ପାକିସ୍ତାନରେ କୋଇଲା ଖଣିକୁ ନେଇ ରକ୍ତାକ୍ତ ସଂଘର୍ଷ, 16 ଜଣଙ୍କ ମୃତ୍ୟୁ

ଇସଲାମାବାଦ : ପାକିସ୍ତାନର କୋହାତରେ ଖଣି ଖନନକୁ ନେଇ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏଥଇରେ 16 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ସୁନୀଖେଲ ଏବଂ ଅଖୋରୱାଲଙ୍କ ମଧ୍ୟରେ ହିଂସା ଘଟିଥିଲା ।
ଏହି ସମଗ୍ର ବିବାଦ କୋଇଲା ଖଣିର ସୀମାକୁ ନେଇ ଘଟିଥିଲା । କୋହତ ପୋଲିସ କହିଛି ଯେ ପାହାଡ ଅଞ୍ଚଳରେ ଅବସ୍ଥିତ ବୁଲନ୍ଦରୀ ସମ୍ପ୍ରଦାୟର ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଏହି ହିଂସା ଘଟିଛି ।
ଯେତେବେଳେ ପାହାଡ ଅଞ୍ଚଳରେ ଦୁହେଁ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ ସେତେବେଳେ ସମଗ୍ର ବିବାଦ ହିଂସାତ୍ମକ ରୂପ ନେଇଥିଲା । ଆହତ ଲୋକଙ୍କୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣାରେ ଦାରା ଆଦାମଖେଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଏହା ଦୀର୍ଘ ଦିନ ଧରି ବିବାଦ ବୋଲି ପୋଲିସ କହିଛି । ମୃତ ଓ ଆହତଙ୍କ ମୃତଦେହକୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications