ଚୀନ ବିମାନ ଦୁର୍ଘଟଣା ମାମଲା, ମିଳିଲା ଧ୍ୱଂସାବଶେଷ, ସମସ୍ତ 132 ଜଣଙ୍କର ମୃତ୍ୟୁ
132 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଚାଇନାର ଗୁଆଙ୍ଗସି ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚାଇନାର ମିଡିଆ ସିସିଟିଭି ଅନୁଯାୟୀ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।
ବେଜିଂ : ସୋମବାର ଚାଇନାରେ ଏକ ବଡ଼ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି । 132 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଚାଇନାର ଗୁଆଙ୍ଗସି ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚାଇନାର ମିଡିଆ ସିସିଟିଭି ଅନୁଯାୟୀ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ଘଟଣାସ୍ଥଳରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଛି, କିନ୍ତୁ ବିମାନରେ ଥିବା କୌଣସି ଯାତ୍ରୀ ଜୀବନ୍ତ ନଥିବା ଜଣା ପଡ଼ିଛି । ଦୁର୍ଘଟଣାର ପ୍ରାୟ 18 ଘଣ୍ଟା ପରେ ବିମାନର ଧ୍ୱଂସାବଶେଷ ଉଦ୍ଧାର କରାଯାଇଥିଲା । ଏଭଳି ପରିସ୍ଥିତିରେ ବିମାନରେ ଥିବା ସମସ୍ତ 123 ଯାତ୍ରୀ ଏବଂ 9 ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି ।
ଚୀନର ବୈଦେଶିକ ମନ୍ତ୍ରୀ ୱୈଙ୍ଗ ୟି କହିଛନ୍ତି ଯେ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟରେ ଆମେ ସମସ୍ତ ପ୍ରକାର ଉଦ୍ୟମ କରୁଛୁ, ଏହି ଦୁର୍ଘଟଣା କିପରି ଘଟିଲା ତାହା ଶୀଘ୍ର ଜାଣିବାକୁ ଚେଷ୍ଟା କରିବୁ ଯାହା ଦ୍ୱାରା ବିମାନ ସେବା ଆହୁରି ସୁରକ୍ଷିତ ହୋଇପାରିବ ।
ସୂଚନାଯୋଗ୍ୟ, ଏହି ବିମାନଟି ସୋମବାର ଅପରାହ୍ନରେ ଦୁର୍ଘଟଣାର ଶିକାର ହୋଇଛି । ବିମାନଟି କାନମିଙ୍ଗରୁ ଗୁଆଙ୍ଗଜୋ ଅଭିମୁଖେ ଅପରାହ୍ନ 1.11 ରେ ଉଡ଼ାଣ ଭରିଥିଲା । ବିମାନଟି 3.04 ରେ ଅବତରଣ କରିବାର ଥିଲା, କିନ୍ତୁ ଅପରାହ୍ନ ପ୍ରାୟ 2.20 ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ଏହି ଦୁର୍ଘଟଣା ପରେ ଚାନର ରାଷ୍ଟ୍ରପତି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ଦୁର୍ଘଟଣାର ତୁରନ୍ତ ତଦନ୍ତ କରିବା ସହିତ ବିମାନର ସର୍ଚ୍ଚ ଅପରେସନ୍ ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଚୀନ୍ରେ ଏହି ବିମାନ ଦୁର୍ଘଟଣାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।












Click it and Unblock the Notifications