Get Updates
Get notified of breaking news, exclusive insights, and must-see stories!

'କୋଭାକ୍ସିନ' କ୍ରୟ ଚୁକ୍ତି ବାତିଲ କଲା ବ୍ରାଜିଲ, ଟିକା କିଣାରେ ଅନିୟମିତତାର ଗମ୍ଭୀର ଅଭିଯୋଗ

'କୋଭାକ୍ସିନ୍'ର କ୍ରୟ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆସିଥିଲା, ଯାହା ପରେ 324 ମିଲିୟନ୍ ଡଲାରର ଏହି ଚୁକ୍ତିନାମା ବାତିଲ କରାଯାଇଛି ।

ନୂଆଦିଲ୍ଲୀ : ଭାରତ ବାୟୋଟେକରୁ କୋଭାକ୍ସିନ୍ ଟିକା କିଣିବା ଚୁକ୍ତିକୁ ବାତିଲ କଲା ବ୍ରାଜିଲ୍ । ଭାରତ ବାୟୋଟେକ୍ ସହିତ 'କୋଭାକ୍ସିନ୍' କିଣିବା ନେଇ ହୋଇଥିଲା ଚୁକ୍ତି । ମଙ୍ଗଳବାର ବ୍ରାଜିଲର ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ଏବଂ ଫେଡେରାଲ କମ୍ପ୍ଟ୍ରୋଲର ଜେନେରାଲ (ସିଜିୟୁ) ୱାଗନର୍ ରୋଜାରିଓ ସାମ୍ୱାଦିକ ସମ୍ମିଳନୀ କରି ଏନେଇ ଘୋଷଣା କରିଛନ୍ତି । 'କୋଭାକ୍ସିନ୍'ର କ୍ରୟ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆସିଥିଲା, ଯାହା ପରେ 324 ମିଲିୟନ୍ ଡଲାରର ଏହି ଚୁକ୍ତିନାମା ବାତିଲ କରାଯାଇଛି ।

Covaxin

ରୋଜାରିଓ କହିଛନ୍ତି ଯେ ଟିକା କିଣା ଚୁକ୍ତିକୁ ଏବେ ସ୍ଥଗିତ ରଖାଯାଇଛି । ଏହି ଡିଲରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଟିକା କିଣା ପ୍ରକ୍ରିୟାରେ ଅନିୟମିତତା ଥିବା ନେଇ ଅଭିଯୋଗ ଆସିବା ପରେ ସରକାର ଏଥିରେ ରୋକ୍ ଲଗାଇଛନ୍ତି । ସପ୍ତାହେ ପୂର୍ବରୁ ଏହା ଉପରେ ତଦନ୍ତ ଚାଲିଛି । ଏହି ଅଭିଯୋଗର ସତ୍ୟତା ପାଇଁ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି ବୋଲି ସେ କହିଛନ୍ତି ।

ଆପଣଙ୍କୁ କହି ରଖୁଛୁ, ହୋଇଥିବା ଚୁକ୍ତି ଅନୁଯାୟୀ ଭାରତ ବାୟୋଟେକରୁ ମୋଟ 20 ନିୟୁତ ଟିକା କିଣିବା ନେଇ ବ୍ରାଜିଲ ସରକାର ଯୋଜନା କରିଥିଲେ । ଏହି ଚୁକ୍ତି ପାଇଁ ରାଷ୍ଟ୍ରପତି ଜାୟର ବୋଲ୍ସୋନେରୋଙ୍କ ଉପରେ ଦୁର୍ନୀତି ଅଭିଯୋଗ କରାଯାଉଥିଲା ।

କିନ୍ତୁ ଏହି ଚୁକ୍ତି ବିଷୟରେ କୁହାଯାଉଥିଲା ଯେ ବ୍ରାଜିଲ ଉଦ୍ଦେଶ୍ୟମୂଳକ ଭାବେ ମହଙ୍ଗା 'କୋଭାକ୍ସିନ୍' କିଣିଛି । ଏହି ଟିକା କିଣିବା ପାଇଁ ରାଷ୍ଟ୍ରପତି ଜାୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉପରେ ଚାପ ପକାଇଥିଲେ । ବର୍ତ୍ତମାନ ବିବାଦ ପରେ ଏହି ଚୁକ୍ତିନାମା ବାତିଲ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+