Get Updates
Get notified of breaking news, exclusive insights, and must-see stories!

ଚୀନରେ ଆତଙ୍କ ସୃଷ୍ଟି କରିଛି କରୋନା ମହାମାରୀ, 20 ଦିନ ମଧ୍ୟରେ 25 କୋଟି ରୋଗୀ ! ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଲିକ୍

ଚୀନରେ କରୋନା ମହାମାରୀର ଆତଙ୍କ ଦେଖାଦେଇଛି । ଚୀନ୍ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଗୁପ୍ତ ତଥ୍ୟ ଲିକ୍ ହୋଇଛି । ଏଥିରେ ଦର୍ଶାଯାଇଛି ଯେ, ଡିସେମ୍ବର ମାସର ଶେଷ 20 ଦିନରେ ଚାଇନାରେ ପ୍ରାୟ 25 କୋଟି ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

ନୂଆଦିଲ୍ଲୀ : ଚୀନରେ କରୋନା ମହାମାରୀର ଆତଙ୍କ ଦେଖାଦେଇଛି । ଚୀନ୍ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଗୁପ୍ତ ତଥ୍ୟ ଲିକ୍ ହୋଇଛି । ଏଥିରେ ଦର୍ଶାଯାଇଛି ଯେ, ଡିସେମ୍ବର ମାସର ଶେଷ 20 ଦିନରେ ଚାଇନାରେ ପ୍ରାୟ 25 କୋଟି ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଚୀନ୍ ଅଧିକାରୀଙ୍କ ଏହି ଡାଟା ଲିକ୍ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହା ଦର୍ଶାଉଛି ଯେ ଏହି ବିପଜ୍ଜନକ ଭାଇରସ ଚୀନ୍ ଭିତରେ କେତେ ବିପଦ ସୃଷ୍ଟି କରିଥିବ, କେତେ ଲୋକ ମରିଥିବେ ଏବଂ କରୋନା ସାମ୍ନାରେ ଚୀନ୍ ସରକାର କିପରି ଅସହାୟ ହୋଇପଡିଛି ସେ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି ।

corona virus

ଚୀନ୍‌ର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ, ଡିସେମ୍ବର ପ୍ରଥମ 20 ଦିନରେ ଚାଇନାରେ ପ୍ରାୟ 25 କୋଟି ଲୋକ COVID-19 ସଂକ୍ରମିତ ହୋଇଥାଇପାରନ୍ତି ବୋଲି ବ୍ଲୁମବର୍ଗ ନ୍ୟୁଜ୍ ଏବଂ ଫାଇନାନ୍ସିଆଲ୍ ଟାଇମ୍ସ ଶୁକ୍ରବାର ଦିନ ରିପୋର୍ଟ କରିଛି । ଯଦି ଏହି ସଂଖ୍ୟା ସଠିକ୍, ତେବେ ଏହାର ଅର୍ଥ ହେଉଛି ଚାଇନାର 18 ପ୍ରତିଶତରୁ ଅଧିକ ଲୋକ କୋଭିଡ୍ ପଜିଟିଭ୍ ହୋଇଥଆଇ ପାରନ୍ତି । ବୁଧବାର ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ର ଏକ ଆଭ୍ୟନ୍ତରୀଣ ବୈଠକରେ ଏହି ପରିସଂଖ୍ୟାନ ଉପସ୍ଥାପିତ ହୋଇଛି ବୋଲି ଉଭୟ ଖବରକାଗଜ ସୂତ୍ରରୁ ପ୍ରକାଶ ପାଇଛି । ବୁଧବାରର ବୈଠକ ପରେ ଚାଇନାର ସ୍ୱାସ୍ଥ୍ୟ ଏଜେନ୍ସି NHC କହିଛି ଯେ ଏହି ମାତ୍ରାଧିକ ସଂକ୍ରମଣ ରୋଗୀଙ୍କ ଚିକିତ୍ସାରେ ବିଳମ୍ବ ହେତୁ ହୋଇଛି ।

ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ୍ ସିଏନ୍ଏନ୍ ଦାବି କରିଛି ଯେ ଏହା NHC ବୈଠକରୁ ଲିକ୍ ହୋଇଥିବା ଡକ୍ୟୁମେଣ୍ଟଗୁଡିକ ଦେଖିଛି, ଯଦିଓ ଏହା ନିଶ୍ଚିତ ହୋଇନାହିଁ, କିନ୍ତୁ ସିଏନ୍ଏନ୍ ଦାବି କରିଛି ଯେ ଚୀନ୍ ସ୍ୱାସ୍ଥ୍ୟ ବିଭାଗକୁ ସେହି ଡକ୍ୟୁମେଣ୍ଟଗୁଡିକ ସମ୍ବନ୍ଧରେ ଏକ ଇମେଲ୍ ପଠାଇଛି, କିନ୍ତୁ ବର୍ତ୍ତମାନ ଚାଇନାରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଉଭୟ ଫାଇନାନ୍ସିଆଲ୍ ଟାଇମ୍ସ ଏବଂ ବ୍ଲୁମବର୍ଗରେ ଏହି ସଂକ୍ରମଣକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ଅଧିକାରୀଙ୍କ ଦ୍ୱାରା ବିସ୍ତୃତ ଆଲୋଚନା ହୋଇଛି । ଉଭୟ ଖବରକାଗଜ ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି ଯେ କେବଳ ମଙ୍ଗଳବାର ଦିନ ଚାଇନାରେ 3 କୋଟି 70 ଲକ୍ଷ ଲୋକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚୀନ୍ ସରକାର ଆନୁଷ୍ଠାନିକ ଭାବେ ମାତ୍ର 3 ହଜାର 49 ମାମଲା ରିପୋର୍ଟ କରିଛନ୍ତି ।

