ଚୀନର ବଡ଼ ଘୋଷଣା, ପରିବାରରେ ରହିପାରିବେ ତିନି ସନ୍ତାନ

ଚୀନ୍ ସୋମବାର ଘୋଷଣା କରିଛି ଯେ ବିବାହିତ ଦମ୍ପତିଙ୍କର ତିନିଟି ସନ୍ତାନ ରଖିପାରବେ । ବିଶ୍ୱ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶରେ ଜନ୍ମ ହାର କମିବା ପରେ ନୀତିରେ ଏହି ପରିବର୍ତ୍ତନ କରାଯାଇଛି ।

ଚୀନ୍ ସୋମବାର ଘୋଷଣା କରିଛି ଯେ ବିବାହିତ ଦମ୍ପତିଙ୍କର ତିନିଟି ସନ୍ତାନ ରଖିପାରବେ । ବିଶ୍ୱ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶରେ ଜନ୍ମ ହାର କମିବା ପରେ ନୀତିରେ ଏହି ପରିବର୍ତ୍ତନ କରାଯାଇଛି ।

china

ରାଷ୍ଟ୍ରପତି ଜିନପିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ରାଜନୈତିକ ବୈଠକରେ ଏହି ପରିବର୍ତ୍ତନକୁ ଅନୁମୋଦନ କରାଯାଇଛି ବୋଲି ସରକାରୀ ସମ୍ବାଦ ଏଜେନ୍ସି ଜିନହୁଆ ରିପୋର୍ଟ କରିଛି ।

2016 ରେ, ଚାଇନା ନିଜର ଦଶନ୍ଧି ପୁରୁଣା ଗୋଟିଏ ଶିଶୁ ନୀତିକୁ ବର୍ଜନ କରିଥିଲା । ପ୍ରଥମେ ଜନସଂଖ୍ୟା ବିସ୍ଫୋରଣକୁ ରୋକିବା ପାଇଁ ଦୁଇଟି ଶିଶୁ ନୀତି ଉଠାଇ ଏହା ଲାଗୁ କରାଯାଇଥିଲା । ଏହା ପରେ ଚାଇନାର ସହରରେ ପିଲାମାନଙ୍କୁ ପାଳନ ନେଇ ଅଧିକ ଖର୍ଚ୍ଚ ହେତୁ ଦମ୍ପତି ଶିଶୁ ଜନ୍ମରେ କ୍ରମାଗତ ହ୍ରାସ ଘଟାଇଥିଲେ ।

ଜନ୍ମ ନୀତିକୁ ଆହୁରି ଅନୁକୂଳିତ କରିବା ପାଇଁ (ଚୀନ୍)ର ଏକ ବିବାହିତ ଦମ୍ପତି ତିନି ସନ୍ତାନ ନୀତି କାର୍ଯ୍ୟକାରୀ କରିବ ବୋଲି ଜିନହୁଆ ଏହି ବୈଠକ ରିପୋର୍ଟରେ କହିଛି ।

ନୀତିଗତ ପରିବର୍ତ୍ତନ ସହାୟକ ପଦକ୍ଷେପ ସହିତ ଆସିବ । ଯାହା ଆମ ଦେଶର ଜନସଂଖ୍ୟା ଗଠନରେ ଉନ୍ନତି ଆଣିବା, ବାର୍ଦ୍ଧକ୍ୟ ଜନିତ ଜନସଂଖ୍ୟାକୁ ସକ୍ରିୟ ଭାବେ ମୁକାବିଲା କରିବା ଏବଂ ମାନବ ସମ୍ବଳର ଲାଭ, ସଫଳତା ପାଇଁ ଦେଶର ରଣନୀତିକୁ ପୂରଣ କରିବା ପାଇଁ ସହାୟକ ହେବ ବୋଲି ଜିନହୁଆ ରିପୋର୍ଟରେ କହିଛି ।

ଏଥିରେ ସମର୍ଥନ ପଦକ୍ଷେପ ନିର୍ଦ୍ଦିଷ୍ଟ କରାଯାଇ ନାହିଁ |

ଏହି ଘୋଷଣା ପରେ ଚାଇନାର ସୋସାଲ ମିଡ଼ିଆରେ ତୀହବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏପରିକି ଅନେକ ଲୋକ କହିଥିଲେ ଯେ ସେମାନେ ଗୋଟିଏ କିମ୍ବା ଦୁଇଟି ସନ୍ତାନ ମଧ୍ୟ ରଖିବାକୁ ସମର୍ଥ ନୁହଁନ୍ତି ।

ୱାଇବୋରେ ଜଣେ ବ୍ୟକ୍ତି ସୋଶାଲ ମିଡ଼ିଆରେ ପୋଷ୍ଟ କରିଛନ୍ତି, "ଯଦି ଆପଣ ମତେ 5 ମିଲିୟନ୍ ୟୁଆନ୍ ($ 785,650) ଦେବେ, ତାହେଲେ ମୁଁ ତିନୋଟି ସନ୍ତାନ ପାଳିବାକୁ ପ୍ରସ୍ତୁତ ।"

ଏହି ମାସ ଆରମ୍ଭରେ, ଚାଇନାର ଏକ-ଦଶନ୍ଧି ଜନଗଣନା ଦର୍ଶାଇଛି ଯେ, 1950 ଦଶକରୁ ଗତ ଦଶନ୍ଧି ମଧ୍ୟରେ ଜନସଂଖ୍ୟା ସବୁଠାରୁ କମ୍ ବୃଦ୍ଧି ହୋଇଛି । ଯାହାକି ବର୍ତ୍ତମାନ 1.41 ବିଲିୟନରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+