Get Updates
Get notified of breaking news, exclusive insights, and must-see stories!

ତାଇୱାନକୁ ଏକଘରିଆ କରିବାରେ ସଫଳ ହେବ ନାହିଁ ଡ୍ରାଗନ୍ : ନାନସୀ ପେଲୋସି

ଟୋକିଓରେ ସାମ୍ବାଦିକମାନଙ୍କୁ ନାନସୀ ପେଲୋସି କହିଛନ୍ତି ଯେ ତାଇୱାନ ଉପରେ ଚୀନ୍ ବିଭିନ୍ନ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିପାରେ । ବେଜିଂ ମୋତେ ତାଇୱାନ ଯିବାରେ ଅଟକାଇବାକୁ ଚେଷ୍ଟା କଲା, କିନ୍ତୁ ଏହା ତାଇପେଇକୁ ପୃଥକ କରିବାକୁ ଚେଷ୍ଟା କରିପାରିବ ନାହିଁ ।

ଟୋକିଓ : ଆମେରିକା ହାଉସ୍ ବାଚସ୍ପତି ନାନସୀ ପେଲୋସି କହିଛନ୍ତି ଯେ ତାଇୱାନକୁ ନେଇ ଚୀନ୍ ଯୋଜନା ସଫଳ ହେବାକୁ ଆମେରିକା ଦେବ ନାହିଁ । ଜାପାନ ଗସ୍ତ ସମୟରେ ସେ ରାଜଧାନୀ ଟୋକିଓରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଇୱାନକୁ ପୃଥକ କରିବାକୁ ଚାଇନାର ଯୋଜନାକୁ ଆମେରିକା ଅନୁମତି ଦେବ ନାହିଁ ।

Nancy Pelosi

ଟୋକିଓରେ ସାମ୍ବାଦିକମାନଙ୍କୁ ନାନସୀ ପେଲୋସି କହିଛନ୍ତି ଯେ ତାଇୱାନ ଉପରେ ଚୀନ୍ ବିଭିନ୍ନ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିପାରେ । ବେଜିଂ ମୋତେ ତାଇୱାନ ଯିବାରେ ଅଟକାଇବାକୁ ଚେଷ୍ଟା କଲା, କିନ୍ତୁ ଏହା ତାଇପେଇକୁ ପୃଥକ କରିବାକୁ ଚେଷ୍ଟା କରିପାରିବ ନାହିଁ । ଅନ୍ୟ ଦେଶ ସହ ଭଲ ସମ୍ପର୍କ ସ୍ଥାପନ ପାଇଁ ତାଇୱାନର ପ୍ରୟାସରେ ଲଗାମ ଲଗାଇବାରେ ଚୀନ୍ ଯଥାସମ୍ଭବ ଚେଷ୍ଟା କରିବ ବୋଲି ସେ କହିଛନ୍ତି । କିନ୍ତୁ ଆମେରିକା ଚୀନ୍‌କୁ ଏଭଳି ପଦକ୍ଷେପରେ ସଫଳ ହେବାକୁ ଦେବ ନାହିଁ ।

ଆପଣଙ୍କୁ କହି ରଖୁଛୁ ପେଲୋସି ତାଙ୍କ ଏସିଆ ଗସ୍ତରେ ତାଇୱାନ ଗସ୍ତ କରିଥିଲେ । ଚୀନ୍ ଏହାକୁ ବିରୋଧ କରିଥିଲା । ଚୀନ୍ ତାଇୱାନକୁ ବେଜିଂର ଏକ ପୃଥକ ପ୍ରଦେଶ ଭାବରେ ବିବେଚନା କରେ ଏବଂ ସମୟ ଆସିଲେ ଏହା ତାଇପେଇକୁ ଚୀନ୍ ସହିତ ଯୋଡିବ ବୋଲି ସ୍ପଷ୍ଟ ଭାବେ କହିଛି । ଏହି କାରଣରୁ, ସି ଜିନପିଙ୍ଗ ନାନସିଙ୍କ ତାଇୱାନ ଗସ୍ତରେ ଅତ୍ୟଧିକ କ୍ରୋଧିତ ହୋଇଥିଲେ ।

ନାନସୀ ତାଇୱାନରୁ ଫେରିବା ପରେ ହିଁ ଡ୍ରାଗନ୍ ତାଇୱାନର ଆଖପାଖ ଜଳକ୍ଷେତ୍ର ଉପରେ ମାରାତ୍ମକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା । ତେବେ ଚୀନ୍ କହିଛି ଯେ ଏହା କେବଳ ସେମାନଙ୍କର ସାମରିକ ଅଭ୍ୟାସର ଏକ ଅଂଶ । କିନ୍ତୁ ଚୀନ୍‌ର ଆଭିମୁଖ୍ୟ ଦେଖି ଲାଗୁଛି ଯେ ସେ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରି ଆମେରିକା ଏବଂ ତାଇୱାନକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+