସକ୍ରିୟ କରିଛନ୍ତି ।

|

ୱାସିଙ୍ଗଟନ୍ ଡିସି: ଟ୍ୱିଟରକୁ ଫେରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଲନ୍ ମସ୍କଙ୍କ ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ପୁଣି ଟ୍ୱିଟରରେ ଫେରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଏଲନ୍ ପୁନଃ ସକ୍ରିୟ କରିଛନ୍ତି । ଏକ ସର୍ଭେ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ସ୍ଥାପିତ ହେବା ନେଇ ଏଲନ୍ ମସ୍କ କହିଥିଲେ । ପ୍ରାୟ 22 ମାସ ପରେ ଡୋନାଲ୍ଡ ଟ୍ରମ୍ପ ପୁଣି ଟ୍ୱିଟରରେ ଫେରିଛନ୍ତି ।

Donald Trump

ବର୍ତ୍ତମାନ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲ ପୁଣି ସକ୍ରିୟ ଅଛି । ମତାମତ ସଂଗ୍ରହ ପରେ ଏଲନ୍ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଟ୍ୱିଟର୍ ମାଲିକ ଏଲନ୍ ମସ୍କ ଏକ ସର୍ଭେ କରିଥିଲେ ଯେଉଁଥିରେ ସେ ପଚାରିଥିଲେ ଯେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ସ୍ଥାପିତ ହେବା ଉଚିତ କି ? ଏହି ସର୍ଭେରେ ଅଧିକାଂଶ ଲୋକ ଟ୍ରମ୍ପଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ଏଲନ୍ ମସ୍କ ଟ୍ୱିଟରରେ ଏକ ସର୍ଭେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲୋକଙ୍କୁ ପଚାରିଥିଲେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରରେ ପୁନଃ ସ୍ଥାପିତ କରାଯିବା ଉଚିତ କି ନୁହେଁ ? ଏଥିପାଇଁ ଏଲନ୍ ମସ୍କ ମଧ୍ୟ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କଙ୍କ ସର୍ଭେରେ ପ୍ରାୟ 15 ନିୟୁତ ଲୋକ 'ହଁ' ଉତ୍ତର ଦେଇଛନ୍ତି । ପ୍ରାୟ 55 ରୁ 60 ପ୍ରତିଶତ କହିଛନ୍ତି ଯେ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣି ଚାଲୁ କରିବା ଉଚିତ୍ ଏବଂ 45 ପ୍ରତିଶତ ଲୋକ ଏହାକୁ ବିରୋଧ କରିଥିଲେ ।

ରବିବାର (ନଭେମ୍ବର 20) ରେ ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ଲୋକମାନେ କହିଛନ୍ତି, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ସକ୍ରିୟ କରାଯାଉ । ଏଲନ୍ ଙ୍କ ଟ୍ୱିଟର କିଛି ସମୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସକ୍ରିୟ ହୋଇଥିଲା ।

ୋଆପଣଙ୍କୁ କହି ରଖୁଛୁ 2021 ମସିହାରେ ହିଂସା ତଥା ଉତ୍ତେଜନାମୂଳକ ଚିପ୍ପଣୀ ଅଭିଯୋଗରେ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ସ୍ଥାୟୀ ଭାବରେ ନିଷିଦ୍ଧ କରିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Donald Trump Back On Twitter After Elon Musk's Poll
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X