ଆତଙ୍କବାଦ ବିଶ୍ୱର ବଡ଼ ସମସ୍ୟା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆତଙ୍କବାଦକୁ କଡ଼ା ସମାଲୋଚନା କରିବା ସହ ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ଦେଶମାନଙ୍କୁ ମିଳିତ ଭାବରେ କଠୋର ପଦକ୍ଷେପ ନେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ କହିଛନ୍ତି |

ନୂଆଦିଲ୍ଲୀ : ଆତଙ୍କବାଦ ଆଜିର ଦିନରେ ସମଗ୍ର ବିଶ୍ୱରେ ଏକ ବଡ଼ ସମସ୍ୟା ରୂପେ ଦେଖାଦେଇଛି | ଏହାକୁ ପ୍ରଶ୍ରୟ ଦେଉଥିବା ଦେଶ ଗୁଡ଼ିକ ବିଶ୍ୱରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦାୟୀ ରହିବେ ବୋଲି ଆମକୁ ନିଶ୍ଚିତ କରିବାକୁ ହେବ ବୋଲି ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି | ଆତଙ୍କବାଦକୁ କଡ଼ା ସମାଲୋଚନା କରିବା ସହ ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ଦେଶମାନଙ୍କୁ ମିଳିତ ଭାବରେ କଠୋର ପଦକ୍ଷେପ ନେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ଏହି ସମ୍ମିଳନୀରେ ସମ୍ବୋଧିତ କରି ମୋଦୀ ବ୍ରିକ୍ସର ସଫଳ ଆଚରଣ ପାଇଁ ସେ ରୁଷର ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି | ବିଶ୍ୱସ୍ତରୀୟ ଅନୁଷ୍ଠାନର କାର୍ଯ୍ୟକାରିତା ସଠିକ୍ ଭାବେ ହେଉନାହିଁ | କାରଣ ସମୟ ସହିତ ଏହାର ପରିବର୍ତ୍ତନ ହେଉନାହିଁ ବୋଲି ମୋଦୀ କହିଛନ୍ତି |

BRICS-Summit

ଚଳିତ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି 'ବିଶ୍ୱ ସ୍ଥିରତା, ସୁରକ୍ଷା ଏବଂ ଅଭିନବ ବିକାଶ' | ପାରସ୍ପରିକ ସହଯୋଗ ଏବଂ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ଏବଂ କରୋନା ମହାମାରୀ ଜନିତ କ୍ଷତିପୂରଣ ପରି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି | ଏଥିରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବ୍ୟତୀତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେଇଥିଲେ |

ଆସନ୍ତା ବ୍ରିକ୍ସ ସମ୍ମିଳନୀ ଭାରତ ଅଧ୍ୟକ୍ଷତା କରିବ |ଏହା ପୂର୍ବରୁ 2012 ଏବଂ 2016 ବ୍ରିକ୍ସ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିଥିଲା |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+