Get Updates
Get notified of breaking news, exclusive insights, and must-see stories!

ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ କ୍ରିସ୍ ହିପକିନସ୍

ଦଳର ନେତୃତ୍ୱ ନେବାକୁ ଏକମାତ୍ର ମନୋନୀତ ପ୍ରାର୍ଥୀ ହେବା ପରେ ନ୍ୟୁଜିଲାଣ୍ଡ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ‘ଲେବର୍‌ ପାର୍ଟି'ର ସାଂସଦ ତଥା ଶିକ୍ଷାମନ୍ତ୍ରୀ କ୍ରିସ୍‌ ହିପ୍‌କିନ୍‌ସ୍‌ ।

chris hipkins

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଜନ୍ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପାନାଜଳ୍ପନା ଲାଗି ରହିଛି । ଦଳର ବାର୍ଷିକ ବୈଠକରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଫେବୃଆରୀ 7 ତାରିଖରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଏହା ସହିତ ସେ ରାଜନୈତିକ ଜୀବନରୁ ସନ୍ୟାସ ନେବେ ବୋଲି ମଧ୍ୟ କହିସାରିଛନ୍ତି ।

ବର୍ତ୍ତମାନ ଖବର ଆସିଛି ଯେ, ଦଳର ନେତୃତ୍ୱ ନେବାକୁ ଏକମାତ୍ର ମନୋନୀତ ପ୍ରାର୍ଥୀ ହେବା ପରେ ନ୍ୟୁଜିଲାଣ୍ଡ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ 'ଲେବର୍‌ ପାର୍ଟି'ର ସାଂସଦ ତଥା ଶିକ୍ଷାମନ୍ତ୍ରୀ କ୍ରିସ୍‌ ହିପ୍‌କିନ୍‌ସ୍‌ । ରବିବାର ଦିନ ଲେବର୍‌ ପାର୍ଟିର 64 ଜଣ ସାଂସଦଙ୍କ ବୈଠକରେ ହିପ୍‌କିନ୍‌ସ୍‌ଙ୍କୁ ଦଳର ନୂଆ ନେତା ବୋଲି ସୁନିଶ୍ଚିତ କରାଯାଇ ପାରେ ।

ପ୍ରଧାନମନ୍ତ୍ରୀ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ହିପ୍‌କିନ୍‌ସ୍‌ କହିଛନ୍ତି, ମୋର ମନେହୁଏ, ଆମେ ଏକ ଅତି ଟାଣୁଆ ଟିମ୍‌ । ଏକତା ରକ୍ଷା କରି ଆମେ ଅଗ୍ରସର ହୋଇଛୁ ଓ ଏକତା ବଜାୟ ରଖିବୁ । ନ୍ୟୁଜିଲାଣ୍ଡ୍‌ବାସୀଙ୍କ ସେବା ନିମନ୍ତେ ପ୍ରକୃତ ପ୍ରତିବଦ୍ଧତା ଥିବା ଅସାଧାରଣ ‌ଜନ ସଙ୍ଗଠନରେ ଥାଇ କାର୍ଯ୍ୟ କରୁଥିବାରୁ ସତରେ ଖୁବ୍‌ ଭାଗ୍ୟବାନ ମନେକରୁଛି ।

ଆପଣଙ୍କୁ କହି ରଖୁଛୁ, ଶିକ୍ଷାମନ୍ତ୍ରୀ ଥିବା ବେଳେ କ୍ରିସ୍‌ ହିପନିକସ୍ ଦେଶର କୋଭିଡ୍‌-19 ମୁକାବିଲା ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+