ମୁହାଁମୁହିଁ ଧକ୍କା ହେଲେ ଦକ୍ଷିଣ କୋରିଆ ବାୟୁସେନା ଜେଟ୍, ତିନି ପାଇଲଟଙ୍କ ମୃତ୍ୟୁ
ଦକ୍ଷିଣ କୋରିଆର ବାୟୁସେନାର ଦୁଇଟି ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ଦିନ ଦକ୍ଷିଣ କୋରିଆର ଦୁଇଟି ବାୟୁସେନାର ତାଲିମ ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହୋଇଛି ।
ସିଓଲ୍ : ଦକ୍ଷିଣ କୋରିଆର ବାୟୁସେନାର ଦୁଇଟି ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ଦିନ ଦକ୍ଷିଣ କୋରିଆର ଦୁଇଟି ବାୟୁସେନାର ତାଲିମ ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିସହିତ ତିନିଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ପାଇଲଟ ଆହତ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଦକ୍ଷିଣ କୋରିଆ ବାୟୁସେନା ଏକ ବିବୃତ୍ତିରେ କହିଛି ଯେ ଏହି ଦୁର୍ଘଟଣା ଦକ୍ଷିଣ ପୂର୍ବ ସହର ସାଚେଓନ୍ ରେ KT-1 ବିମାନ ବେସ୍ ନିକଟରେ ଅପରାହ୍ନ 1.35 ସମୟରେ ଘଟିଛି । ତିନିଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ବୋଲି ୟୋନହାପ ନ୍ୟୁଜ ଏଜେନ୍ସି ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ 30 ରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀ କର୍ମଚାରୀ ଦୁର୍ଘଟଣାସ୍ଥଳରେ ଖୋଜାଖୋଜି ଆରମ୍ଭ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ ମିଳିପାରି ନାହିଁ ।












Click it and Unblock the Notifications