ଆଫଗାନିସ୍ତାନରେ ସରକାରୀ ବୈଠକ ସମୟରେ ବୋମା ବିସ୍ଫୋରଣ, ତାଲିବାନ ଗଭର୍ଣ୍ଣରଙ୍କ ମୃତ୍ୟୁ
ଯୁଦ୍ଧରେ ପ୍ରଭାବିତ ଦେଶରେ ଆଫଗାନିସ୍ତାନରେ ଆଉ ଏକ ବଡ଼ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣ ସରକାରୀ ବୈଠକ ସମେରେ ହୋଇଛି । ଏଥିରେ ଗଭର୍ଣ୍ଣରଙ୍କ ମୃତ୍ୟୁ ହୋଇଛି ।

କାବୁଲ : ଯୁଦ୍ଧରେ ପ୍ରଭାବିତ ଦେଶରେ ଆଫଗାନିସ୍ତାନରେ ଆଉ ଏକ ବଡ଼ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣ ସରକାରୀ ବୈଠକ ସମେରେ ହୋଇଛି । ଏଥିରେ ଗଭର୍ଣ୍ଣରଙ୍କ ମୃତ୍ୟୁ ହୋଇଛି । ଆଫଗାନିସ୍ତାନର ବାଲ୍ଖ ପ୍ରଦେଶର ତାଲିବାନ ଗଭର୍ଣ୍ଣର ମହମ୍ମଦ ଡାୱଡ ମୁଜାମିଲ ଗୁରୁବାର ଦିନ ତାଙ୍କ କାର୍ଯ୍ୟାଳୟରେ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ପୋଲିସ କହିଛି ।
ବଲ୍ଖ ପୋଲିସର ମୁଖପାତ୍ର ଆସିଫ ୱାଜିରୀ AFP କୁ କହିଛନ୍ତି ଯେ ଆଜି ସକାଳେ ବିସ୍ଫୋରଣରେ ବାଲ୍ଖ ଗଭର୍ଣ୍ଣର ମହମ୍ମଦ ଡାୱଡ ମୁଜାମିଲଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ୱାଜିରୀ କହିଛନ୍ତି ଯେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମୃତ୍ୟୁ ସଂଖ୍ୟା ବଢିପାରେ । ଆହତଙ୍କ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଅଧିକାରୀମାନେ କହିଛନ୍ତି । ଆତଙ୍କବାଦୀ ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି ।
ଆପଣଙ୍କୁ କହି ରଖୁଛୁ ଆଫଗାନିସ୍ତାନର ତାଲିବାନ ଶାସକ ଏବଂ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ମଧ୍ୟରେ ରକ୍ତାକ୍ତ ବିବାଦ ଚାଲିଛି ଏବଂ ନିକଟ ଅତୀତରେ ଘଟିଥିବା ସମସ୍ତ ବୋମା ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ନିଜକୁ ଦାୟୀ କରିଛି । ଏଥି ସହିତ ସ୍ଥାନୀୟ କର୍ତ୍ତୃପକ୍ଷ ବର୍ତ୍ତମାନ ସ୍ଥାନୀୟ ବଜାର ବନ୍ଦ କରି ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛନ୍ତି ।












Click it and Unblock the Notifications