ରେଳ ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ଚାଲିଗଲା ୧୧ ଜୀବନ
ଟ୍ରାକରେ କାମ କରୁଥିଲେ ଶ୍ରମିକ । ମାଡିଗଲା ଟ୍ରେନ୍ । ଘଟଣାସ୍ଥଳରେ ହିଁ ଚାଲିଗଲା ୧୧ ଜୀବନ । ଏମିତି କିଛି ଘଟଣା ଘଟିଛି ଚାଇନାରେ । ଏଠାରେ ରେଳ ଟ୍ରାକ୍ ଉପରେ କାମ କରୁଥିବା କିଛି ଶ୍ରମିକଙ୍କ ଉପରେ ଟ୍ରେନ୍ ମାଡିଯାଇଛି । ରିପୋର୍ଟ ଅନୁଯାୟୀ, ରେଳ କର୍ମଚାରୀମାନେ ଧାରଣର ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ସମୟରେ ହଠାତ ଟ୍ରେନଟି ମାଡ଼ି ଆସିଥିଲା।
କାର୍ଯ୍ୟରତ କର୍ମଚାରୀମାନେ ଚାହିଁକି ବି ଧାରଣାରୁ ହଟି ପାରି ନଥିଲେ। ଫଳରେ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମ୍ପର୍କରେ ରେଳ ପ୍ରଶାସନ ଖବର ପାଇବା ପରେ ତୁରନ୍ତ ଜରୁରୀକାଳିନ ବ୍ୟବସ୍ଥାକୁ ସକ୍ରିୟ କରିଛି।

ସ୍ଥାନୀୟ ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇ ଛି। ଏହା ମାନବ ତ୍ରୁଟି ଯୋଗୁଁ ନା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ, ଷ୍ଟେସନରେ ଟ୍ରେନ ଚଳାଚଳ ଏବେ ସ୍ୱାଭାବିକ ହୋଇଛି, ଏବଂ ସେବା ପୁଣି ସୁରୁଖୁରୁରେ ଚାଲିଛି।












Click it and Unblock the Notifications