Get Updates
Get notified of breaking news, exclusive insights, and must-see stories!

ଭଗବାନଙ୍କ ରୂପ ଦେଖାଇଲେ ଡାକ୍ତର ! 12 ବର୍ଷ ବାଳକର କଟାମୁଣ୍ଡ ଯୋଡ଼ି ବଞ୍ଚାଇଦେଲେ ଜୀବନ

କୁହାଯାଏ, ଡାକ୍ତରମାନେ ଭଗବାନଙ୍କର ଅନ୍ୟ ଏକ ରୂପ । ଏହା ସତ୍ୟ ମଧ୍ୟ । ଅନେକ ଜଟିଳ ପରିସ୍ଥିତିରେ କଠଇନ ପରିଶ୍ରମ କରି ମରଣ ମୁହଁରୁ ରୋଗୀକୁ ବଞ୍ଚାଇ ଦିଅନ୍ତି ଏହି ମଣିଷ ରୂପୀ ଭଗବାନ । ଡାକ୍ତରମାନେ ମଣିଷମାନଙ୍କୁ ଦ୍ୱିତୀୟ ଜୀବନ ଦିଅନ୍ତି । ଏମିତି ଏକ ସଦ୍ୟ ଉଦାହରଣ ଦେଖିହବାକୁ ମିଳିଛି ଇସ୍ରାଏଲରେ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଡାକ୍ତରମାନେ ଏକ ନିଆରା ଅସ୍ତ୍ରୋପଚାର କରି କଟାମୁଣ୍ଡକୁ ଯୋଡ଼ି ଦେଇଛନ୍ତି ।

medical miracle

ଦ ଟାଇମ୍ସ ଅଫ୍ ଇସ୍ରାଏଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏକ ଦୁର୍ଘଟଣାରେ 12 ବର୍ଷର ବାଳକ ସୁଲେମାନଙ୍କ ମୁଣ୍ଡ ବେକ ପାଖରୁ ଅଲଗା ହୋଇଯାଇଥିଲା । କିନ୍ତୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ମୁଣ୍ଡକୁ ପୁଣି ଯୋଡ଼ି ଦେଇଛନ୍ତି ।

ବାସ୍ତବରେ 12 ବର୍ଷ ବୟସ୍କ ସୁଲେମାନ ହାସନ ସାଇକେଲ ଚଳାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏକ କାର ସୁଲେମାନଙ୍କୁ ଧକ୍କା ଦେଇଥିଲା ଏବଂ ତାଙ୍କ ମୁଣ୍ଡ ପ୍ରାୟ କଟି ଯାଇଥିଲା । କିଛି ସମୟ ପରେ ରୋଗୀଙ୍କୁ ହାଦାସା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ । କିନ୍ତୁ ବାଳକର ବଞ୍ଚିବାର ସମ୍ଭାବନା ମାତ୍ର 50 ପ୍ରତିଶତ ଥିଲା । ଡାକ୍ତରମାନେ ଚମତ୍କାର ଭାବରେ ବାଳକକୁ ଏକ ନୂଆ ଜୀବନ ଦେଇଛନ୍ତି ।

କାର ଦୁର୍ଘଟଣା ପରେ ସୁଲେମାନଙ୍କ ଅବସ୍ଥା ଦେଖିବା ପରେ ବଞ୍ଚିବା ପ୍ରାୟ ଅସମ୍ଭବ ବୋଲି ସମସ୍ତେ ଭାବିଥିଲେ । ତାଙ୍କ ବଞ୍ଚିବାର ସମ୍ଭାବନା 50 ପ୍ରତିଶତ ବୋଲି ମଧ୍ୟ ଡାକ୍ତରମାନେ କହିଥିଲେ । କିନ୍ତୁ ଏହି ଅସ୍ତ୍ରୋପଚାର ସଫଳ ହୋଇଥିଲା ଏବଂ ଡାକ୍ତରମାନେ ସୁଲେମାନଙ୍କ ମୁଣ୍ଡକୁ ଗଳା ସହ ଯୋଡ଼ି ଥିଲେ । ଏହି ଦୁର୍ଘଟଣାରୁ ସୁଲେମାନ ସୁସ୍ଥ ହେବାକୁ ମାସେ ସମୟ ଲାଗିଥିଲା ।

ତାଙ୍କୁ ମନିଟରିଂ କରୁଥିବା ଡାକ୍ତର କହିଛନ୍ତି ଯେ ଅପରେସନ୍ ସମୟରେ ବାଳକଟିର ବଞ୍ଚିବାର ମାତ୍ର 50 ପ୍ରତିଶତ ସମ୍ଭାବନା ଥିଲା । ଜୁଲାଇ ପର୍ଯ୍ୟନ୍ତ ଡାକ୍ତରମାନେ ଏହି ମାମଲା ସାର୍ବଜନୀନ କରିନଥିଲେ । ବର୍ତ୍ତମାନ ଡାକ୍ତରମାନେ ମଧ୍ୟ ସୁଲେମାନଙ୍କ ସୁସ୍ଥ ହେବା ଏକ ଚମତ୍କାର ବୋଲି କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+