ଫାଇନାନ୍ସିଆଲ୍ ଟାଇମ୍ସ ଏହାର ରିପୋର୍ଟରେ ଦାବି କରିଛି ଯେ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଡେପୁଟି ଡାଇରେକ୍ଟର ସୂନ୍ ୟାଙ୍ଗ ଅଧିକାରୀଙ୍କ ସହ ଏକ ବୈଠକ ସମୟରେ କରୋନା ସଂକ୍ରମଣ ସମ୍ବନ୍ଧରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଏହି ସମ୍ପର୍କରେ ଅବଗତ ଥିବା ଦୁଇ ଅଧିକାରୀ ଖବରକାଗଜକୁ ଏ ନେଇ ସୂଚନା ଦେଇଛନ୍ତି । ଫାଇନାନ୍ସିଆଲ୍ ଟାଇମ୍ସ ଅନୁଯାୟୀ, ସୂନ୍ ବୈଠକରେ କହିଛନ୍ତି ଯେ ଚାଇନାରେ କୋଭିଡ ବିସ୍ତାର ହାର ଏବେ ମଧ୍ୟ ବଢୁଛି ଏବଂ ବେଜିଂ ତଥା ସିଚୁଆନ୍‌ର ଅଧାରୁ ଅଧିକ ଲୋକ କୋଭିଡରେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଅଧିକାରୀମାନେ କହିଛନ୍ତି ଯେ ଡିସେମ୍ବର ମାସରେ କରୋନା ଭାଇରସ ବିସ୍ତାର ହେବାର ସବୁଠାରୁ ବଡ କାରଣ ହେଉଛି ଗତ ତିନି ବର୍ଷ ଧରି ଚାଇନାରେ କୋଭିଡ ନୀତିକୁ ପାଳନ କରାଯାଉଥିଲା, କିନ୍ତୁ ସରକାର ହଠାତ୍ କୋଭିଡ ନୀତି ରଦ୍ଦ କରିଦେଲେ ।

କେତେ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି କିମ୍ବା କେତେ ରୋଗୀଙ୍କ ମୃତ୍ୟୁ ହୋଇଛି ସେନେଇ ଚୀନ୍ ଆନୁଷ୍ଠାନିକ ଭାବେ ସୂଚନା ଦେବା ବନ୍ଦ କରି ଦେଇଛି । ଏଥି ସହିତ ଚୀନ୍ କର୍ତ୍ତୃପକ୍ଷ ମଧ୍ୟ ଦେଶରେ ନିର୍ମିତ କୋଭିଡ୍ ପରୀକ୍ଷଣ ବୁଥ୍ ବନ୍ଦ କରିଛନ୍ତି । ଜିରୋ କୋଭିଡ ନୀତି ବିରୋଧରେ ଜନସାଧାରଣଙ୍କ କ୍ରୋଧ ପ୍ରକାଶ ପାଇବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ଏବଂ ଲାଗୁଛି ଯେ ସି ଜିନପିଙ୍ଗ ବର୍ତ୍ତମାନ ତାଙ୍କ ବିରୋଧରେ ଆସିଥିବା ସ୍ୱର ପାଇଁ ଜନସାଧାରଣଙ୍କଠାରୁ ପ୍ରତିଶୋଧ ନେଉଛନ୍ତି । ଚାଇନାର ଲୋକମାନେ ବର୍ତ୍ତମାନ ସଂକ୍ରମଣ ଚିହ୍ନଟ କରିବା ପାଇଁ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା ବ୍ୟବହାର କରୁଛନ୍ତି ଏବଂ ସକରାତ୍ମକ ଫଳାଫଳ ରିପୋର୍ଟ କରିବାକୁ ବାଧ୍ୟ ନୁହଁନ୍ତି । ସରକାରୀ ଭାବେ ଚୀନ୍ ଚଳିତ ମାସରେ କେବଳ ଆଠଟି କୋଭିଡ୍ ମୃତ୍ୟୁ ରିପୋର୍ଟ କରିଛି, ଯାହା ଆଶ୍ଚର୍ଯ୍ୟଜନକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+