ପୋଖରୀକୁ ଓଲଟିପଡ଼ିଲା ବସ୍, ତିନି ଶିଶୁ ସମେତ 17ଜଣଙ୍କର ମୃତ୍ୟୁ

ଢାକା : ବାଂଲାଦେଶରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ବସ୍ ପୋଖରୀ ଭିତରକୁ ଓଲଟି ପଡ଼ିଛି । ଫଳରେ 17 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଏବଂ 8 ଜଣ ମହିଳା ଅଛନ୍ତି ।

Bangladesh bus Accident

ଜାଲକାଠୀ ସଦର ଉପଜିଲ୍ଲା ଅନ୍ତର୍ଗତ ଛତ୍ରକଣ୍ଡା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 35 ଜଣ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ହୋଇଥିବା ନେଇ ବର୍ତ୍ତିଯାଇଥିବା ଯାତ୍ରୀ କହିଛନ୍ତି ।

52 କ୍ଷମତା ବିଶିଷ୍ଟ ବସରେ 60 ରୁ ଅଧିକ ଯାତ୍ରୀ ଭର୍ତ୍ତି ହୋଇଥିଲେ । ବଶର ସ୍ମୃତି ପରିବହନର ବରିଶାଲ ଅଭିମୁଖେ ପ୍ରାୟ 9:00 ସମୟରେ ଯାତ୍ରା ଆରମ୍ଭ କରିଥିଲା । ପ୍ରାୟ 10:00 ସମୟରେ ବରୀଶାଲ-ଖୁଲନା ରାଜପଥରେ ଛତ୍ରକଣ୍ଡା ଠାରେ ରାସ୍ତା କଡ଼ରେ ଏକ ପୋଖରୀକୁ ଖସି ପଡ଼ିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+