ପାକିସ୍ତାନକୁ ପୁଣି ଋଣ ଦେଲା ଚୀନ୍, 1.3 ବିଲିୟନ ଡ଼ଲାର ଦେଖି ଉତ୍ସାହିତ ମନ୍ତ୍ରୀ
ଚାଇନାର ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କମର୍ସିଆଲ୍ ବ୍ୟାଙ୍କ ପାକିସ୍ତାନ ପାଇଁ 1.3 ବିଲିୟନ ଡ଼ଲାର ଋଣ ଅନୁମୋଦନ କରିଛି । ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର ମଧ୍ୟ ଏହା ନିଶ୍ଚିତ କରିଛନ୍ତି ।

ନୂଆଦିଲ୍ଲୀ : ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଏବଂ ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନକୁ ପୁଣି ଥରେ ସାହାଯ୍ୟର ହାତ ବଢାଇଛି ଚୀନ୍ । ଚାଇନାର ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କମର୍ସିଆଲ୍ ବ୍ୟାଙ୍କ ପାକିସ୍ତାନ ପାଇଁ 1.3 ବିଲିୟନ ଡ଼ଲାର ଋଣ ଅନୁମୋଦନ କରିଛି । ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର ମଧ୍ୟ ଏହା ନିଶ୍ଚିତ କରିଛନ୍ତି ।
ଅର୍ଥମନ୍ତ୍ରୀ ଇଶାକ୍ ଦାର ଶୁକ୍ରବାର କହିଛନ୍ତି ଯେ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କମର୍ସିଆଲ୍ ବ୍ୟାଙ୍କ ଅଫ୍ ଚାଇନା ଲିମିଟେଡ୍ 1.3 ବିଲିୟନ ଡ଼ଲାର ଋଣର ରୋଲଓଭରକୁ ଅନୁମୋଦନ କରିଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନର ହ୍ରାସ ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧିରେ ଏହା ସହାୟକ ହେବ । ଦାର ଏକ ଟ୍ୱିଟ୍ ରେ କହିଛନ୍ତି ଯେ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ପ୍ରଥମ ପର୍ଯ୍ୟାୟରେ 500 ମିଲିୟନ ଡଲାର ପାଇଛି । ଏହା ଫରେକ୍ସ ରିଜର୍ଭ ବୃଦ୍ଧି କରିବ ବୋଲି ସେ କହିଛନ୍ତି ।
ବ୍ୟାଙ୍କରୁ ପ୍ରଥମ କିସ୍ତି ପାଇବା ପରେ ପାକିସ୍ତାନର ଅର୍ଥମନ୍ତ୍ରୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ଆମେ କେବେ ଗରିବ ହୋଇ ନାହୁଁ ଏବଂ କେବେ ମଧ୍ୟ ହୋଇ ପାରିବୁ ନାହିଁ । ସେ କହିଛନ୍ତି ଯେ ଯଦି ଭଗବାନ ଚାହାଁନ୍ତି, ତେବେ ଆମେ ଏହି ଦେଶକୁ ଏହି ବିବାଦରୁ ବାହାର କରିଦେବୁ । ଋଣ ପରିଶୋଧ କରିବାକୁ ଆମେ ଚାଇନାକୁ 1.3 ବିଲିୟନ ଡଲାର ଫେରସ୍ତ କରିଛୁ । ଆମର ଆର୍ଥିକ ସ୍ଥିତିକୁ ବିଚାର କରି ଚୀନ୍ ଏହି ଟଙ୍କା ଆମକୁ ପୁଣି ଦେଇଛି ।
ଇଶାକ ଦାର କହିଛନ୍ତି ଯେ ଜୁନ୍ ମାସରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଆର୍ଥିକ ଫାଟକୁ ବନ୍ଦ କରିବା ପାଇଁ ପାକିସ୍ତାନକୁ 5 ବିଲିୟନ ଡଲାରର ବିଦେଶୀ ଅର୍ଥ ଆବଶ୍ୟକ । ଆଇଏମ୍ଏଫ୍ ସହିତ ଚୁକ୍ତି ସ୍ୱାକ୍ଷର ହେବା ପରେ ହିଁ ସେ ଅଧିକ ଅର୍ଥ ପାଇପାରିବେ । ଆସନ୍ତା ସପ୍ତାହ ସୁଦ୍ଧା ଏହି ଚୁକ୍ତି ଶେଷ ହେବ ବୋଲି ସେ ଆଶା ରଖିଛନ୍ତି ।
ଆପଣଙ୍କୁ କହି ରଖୁଛୁ ଚୀନ୍ ପୂର୍ବରୁ ପାକିସ୍ତାନକୁ ସାହାଯ୍ୟ କରିଛି । ଏହାପୂର୍ବରୁ ଚୀନ୍ ପାକିସ୍ତାନକୁ ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଁ 700 ମିଲିୟନ ଡଲାର ଋଣ ଦେଇଥିଲା । ତେବେ ପାକିସ୍ତାନର ସ୍ଥିତିକୁ ସୁଧାରିବା ପାଇଁ ଏହି ପରିମାଣ ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରମାଣିତ ହୋଇଛି । ତେବେ ପାକିସ୍ତାନର ଏପରି ଅବସ୍ଥାରେ ଏହି ଋଣ ରାଶି ଓଟ ମୁହଁରେ ଜିରା ସଦୃଶ । ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଉପରେ ମୋଟ 100 ବିଲିୟନ ଡଲାର ଋଣ ରହିଛି । ବିଶେଷ କଥା ହେଉଛି ଏହାର 30 ପ୍ରତିଶତ କେବଳ ଚାଇନାରୁ ଆସିଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications